• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର ହୋଇଛି । ପଙ୍ଖାରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହାର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାହିଁକି ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କଲେ ? ନା ଏହା ହତ୍ୟା ? ଯଦି ଏହା ଆତ୍ମହତ୍ୟା ତେବେ ଏହା ପଛର କାରଣ କ’ଣ ହୋଇଥାଇପାରେ ? ଏ ସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପୋଲିସ ପ୍ରଦୀପ କୁମାର ଘୋଷଙ୍କ ମୃତ୍ୟୁ ନେଇ ପଚରାଉଚରା କରୁଛି ।

ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ ଗତକାଲି ଅଫିସରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ଦିନ ୨ଟାରେ ସେଠାରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଭୋଜି ଖାଇବା ପରେ ନିଜ ରୁମ୍‌କୁ ଯାଇଥିଲେ । ହେଲେ ସଂଧ୍ୟା ୫ଟା ଯାଏଁ ରୁମ୍‌ରୁ ବାହାରକୁ ବାହାରିନଥିଲେ ।

ପରେ ସହଯୋଗୀମାନେ କବାଟ ବାଡ଼ାଇ ତାଙ୍କୁ ଡାକିବାକୁ ଚେଷ୍ଟା କରିଥିଲେ । ହେଲେ ସେ କବାଟ ନଖୋଲିବାରୁ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସେଠାରେ ଯନ୍ତ୍ରୀ ପ୍ରଦୀପ କୁମାରଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

  • Reported by:
  • DEEPAK KUMAR ADAR