ଆଜିଠାରୁ ରାମରାଜ୍ୟ ଆରମ୍ଭ ହେବ । ସମାଜରୁ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ । ସମସ୍ତେ ପ୍ରେମ ବାଣ୍ଟିବେ.. ପ୍ରେମର ସହ ବଞ୍ଚିବେ । ଅଯୋଧ୍ୟା ଠାରୁ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟ, ଶାନ୍ତି ରହିବ ।
ପୁର ପଲ୍ଲୀରେ ଶୁଭୁଛି ଜୟ ଶ୍ରୀରାମ ନାରା । ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସୂର୍ଯ୍ୟ ଦେବତା ମଧ୍ୟ ଆଜି ନତମସ୍ତକ ହୋଇଛନ୍ତି ।
ବିଦେଶରେ ମଧ୍ୟ ଶୁଭିଲାଣି ରାମ ନାମ। ୟୁନାଇଟେଡ ଷ୍ଟେଟସର ନ୍ୟୁୟର୍କ ଟାଇମ୍ସରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।
ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚି ଆଜି ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ସେ ଟାର୍ଗେଟ୍ କରି ପରିହାସ କରିଛନ୍ତି।
ଜଣେ ଅନନ୍ୟ ରାମ ଭକ୍ତ ରାମଙ୍କ ନାମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସତନାର ରାକେଶ ସାହୁ କହିଛନ୍ତି ଯେ ସେ ବିଶ୍ୱର ସର୍ବବୃହତ ରାମ ନାମ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ୮୪ ଲକ୍ଷ ଶବ୍ଦ, ୩ ଲକ୍ଷ ଧାଡ଼ି, ୮,୬୫୨ ପୃଷ୍ଠା ଅଛି। ଏହି ବହିର ଲମ୍ବ ୧୪୨୮ ମିଟର ଏବଂ ଓଜନ ୬୫ କିଲୋଗ୍ରାମ।
ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର କୁହାଯାଏ ଆସନ୍ତୁ ଜାଣିବା।
ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାର ମହା ଉତ୍ସବ । ଏନେଇ ଗାଁରୁ ସହର .. ସବୁ ପ୍ରସ୍ତୁତ । ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି ରାମଙ୍କ ଆଗମନକୁ । ଆଜି ପୁରା ହେବ ରାମଭକ୍ତଙ୍କ ତପସ୍ୟା । ଜୟ ଶ୍ରୀରାମ ନାରାରେ କମ୍ପୁଛି ଗଗନ ପବନ ।
ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।
ଆଉ କେଇଘଣ୍ଟା ପରେ ସାକାର ହେବ ଅଯୋଧ୍ୟା ରାମମନ୍ଦିର ସ୍ୱପ୍ନ । ଆସିବ ସେଇ ଶୁଭ ମୁହୂର୍ତ୍ତ... ବିରାଜିବେ ରାମଲାଲା...
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ଆଉ କିଛି ଘଣ୍ଟା ପରେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ମୁହୂର୍ତ୍ତ ।
ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ ।
ବ୍ୟର୍ଥ ଯାଇନି ହଜାର ହଜାର କରସେବକଙ୍କ ବଳିଦାନ । ୫ଶହ ବର୍ଷର ପ୍ରତୀକ୍ଷା,
ସରିବ କାଳ କାଳର ପ୍ରତୀକ୍ଷା... ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପଡ଼ିବ ପୂର୍ଣ୍ଣାହୂତି । ରାତି ପାହିଲେ ଉପନୀତ ହେବ ଶତାବ୍ଦୀ ଶତାବ୍ଦୀର ସେଇ ବହୁ ଆକାଂକ୍ଷିତ ତିଥି... ଐତିହାସିକ ଦିବସ ।
ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ ।
ଉଛୁଳୁଛି ଅଯୋଧା, ପୁରି ଉଠୁଛି ରାମନଗରୀ । ତା’ଉପରେ ଘୁରି ବୁଲୁଛି ପୋଲିସର ଛଞ୍ଚାଣ ଆଖି । ଦିନ ହୋ ୟା ରାତ୍, ୧୧୨ ହେ ଆପକେ ସାଥ୍। ଅର୍ଥାତ କୌଣସି ଅଘଟଣ ହେଲେ ୧୧୨କୁ ଡାଏଲ୍ କରିବାକୁ କହିଛି ୟୁପି ପୋଲିସ ।
ଘରକୁ ଫୁଲ ଏବଂ ରଙ୍ଗୀନ ଆଲୋକରେ ସଜାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଆଣ୍ଟିଲିଆର ସମସ୍ତ ସ୍ଥାନକୁ ମଧ୍ୟ ସୁସଜ୍ଜିତ କରାଯାଇଛି ।
ଏନେଇ ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି।
ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ହନୁମାନ ଗଡିରେ ପହଞ୍ଚି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । କଙ୍ଗନା କହିଛନ୍ତି, ଅଯୋଧ୍ୟା ସଜାଇ ହୋଇଛି ପୁରା ନବବଧୂ ପରି ।
ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।
ଅରୁଣ ଗୋବିଲ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ମାତା ସୀତାଙ୍କ ଭୂମିକାରେ ଦୀପିକା ଚିଖାଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀଙ୍କ ଜୀବନ୍ତ ଅଭିନୟ ସମସ୍ତ ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲା ।
ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ପୂରା ସହର ସିସିଟିଭି ନଜରରେ ରହିଛି ।
ଗୁରମିତ ଚୌଧୁରୀ ଅନୁଭବ କରିଛନ୍ତି ଯେ ଏହାର ତାଙ୍କର ଭାଗ୍ୟ ଥିଲା ଯେ ‘ରାମାୟଣ’ରେ ସେ ରାମଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାକୁ ନେଇ ସେ ଆଉ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ପାଖେଇ ଆସିଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ମୁହୂର୍ତ୍ତ । ଆସନ୍ତାକାଲି ୫ଶହ ବର୍ଷ ଅପେକ୍ଷାର ହେବ ଅନ୍ତ ।
ମଙ୍ଗଳ ଧ୍ୱନୀ ପାଇଁ ବିଭିନ୍ନ ରାଜ୍ୟରୁ ସ୍ୱତନ୍ତ୍ର ବାଦ୍ୟ ଯନ୍ତ୍ରର ଆୟୋଜନ କରାଯାଇଛି ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।