• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କିଟ୍ ଘଟଣାରେ ପୋଲିସ କମିଶନରଙ୍କୁ ଭେଟି ନ୍ୟାୟିକ ତଦନ୍ତ ଦାବିକଲେ ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି କହିଲେ ପୋଲିସ୍ ଓ କିଟ୍ ପ୍ରଶାସନ ମଧ୍ୟରେ ହାତଗଣ୍ଠି ପଡିଛି । ଏହି ଘଟଣାରେ ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୋଲିସ କମିଶନର ଏସ୍ ଦେବଦତ୍ତ ସିଂଙ୍କୁ ଭେଟି ସିଧାସଳଖ କହିଲେ । ଘଟଣାରେ ସମ୍ପୃକ୍ତ ଲୋକ ତଥା କିଟ୍ କର୍ମଚାରୀ ଯେଉଁମାନେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ ମାରିଛନ୍ତି ଓ ଅଶାଳୀନ ଭାଷାରେ ଗାଳିଗୁଲଜ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି କହିଛନ୍ତି ।

ସାରା ବିଶ୍ୱରେ ଭାରତକୁ ଯେଉଁମାନେ ନିନ୍ଦିତ କରିଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ପୋଲିସ ଗିରଫ କରିନଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସିପିଏମ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଇନର ଶାସନ ଏଠି ନଥିବା ଅଭିଯୋଗ କରି ସେ କହିଛନ୍ତି, ପୋଲିସ୍ କିଭଳି ଦଫା ଲଗାଇଲା ଯେ, ଅଭିଯୁକ୍ତମାନଙ୍କୁ ସେହିଦିନ କୋର୍ଟରେ ଜାମିନ୍ ମିଳିଗଲା ।

ଯେଉଁ ମହିଳା ନେପାଳର ବଜେଟ୍ ନେଇ କଟୁ ମନ୍ତବ୍ୟ ଦେଇଥିଲେ, ତାଙ୍କୁ ମଧ୍ୟ ପୋଲିସ୍ ଗିରଫ କରିନାହିଁ । ଏକ ବିଶ୍ୱବିଦ୍ୟାଳୟରେ କେବଳ ଏକ ନିର୍ଦ୍ଦିଷ୍ଟ ଦେଶର ପିଲାଙ୍କ ପାଇଁ ସାଇନ୍-ଇ-ଡାଏ ଘୋଷଣା କରାଯିବା ଘଟଣା ଦେଶରେ ପ୍ରଥମ ବୋଲି ସେ କହିଛନ୍ତି । ଏହା ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ । ନେପାଳ ଛାତ୍ରଛାତ୍ରୀଙ୍କୁ କିଟର କର୍ମଚାରୀ ଓ ବାଉନ୍ସର ଅର୍ଥାତ ଭଡାଟିଆ ଗୁଣ୍ଡାମାନେ ଯେତେବେଳେ ପିଟୁଥିଲେ ସେତେବେଳେ ପୋଲିସ୍ ଚୁପ୍ ରହିଥିଲା । ଯେଉଁ ବାଉନ୍ସରମାନେ ପିଟୁଥିଲେ, ସେମାନଙ୍କୁ ପୋଲିସ୍ ଗିରଫ କରିନାହିଁ ବୋଲି କହିଛନ୍ତି ଜନାର୍ଦ୍ଦନ । ଏହି ବାଉନ୍ସରଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଯାଞ୍ଚ କରାଯିବାକୁ ସେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ : କିଟ୍ ଘଟଣାରେ ନେପାଳ ମାନବାଧିକାର କମିଶନଙ୍କ ଚିଠି, ତୁରନ୍ତ ନ୍ୟାୟ ଦିଅ 

ସିପିଏମ ସଂପାଦକ ସୁରେଶ ପାଣିଗ୍ରାହୀ ଏହି ଘଟଣାରେ କହିଛନ୍ତି, ଏହା ଏକ ସାଧାରଣ ଘଟଣା ନୁହେଁ । ଏହାର ନ୍ୟାୟିକ ତଦନ୍ତ ହେବା ଦରକାର । କିଟର ବିଭିନ୍ନ କେଳେଙ୍କାରୀ ମଧ୍ୟ ପଦାକୁ ଆସୁ । ଦୋଷୀଙ୍କୁ ଶାସ୍ତି ଦିଆଯାଉ । ଏହି ଘଟଣାରେ ଜଣେ ନେପାଳୀ ଛାତ୍ରଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ସଂଗଠିତ ହତ୍ୟା ବୋଲି କହିଛନ୍ତି ସୁରେଶ । ସମଗ୍ର ଘଟଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଅବଗତ କରାଯାଇଥିବା କହିଛନ୍ତି ସୁରେଶ ପାଣିଗ୍ରାହୀ । କିଟ୍ ପ୍ରସଙ୍ଗକୁ ନେଇ ଭାରତ ସହ ମିତ୍ର ରାଷ୍ଟ୍ର ନେପାଳର ସଂପର୍କ ବିଗିଡିଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ : ଖାଲି ଜମି ନୁହେଁ, ଚିକିତ୍ସା କେଳଙ୍କାରୀରେ ବି ଉବୁଟୁବୁ ଅଚ୍ୟୁତ; ଚଳୁ କରିଛନ୍ତି ୧୦୦ କୋଟିରୁ ଅଧିକ ଟଙ୍କା ! 

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now