Advertisment

Ayodhya Ram Mandir: ସମସ୍ତଙ୍କ ମୁହଁରେ ‘ରାମ ରାମ’; କାହିଁକି ଦୁଇ ଥର କୁହାଯାଏ ରାମ ନାମ

ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’। କାହିଁ ରାମ-ରାମ ଦୁଇ ଥର କୁହାଯାଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why is called Ram Ram

Why all ram devotee say ram ram two times

ଏବେ ସାରା ଭାରତ ରାମମୟ। ସମସ୍ତଙ୍କ ମୁହଁରେ ‘ରାମ ରାମ’। ଯେଉଁଠି ଦେଖ ସେଠି ରାମଙ୍କୁ ନେଇ ଉତ୍ସାହ ଆଉ ଉତ୍ସବ। କେଉଁଠି ଭଜନ ସମାରୋହ ତ ଆଉ କେଉଁଠି ହୋମ ଯଜ୍ଞ। ଆଜି ଯିଏ ଯାହାକୁ ଯେଉଁଠି ଦେଖୁଛି କହୁଛି ‘ରାମ-ରାମ’।

Advertisment

ତେବେ ଅନ୍ୟ ସମୟରେ ମଧ୍ୟ ପ୍ରାୟ ରାମ ଭକ୍ତ ଏମିତି କହିବା ଶୁଣାଯାଏ। ଏହି ରାମ ନାମ ଦୁଇ ଥର କହିବାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ସେହି ରହସ୍ୟ କ’ଣ ଆସନ୍ତୁ ଜାଣିବା।

ପ୍ରତ୍ୟେକ ଭାରତୀୟ ଯେତେବେଳେ କାହାକୁ ଭେଟନ୍ତି ବା ଅଭିବାଦନ ଜଣାନ୍ତି ନମସ୍କାର, ପ୍ରଣାମ କିମ୍ବା ରାମ-ରାମ କୁହନ୍ତି। ଅଭିବାଦନ କେବଳ ଆମର ସଂସ୍କୃତି ନୁହେଁ ସମସ୍ତ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସବୁ ପରମ୍ପରା ପଛରେ କିଛି ନା କିଛି କାରଣ ଥାଏ। ରାମ-ରାମ କହିବା ଏହି ପରମ୍ପରା ମଧ୍ୟରୁ ଏକ। ପୁରାତନ କାଳରେ, ଗାଁ ହେଉ କିମ୍ବା ସହର ‍ଈଶ୍ୱରଙ୍କ ନାମକୁ ଅଭିବାଦନ ଭାବେ ବ୍ୟବହୃତ କରାଯାଉଥିଲା।

Advertisment

LIVE Updates: ଜାଣନ୍ତୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଟିକିନିଖି ଖବର...

ଆଜି ବି ଅନେକ ଗାଁ ଅଛି ଯେଉଁଠାରେ ସେମାନେ ପରସ୍ପରକୁ ଅଭିବାଦନ କରିବାକୁ ‘ରାମ-ରାମ’ କୁହନ୍ତି। ଏହା ଦେଖାଯାଏ ଯେ ଆମେ କାହାକୁ ଅଭିବାଦନ କରୁଥିବାବେଳେ ରାମଙ୍କ ନାମକୁ ଦୁଇ ଥର କହିଥାଉ। ତେବେ ଏହା ପଛରେ ରହସ୍ୟ କ’ଣ? ଆସନ୍ତୁ ଜାଣିବା…

ରାମ ଶବ୍ଦର ବ୍ୟୁତ୍ପତ୍ତି:

‘ରାମ’ ଦୁଇଟି ମୂଳ ସଂସ୍କୃତ ଶବ୍ଦ ‘ରମ୍‌’ ଓ ‘ଘମ୍‌’ରୁ ଉତ୍ପନ୍ନ। ‘ରମ୍‌’ ଅର୍ଥ ହେଉଛି ‘ଆନନ୍ଦିତ’ ହେବା ବା ନିହିତ ହେବା। ସେହିପରି ‘ଘମ୍‌’ର ଅର୍ଥ ହେଉଛି ‘ବ୍ରହ୍ମାଣ୍ଡର ଖାଲି ସ୍ଥାନ’। ତେଣୁ ‘ରାମ’ର ଅର୍ଥ ହେଉଛି ସମଗ୍ର ବ୍ରହ୍ମାଣ୍ଡରେ ନିହିତ ହେବା। ଶାସ୍ତ୍ରରେ ଏହା ଲେଖାଯାଇଛି ଯେ “ରମନ୍ତେ ଯୋଗିନଃ ଅସ୍ତିମ ସା ରାମଂ ଉଚ୍ୟତେ” ଅର୍ଥାତ୍ ଯୋଗୀମାନେ ଧ୍ୟାନରେ ଥିବାବେଳେ ଯେଉଁ ଶୂନ୍ୟରେ ଭ୍ରମଣ କରନ୍ତି ତାକୁ ‘ରାମ’ କୁହାଯାଏ।

ରାମଙ୍କ ନାମ କାହିଁକି ଦୁଇ ଥର କୁହାଯାଏ:

