• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାତ ଜନମ ଲାଗି ସାଥୀ ହୋଇଥିଲେ । ହେଲେ ବିବାହର ତିନିମାସ ନ ଯାଉଣୁ ଆରପାରିକୁ ଚାଲିଗଲେ ନବଦମ୍ପତି । ସ୍ୱାମୀର ମୃତ୍ୟୁପରେ ଜୀବନ ହାରିଦେଲା ସ୍ତ୍ରୀ । ଗାଜିଆବାଦର ଏହି ନବଦମ୍ପତି ପ୍ରାଣୀ ଉଦ୍ୟାନ ବୁଲି ଯାଇଥିଲେ । ସେଠାରେ ୨୫ ବର୍ଷୀୟ ଅଭିଷେକଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା, ଚିକିତ୍ସାଧୀନ ଅବସ୍ଥାରେ ଅଭିଷେକଙ୍କ ମୃତ୍ୟୁ ହୋଇଥିଲା । ଯାହାଫଳରେ ଏହାକୁ ସହି ନପାରି ସାତ ମହଲାରୁ ଡେଇଁ ପଡ଼ିଥିଲେ ସ୍ତ୍ରୀ ଅଞ୍ଜଳି । ଅଞ୍ଜଳି ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । ତିନିମାସ ପୂର୍ବରୁ ସମ୍ପର୍କୀୟଙ୍କ ସହମତିରେ ହୋଇଥିଲା ପ୍ରେମ ବିବାହ ।

ପ୍ରାଣୀ ଉଦ୍ୟାନ ବୁଲିବାବେଳେ ଅଭିଷେକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା...

ପୋଲିସର ସୂଚନାନୁସାରେ ଅଭିଷେକ ଓ ଅଞ୍ଜଳି ସେମାନଙ୍କ ପରିବାର ସହିତ ଦିଲ୍ଲୀର ବୈଷ୍ଣବ ନଗରର ଏକ ସୋସାଇଟିରେ ରହୁଥିଲେ। ସୋମବାର ଦୁହେଁ ଦିଲ୍ଲୀର ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ । ବୁଲିବା ସମୟରେ ଅଭିଷେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଯାହାଫଳରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସନ୍ଧ୍ୟାରେ ତାଙ୍କ ସମ୍ପର୍କୀୟମାନେ ପହଞ୍ଚିବା ପରେ ଅଞ୍ଜଳି ଫ୍ଲାଟ୍‌କୁ ପଳାଇ ଆସିଥିଲେ...

ଅଭିଷେକଙ୍କ ମୃତ୍ୟୁ ବିଷୟରେ ଜାଣି ନଥିଲେ ଅଞ୍ଜଳି...

ବିଳମ୍ବିତ ରାତିରେ ଡାକ୍ତରଖାନାରେ ଅଭିଷେକଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ବିଷୟରେ ଜାଣି ନଥିଲେ। ବିଳମ୍ବିତ ରାତିରେ ଅଭିଷେକଙ୍କର ମୃତଦେହ ଫ୍ଲାଟରେ ପହଞ୍ଚିଥିଲା । ସ୍ୱାମୀଙ୍କ ମୃତଦେହ ଦେଖି ସପ୍ତମ ମହଲାରୁ ଡେଇଁପଡ଼ିଥିଲେ ଅଞ୍ଜଳି । ତଳେ ପାର୍କିଂ ହୋଇଥିବା କାର ଉପରେ ପଡ଼ିଯାଇଥିଲେ ଅଞ୍ଜଳି । ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅଭିଷେକଙ୍କ ସମ୍ପର୍କୀୟ କହିଛନ୍ତି ଯେ, "ଅଭିଷେକଙ୍କ ମୃତଦେହ ଘରେ ପହଞ୍ଜିବା ପରେ ସେ ପ୍ରବଳ କାନ୍ଦୁଥିଲେ । ତା’ପରେ ସେ ହଠାତ୍ ଉଠି ବାଲକୋନୀ ଆଡକୁ ଦୌଡ଼ି ପଳାଇଥିଲେ । ମୁଁ ତାଙ୍କ ପଛେ ପଛେ ଦୌଡ଼ିକି ଯାଇଥିଲି କିନ୍ତୁ ତାଙ୍କ ଅଟକାଇବାରେ ସମ୍ଭବ ହୋଇନଥିଲି, ସେ ଡେଇଁପଡିଥିଲେ ।"