Advertisment

ଭକ୍ତ ବିଭୋର, ଭଗବାନ ଆତୁର..ଭକ୍ତିରେ ତଲ୍ଲୀନ ପୁରା ଭାରତ

ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Ayodhya Ram Mandir Pran Pratishtha

Ram lalla

'ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..'

Advertisment

ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମା ମଧ୍ୟରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦାପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର । ସମୟ ଯେତିକି ପାଖଉଛି, ଅଧିକରୁ ଅଧିକ ସୁନ୍ଦର ହୋଇଉଠୁଛି ତାର ରୂପ । ସତେ ଯେମିତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅପେକ୍ଷାରେ ବ୍ୟଗ୍ର ହୋଇ ଉଠୁଛି ସୁସଜ୍ଜିତ ମନ୍ଦିର । ଫୁଲରେ ଫୁଲରେ କେଉଁଠି ରାମନାମ ଲେଖାଯାଇଛି, ତ ଆଉ କେଉଁଠି ଓମ୍ ଏବଂ ସ୍ୱସ୍ତିକ ଚିହ୍ନ ।

LIVE Updates: ଜାଣନ୍ତୁ ଅଯୋଧ୍ୟା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଟିକିନିଖି ଖବର...

Advertisment

ସୁଗନ୍ଧରେ ମହମହ ବାସୁଛି ପୂରା ପରିସର । ଆଲୋକ ସାଜସଜ୍ଜା ବି ଅତୁଳନୀୟ । ପ୍ରାଣପ୍ରତିଷ୍ଠା ସମାରୋହ ଲାଗି ଚଳଚଞ୍ଚଳ ସମଗ୍ର ଦେଶ । ରଙ୍ଗବେରଙ୍ଗ ଫୁଲରେ ଝଲସୁଛି ରାମଲାଲାଙ୍କ ଭବ୍ୟ ନିବାସ । ଚାରିଆଡ଼େ ସାତ୍ତ୍ୱିକ ପରିବେଶ .. ମନ୍ତ୍ର ଧ୍ୱନି ଓ ବେଦପାଠରେ କମ୍ପୁଛି ପୁରା ସହର । ଫୁଲର ସୁଗନ୍ଧ ସାଙ୍ଗକୁ ଅତୁଳନୀୟ ଆଲୋକ ସାଜସଜ୍ଜା ... ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମ ମନ୍ଦିର ପରିସର ।

ଅନ୍ୟପଟେ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପୂର୍ବରୁ ଝଲସିଲା ସାରା ଭାରତ । ଆଲୋକମୟ ଜମ୍ମୁର ପୁଞ୍ଚ .. ଗୁଜରାଟରେ ଘରେ ଘରେ ଦୀପାବଳିର ଆସର । ସରଜୁ କୂଳରେ ଡମ୍ବରୁ ଓ ଗିନିର ତାଳେ ତାଳେ ମଗ୍ନ ଶ୍ରଦ୍ଧାଳୁ । ନେପାଳର ଜାନକୀ ମନ୍ଦିରରେ ଚିତାକର୍ଷକ ଆଲୋକ ସଜ୍ଜା । ସେପଟେ ରାମ ନାମରେ ଚମକିଛି ଅମ୍ବାନୀଙ୍କ ଆଣ୍ଟିଲିଆ ।

ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ପ୍ରଭୁ ଶ୍ରୀରାମଙ୍କ ଦିବ୍ୟତା । ଅଯୋଧ୍ୟାରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭୁଙ୍କ ଆଗମନ ନେଇ ପ୍ରସ୍ତୁତି । ଚରମ ସୀମାରେ ଉତ୍କଣ୍ଠା । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି । ରଙ୍ଗୀନ ଆଲୋକରେ ଝଲସିଲା ଭୁବନେଶ୍ୱର ରାମ ମନ୍ଦିର । ରାଉରକେଲା ଓ ବୌଦ୍ଧରେ ବି ଭବ୍ୟ ଆୟୋଜନ । ସବୁଠି ଶ୍ରୀରାମଙ୍କ ଦିବ୍ୟତାର ଛାପ .. ସ୍ୱାଗତ ପାଇଁ ପ୍ରସ୍ତୁତ ଭକ୍ତ ।

ଅନ୍ୟପଟେ ରାମଲାଲାଙ୍କ ଆଗମନ ପାଇଁ ବିଦେଶରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ନ୍ୟୁ ଜର୍ସିର ବାଲାଜୀ ମନ୍ଦିରରେ ୨୫ ଫୁଟ ହନୁମାନଙ୍କ ପୂଜାର୍ଚ୍ଚନା କରାଯାଉଛି । ବ୍ରିଟେନରେ ବି ବ୍ୟାପକ ପ୍ରସ୍ତୁତି, ଭଜନ କୀର୍ତ୍ତନ ସହ ଭଗବାନ ରାମଙ୍କୁ ପ୍ରାର୍ଥନା କରାଯାଇଛି ।

ଅଧିକ ପଢ଼ନ୍ତୁ: ରାମ ରଙ୍ଗରେ ରଙ୍ଗାୟିତ ରାମଭକ୍ତ, ରାମମୟ ପୁରା ଦେଶ...

Ayodhya Ram Mandir Ram Mandir
Advertisment
Advertisment