/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708861289.jpg)
government officer
ଏମିତି ବି ଆସେ ମୃତ୍ୟୁ । ଛୋଟ ଭୁଲ୍ ନେଇଗଲା ଜୀବନ । ଦିନେ ଯେଉଁ ସ୍ଥାନରେ କାମ କରି ପେଟ ପୋସୁଥିଲେ ସେହିସ୍ଥାନ ପାଲଟିଗଲା ମୃତ୍ୟୁର ସ୍ଥାନ । ପଇସା ମାଗୁଥିଲେ କିନ୍ତୁ ମିଳିଲା ମୃତ୍ୟୁ । ଟ୍ରାଫିକ ସିଗନାଲ୍ରେ କାର ସଫା କରିବା ପରେ ଟଙ୍କା ମାଗୁଥିବା ଜଣେ ବ୍ୟକ୍ତି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଟ୍ରକ୍ ଚଢି ଯିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କାର୍ରେ ଯାତ୍ରା କରୁଥିବା ଜଣେ ସରକାରୀ କର୍ମଚାରୀ ତାଙ୍କୁ ଟ୍ରକ୍ ଆଗକୁ ଠେଲି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ।
ସେ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟାରେ ଅରମୁର ଅଞ୍ଚଳରେ ଟ୍ରାଫିକ ସିଗନାଲରେ ଉକ୍ତ ବ୍ୟକ୍ତି ସରକାରୀ କର୍ମଚାରୀଙ୍କ କାର୍ର ଝରକା ସଫା କରିବା ଆରମ୍ଭ କରିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କାର୍ ସଫା କରିବାକୁ ମନା କରିଥିଲେ ସରକାରୀ ଅଫିସର୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୁକ୍ତିତର୍କ ସମୟରେ ଅଧିକାରୀ ଜଣକ ତାଙ୍କ କାର୍ରୁ ବାହାରି ଉକ୍ତ ବ୍ୟକ୍ତିଙ୍କୁ ପିଟାପିଟି କରିଥିବା ମଧ୍ୟ ଅଭିଯୋଗ ହୋଇଛି ।
ପୋଲିସ କହିଛି ଯେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ଭାରତୀୟ ପେନାଲ କୋଡ ଧାରା ୩୦୪ (ଦୋଷୀ ସାବ୍ୟସ୍ତ ହତ୍ୟାକାଣ୍ଡ) ଅନୁଯାୟୀ "କାର ଚଳାଉଥିବା ବ୍ୟକ୍ତିଙ୍କ" ବିରୋଧରେ ମାମଲା ରୁଜୁ ହୋଇଛି ଓ ଘଟଣାର ତଦନ୍ତ ଚାଲିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରାଯାଉଛି ।
ସେପଟେ ଆଇପିସି ଧାରା 304 ଏ (ଅବହେଳା ଯୋଗୁଁ ମୃତ୍ୟୁ ଘଟାଇଥିବା) ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)