ଯେତେବେଳେ ଅଭିବାଦନ ଦିଆଯାଏ 'ରାମ-ରାମ' କୁହାଯାଏ। ଏହା ସର୍ବଦା ଦୁଇ ଥର କୁହାଯାଏ। ଏହା ପଛରେ ଏକ ବୈଦିକ ଦୃଷ୍ଟିକୋଣ ରହିଛି ବୋଲି ବିଶ୍ୱାସ କରାଯାଏ। ବୈଦିକ ଦୃଷ୍ଟିକୋଣ ଅନୁଯାୟୀ, ୧୦୮ ହେଉଛି ସମ୍ପୂର୍ଣ୍ଣ ବ୍ରହ୍ମର ୟୁନିଟ୍ କୋଏଫିସିଏଣ୍ଟ୍। ରାମ-ରାମ ଶବ୍ଦକୁ ଦୁଇ ଥର କହିଦେଲେ ଏହା ପୂରା ହୋଇଯାଏ। କାରଣ "ର" ହେଉଛି ବର୍ଣ୍ଣମାଳା ୨୭ ତମ ଅକ୍ଷର। 'ଆ' ହେଉଛି ଦ୍ୱିତୀୟ ଅକ୍ଷର ଏବଂ 'ମ' ହେଉଛି ୨୫ ତମ ଅକ୍ଷର। ସବୁକୁ ଏକାଠି କଲେ ୨୭ + ୨ + ୨୫ = ୫୪, ଅର୍ଥାତ୍ ଗୋଟିଏ "ରାମ" ର ସମଷ୍ଟି ହେଉଛି ୫୪।

ତେଣୁ ରାମ ରାମ ଦୁଇ ଥର କହିଦେଲେ ଏହା ୧୦୮ ହୋଇଯାଏ, ଯାହା ସମ୍ପୂର୍ଣ୍ଣ ବ୍ରହ୍ମକୁ ସୂଚିତ କରେ। ଯେତେବେଳେ ବି ଆମେ କିଛି ଜପ କରୁ, ଆମକୁ ୧୦୮ ଥର ଜପ କରିବାକୁ କୁହାଯାଏ। କିନ୍ତୁ କେବଳ "ରାମ-ରାମ" କହିଦେଲେ ସମଗ୍ର ମାଳା ଜପ ହୋଇଯାଏ।

୧୦୮ର ମହତ୍ତ୍ୱ:

ଶାସ୍ତ୍ର ଅନୁଯାୟୀ, ମାଳାର ୧୦୮ ଟି ମାଳି ମଣିଷର ନିଶ୍ୱାସ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ। ଜଣେ ସୁସ୍ଥ ବ୍ୟକ୍ତି ଦିନରାତି ୨୪ ଘଣ୍ଟାରେ ପ୍ରାୟ ୨୧,୬୦୦ ଥର ନିଶ୍ୱାସ ନେଇଥାଏ। ବିଶ୍ୱାସ କରାଯାଏ ଯେ ୨୪ ଘଣ୍ଟା ମଧ୍ୟରୁ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ୧୨ ଘଣ୍ଟା ବିତାଇଥାଏ ଏବଂ ଅବଶିଷ୍ଟ ୧୨ ଘଣ୍ଟାରେ ଜଣେ ବ୍ୟକ୍ତି ପ୍ରାୟ ୧୦,୮୦୦ ଥର ନିଶ୍ୱାସ ନେଇଥାଏ।

ଏନେଇ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତି ଦିନକୁ ୧୦,୮୦୦ ଥର ଭଗବାନଙ୍କୁ ସ୍ମରଣ କରିବା ଉଚିତ। କିନ୍ତୁ ଜଣେ ସାଧାରଣ ଲୋକ ଏତେ କରିବା ସମ୍ଭବ ନୁହେଁ। ସେଥିପାଇଁ ଦୁଇଟି ଶୂନ ଉଠେଇ ଜପ କରିବା ପାଇଁ ୧୦୮ ନମ୍ବର ଶୁଭ ବୋଲି ବିବେଚନା କରାଯାଏ। ଯେଉଁଥିପାଇଁ ଜପାମାଳିରେ ୧୦୮ଟି ମାଳି ଥାଏ।

୧୦୮ର ବୈଜ୍ଞାନିକ ମହତ୍ତ୍ୱ:

ଯଦି ଆମେ ବୈଜ୍ଞାନିକ ତଥ୍ୟ ଉପରେ ନଜର ପକେଇବା ତେବେ ମାଳାର ୧୦୮ଟି ମାଳି ସୂର୍ଯ୍ୟଙ୍କ କଳା ସହ ଜଡିତ ବୋଲି ବିବେଚନା କରାଯାଏ। ବୈଜ୍ଞାନିକ ତଥ୍ୟ ଅନୁଯାୟୀ, ସୂର୍ଯ୍ୟ ଗୋଟିଏ ବର୍ଷରେ ୨,୧୬,୦୦୦ କଳା ପରିବର୍ତ୍ତନ କରିଥାଏ। ଏଥିରେ ୬ ​​ମାସ ଉତ୍ତରାୟଣ ଓ ବାକି ୬ ମାସ ଦକ୍ଷିଣାୟନ ରହିଛି। ଏହିପରି ୬ ମାସରେ ସୂର୍ଯ୍ୟର କଳା ୧,୦୮,୦୦୦ ଥର ପରିବର୍ତ୍ତନ ହୁଏ। ସେହିପରି ଭାବରେ, ଯଦି ଶେଷରୁ ୩ଟି ଶୂନ କାଢିଦିଆଯାଏ, ତେବେ ୧୦୮ ହେବ। ତେଣୁ ମାଳାର ୧୦୮ ମାଳି ସୂର୍ଯ୍ୟର କଳାର ପ୍ରତୀକ ଭାବରେ ବିବେଚନା କରାଯାଏ।

ଅଧିକ ପଢ଼ନ୍ତୁ: ରାମ ରଙ୍ଗରେ ରଙ୍ଗାୟିତ ରାମଭକ୍ତ, ରାମମୟ ପୁରା ଦେଶ...

Ayodhya Ayodhya Ram Mandir Ayodhya Ram Temple Ayodhya Temple
Advertisment
Advertisment