Advertisment

ICC Champions Trophy 2025: ICC ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍‌ଲା ନେଇ ସତର୍କତା, ସତର୍କ କରାଇଲା ଗୁଇନ୍ଦା ବିଭାଗ

ପାକିସ୍ତାନର ଗୁଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ଆତଙ୍କୀ ଭୟକୁ ନେଇ ଏକ ଚେତାବନୀ ଜାରି କରିଛି, ଯାହାର ରିପୋର୍ଟ ଅନୁଯାୟୀ ICC ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଯୋଗଦେବାକୁ ଆସୁଥିବା ବିଦେଶୀ ଦର୍ଶକମାନଙ୍କୁ ଅପହରଣ କରିବାକୁ ଯୋଜନା କରୁଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଚାମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ଭୟ

ଚାମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ଭୟ

ପ୍ରାୟ ୩ ଦଶନ୍ଧି ପରେ ପାକିସ୍ତାନରେ ଆୟୋଜିତ ହେଉଛି ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଉଛି । ତେବେ ସୁରକ୍ଷା ଏବଂ ଆତଙ୍କବାଦୀ ଆକ୍ରମଣ ଭୟ ଯୋଗୁଁ ବର୍ଷ ବର୍ଷ ଧରି ପାକିସ୍ତାନରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହୋଇନଥିଲା। ଏବେ ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଆୟୋଜନ ପାକିସ୍ତାନ ହାତକୁ ଆସିବା ପରେ, ପୁଣି ଥରେ ଆତଙ୍କବାଦୀ ଆକ୍ରମଣର ଭୟ ପାକିସ୍ତାନ ଉପରେ ଘାରିଛି । ପାକିସ୍ତାନରେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ISKP ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବ୍ୟ ପ୍ରୟାସ ବିଷୟରେ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

ଭାରତୀୟ ଏଜେନ୍ସି ମଧ୍ୟ ଏପରି ଆକ୍ରମଣର ସମ୍ଭାବନା ବିଷୟରେ ପାକିସ୍ତାନକୁ ସୂଚନା ଦେଇଛନ୍ତି । ଇସଲାମିକ୍ ଷ୍ଟେଟ୍ - ଖୋରାସାନ୍ ପ୍ରଦେଶ (ISKP)ର ଆତଙ୍କବାଦୀମାନେ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆସୁଥିବା ବିଦେଶୀମାନଙ୍କୁ ଅପହରଣ କରିପାରନ୍ତି ଏବଂ ବଦଳରେ ମୁକ୍ତି ଦାବି କରିପାରିନ୍ତି ବୋଲି ଗୁଇନ୍ଦା ଏଜେନ୍ସି ପାକିସ୍ତାନକୁ ଆଲର୍ଟ କରିଛନ୍ତି ।

Advertisment

ପାକିସ୍ତାନର ଗୁଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରଦେଶ (ISKP)ରୁ ଏକ ସମ୍ଭାବ୍ୟ ଆତଙ୍କୀ ଭୟକୁ ନେଇ ଏକ ଚେତାବନୀ ଜାରି କରିଛି, ଯାହାର ରିପୋର୍ଟ ଅନୁଯାୟୀ ICC ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଯୋଗଦେବାକୁ ଆସୁଥିବା ବିଦେଶୀ ଦର୍ଶକମାନଙ୍କୁ ଅପହରଣ କରିବାକୁ ଯୋଜନା କରୁଛନ୍ତି । ଖେଳ ଦେଖିବାକୁ ଆସିଥିବା ବିଦେଶୀ ଦର୍ଶକଙ୍କୁ ଅପହରଣ କରି ତାଙ୍କ ବଦଳରେ କିଛି ଦାବି କରିପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । କୁହାଯାଉଛି ଯେ ଏହି ଆତଙ୍କବାଦୀ ଗ୍ରୁପ୍‌ ବିଶେଷ ଭାବରେ ଚୀନ୍ ଏବଂ ଆରବ ନାଗରିକମାନଙ୍କୁ ଟାର୍ଗେଟ କରୁଛନ୍ତି ।

ତେବେ ଏହି ଆତଙ୍କୀ ଭୟ ପରେ ପାକିସ୍ତାନରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପଡିବ । ଆପଣଙ୍କୁ କହି ରଖୁଛୁ ଯେ ଚାମ୍ପିଅନ୍ସ ଟ୍ରଫି ଏକ ବଡ଼ ଟୁର୍ଣ୍ଣାମେଣ୍ଟ। ଏଥିରେ ସାରା ବିଶ୍ୱରୁ ୮ଟି ବଡ଼ ଦଳ ଅଂଶଗ୍ରହଣ କରିଛନ୍ତି । ତେଣୁ, ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ୨୦୦୯ ମସିହାରେ ଲାହୋରରେ ଗଦ୍ଦାଫି ଷ୍ଟାଡିୟମ ନିକଟରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହା ପରେ ଅନ୍ତର୍ଜାତୀୟ ଦଳଗୁଡ଼ିକ ପାକିସ୍ତାନ ଗସ୍ତ ବନ୍ଦ କରିଦେଇଥିଲେ । ସେପଟେ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ କିନ୍ତୁ ପାକିସ୍ତାନ ଯାଇନି ଭାରତ । ସୁରକ୍ଷା କାରଣରୁ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବନି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା । ଯାହାଫଳରେ ଟିମ୍‌ ଇଣ୍ଡିଆ ତା’ର ସମସ୍ତ ମ୍ୟାଚ୍‌ ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଖେଳିବ । ଏମିତି କି ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଚମ୍ପିଆନ୍ସ ଟ୍ରଫି ଫାଇନଲ ମଧ୍ୟ ଦୁବାଇରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ, ଭାଙ୍ଗିଲେ ସଚିନ୍‌ଙ୍କ ରେକର୍ଡ...ପୂରଣ କଲେ ୧୪ ହଜାର ରନ୍‌

Pakistan Terror Activities
Advertisment
Advertisment