Advertisment

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା..ବିଦେଶ ମାଟିରେ ପ୍ରଭୁଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି

ବିଦେଶରେ ମଧ୍ୟ ଶୁଭିଲାଣି ରାମ ନାମ। ୟୁନାଇଟେଡ ଷ୍ଟେଟସର ନ୍ୟୁୟର୍କ ଟାଇମ୍ସରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ram Mandir consecration ceremony at Times Square

Ram mandir

ସାରା ଦେଶ ରାମମୟ। ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସବୁଠି ଉତ୍ସାହ ଓ ଉଦ୍ଦୀପନା। ଆଜି ମନ୍ଦିରରେ ବିରାଜମାନ କରିବେ ରାମଲାଲା। କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଶୁଭିଲାଣି ରାମ ନାମ। ୟୁନାଇଟେଡ ଷ୍ଟେଟସର ନ୍ୟୁୟର୍କ ଟାଇମ୍ସରେ ଆରମ୍ଭ ହୋଇଯାଇଛି ସେଲିବ୍ରେସନ। ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ପ୍ରଭୁ ରାମଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Advertisment

ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ୍ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେଲିବ୍ରେସନର ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସମସ୍ତେ ପାରମ୍ପରିକ ପୋଷାକ ପରିଧାନ କରି ଭଜନ କୀର୍ତ୍ତନ କରୁଥିବା ନଜର ଆସିଛନ୍ତି। ଭାରତୀୟ ଡାଏସପୋରାର ସଦସ୍ୟମାନେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଏକତ୍ରିତ ହୋଇ 'ଜୟ ଶ୍ରୀ ରାମ' ଲେଖାଯାଇଥିବା ପତାକା ଧରି ଉତ୍ସାହର ସହ ନାଚ କରୁଛନ୍ତି।

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

Advertisment

ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ବିରାଜିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ବାହ୍ନ ୧୦ଟାରୁ ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ ଚାଲିଛି। ପ୍ରାଣପ୍ରତିଷ୍ଠା ପରେ ଆଖିରୁ ପଟି ଖୋଲାଯାଇ ରାମଲାଲାଙ୍କୁ ସ୍ନାନ କରାଇ ତିଳକ ଲଗାଯିବ। ଏହାପରେ ବିଭିନ୍ନ ଆଭୂଷଣରେ ସଜେଇ ହେବେ ରାମଲାଲା।

ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ସ୍ଥାନରେ ପୂଜା ପାଇବେ ରାମଲାଲା। ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।

ଅଧିକ ପଢ଼ନ୍ତୁ: ଦେଶ ବିଦେଶରୁ ଆସିବେ ୭୦୦୦ ଅତିଥି..ଜାଣନ୍ତୁ କିଏ...

Ayodhya Ram Mandir Ram Mandir New York
Advertisment
Advertisment