• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ୱାମୀର ବର୍ବରକାଣ୍ତ, ସ୍ତ୍ରୀକୁ ମାରି ଭିଡ଼ିଓ ସୁଟ୍‌ କଲା ପିଶାଚ ସ୍ୱାମୀ । ଏତିକିରେ ସରିଲାନି କାଣ୍ତ, ଶେଷରେ ସ୍ତ୍ରୀକୁ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କଲା । ଭିଡ଼ିଓରେ ମୃତ ସ୍ତ୍ରୀ ପାଖରେ ବସି କ୍ଷାମା ମଧ୍ୟ ମାଗିଲେ । ତାଙ୍କ ସ୍ତ୍ରୀର ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବାରୁ ତାଙ୍କୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ଭିଡ଼ିଓରେ   । 

ସୂଚନା ଅନୁସାରେ, ସକାଳ ପ୍ରାୟ ୫.୩୦ରେ ହ୍ୱାଟ୍ସଆପ୍ ଗ୍ରୁପରେ ଭିଡିଓ ପକାଇଥିଲା ଅଭିଯୁକ୍ତ ସ୍ୱାମୀ । ପରେ ପୋଲିସ କଣ୍ଟ୍ରୋଲ ରୁମକୁ ନିଜେ ଫୋନ କରି ତାଙ୍କ ପତ୍ନୀଙ୍କୁ ସେ ନିଜେ ମାରିଛନ୍ତି ବୋଲି ସ୍ୱୀକାର କରିଥିଲା । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଜଣେ ୧୭ ବର୍ଷର ଝିଅ ଓ ଆଉ ଜଣେ ୧୦ ବର୍ଷର ପୁଅ । 

ଅଧିକ ପଢ଼ନ୍ତୁ: ସବୁଦିନ ସ୍ୱାମୀ ପିଟୁଥିଲା, ଶେଷରେ ସ୍ତ୍ରୀ କାଟିଦେଲା ବେକ

ଘଟଣାଟି ରାଜକୋଟ୍‌ ଅଞ୍ଚଳରେ ଘଟିଛି । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଜିରୋଲି ଜଣେ ଠିକାଦାର ଭାବେ କାମ କରୁଥିଲେ । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତାଙ୍କ ନାମରେ ଏଫ୍ଆଇଆର୍ ରୁଜୁ କରିଛି । ଏହି ଦମ୍ପତି ଦୁହେଁ ସୋଲାପୁରର ମୂଳ ବାସିନ୍ଦା, କିନ୍ତୁ ଉଭୟ ୨୦୦୩ରୁ ରାଜକୋଟରେ ରହି ଆସୁଥିଲେ । 

ପ୍ରାଥମିକ ଅନୁସନ୍ଧାନରୁ ଯାହା ଜଣାପଡିଛି, ଏହି ଦମ୍ପତିଙ୍କ ମଧ୍ୟରେ ରାତି ପ୍ରାୟ ୨ଟାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ।  ଯାହା ଫଳରେ ଠିକାଦାର ସ୍ୱାମୀ ଜିରୋଲି ତାଙ୍କ ପତ୍ନୀଙ୍କ ମୁଣ୍ଡକୁ ଏକ ଭାରି ଜିନିଷରେ ପିଟି ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା  । କିଛି ସମୟ ପରେ, ଜିରୋଲି ତାଙ୍କ ପତ୍ନୀଙ୍କର ମୃତ ଶରୀର ପାଖରେ ବସି ମୋବାଇଲ୍‌ରେ ଭିଡ଼ିଓ ରେକର୍ଡ କରିଥିଲେ ।

ଜିରୋଲି ଏହି ଭିଡିଓକୁ ତାଙ୍କ ସୋସାଇଟ୍‌ର ଥିବା ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରିଥିଲେ । ଭିଡ଼ିଓରେ ଅଭିଯୁକ୍ତ ଜଣକ ତାଙ୍କର ଭୁଲ୍‌କୁ ସ୍ୱୀକାର କରି କ୍ଷମା ମାଗୁଥିବାର ନଜର ଆସିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ସ୍ତ୍ରୀର ଅନ୍ୟ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କ ଥିବାରୁ ମୁଁ ତାଙ୍କୁ ହତ୍ୟା କରିଛି । ଏଥି ପାଇଁ ମୁଁ ତାଙ୍କୁ ବୁଝାଇବା ଚେଷ୍ଟା କରିଥିଲି କିନ୍ତୁ ସେ ବୁଝିନଥିଲେ ବୋଲି ଭିଡ଼ିଓରେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ, ହତ୍ୟା କରି ଦଙ୍ଗାରେ ମରିଛି କହିଲା ସ୍ୱାମୀ