/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705901411.jpg)
in ayodhya anupam kher taunted opposition leaders they are not destined to come
ଅଯୋଧ୍ୟା ଆଜି ରାମମୟ। ଦୀର୍ଘ ୫୦୦ ବର୍ଷ ଧରି ଅଯୋଧ୍ୟାରେ ରାମ ମନ୍ଦିରକୁ ଦେଖି ରାମ ଭକ୍ତମାନେ ଆନନ୍ଦରେ ଡେଉଁଛନ୍ତି। ବର୍ଷ ବର୍ଷ ଧରି ଏକ ତମ୍ବୁ ତଳେ ପୂଜାପାଉଥିବା ରାମଲାଲାଙ୍କୁ ବର୍ତ୍ତମାନ ଏକ ବିଶାଳ ମନ୍ଦିର ମିଳିଛି, ଯେଉଁଠାରେ ସେ ସବୁଦିନ ପାଇଁ ରହିବେ।
ଅଯୋଧ୍ୟାରେ ଚାଲିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏଥିପାଇଁ ରାଜନୀତି ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କଳ ଓ ସିନେମା ଜଗତର ଦିଗ୍ଗଜ ବ୍ୟକ୍ତିତ୍ୱମାନେ ଏଠାରେ ପହଛିଛନ୍ତି। ଅନୁପମ ଖେର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚିଥିଲେ। ଆଜି ସେ ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି।
LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...
ଅନୁପମ ଖେର ଆଜି ସକାଳେ ହନୁମାନ ଗଡୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ ହାତ ଯୋଡି ପ୍ରାର୍ଥନା କଲେ ଏବଂ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କଲେ। ଏହି ସମୟରେ ମନ୍ଦିର ପରିସରରେ ଜୟ ଶ୍ରୀରାମଙ୍କ ସ୍ଲୋଗାନ ଉଚ୍ଚ ସ୍ୱରରେ ଉଠିଥିଲା। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ଟାର୍ଗେଟ୍ କରି ସେ ପରିହାସ କରିଛନ୍ତି।
ସେ କହିଛନ୍ତି ଯେ ତାଙ୍କ ସୌଭାଗ୍ୟ ଯେ ସେ ଏହି ମୁହୂର୍ତ୍ତକୁ ଉପଭୋଗ କରିବାର ସୁଯୋଗ ପାଇଛନ୍ତି। ଏହି ମହାନ ଉତ୍ସବରେ ବିରୋଧୀ ଦଳର କେହି ଅଂଶଗ୍ରହଣ ନ କରିଥିବା ନେଇ ସେ ବିଦ୍ରୂପ କରିଛନ୍ତି। ଅଭିନେତା କହିଛନ୍ତି ଯେ ୫୦୦ ବର୍ଷ ପରେ ଯେଉଁ ସୁଯୋଗ ମିଳିଛି ବୋଧହୁଏ ଏହା ବିରୋଧୀ ଦଳର ନେତାଙ୍କ ଭାଗ୍ୟରେ ନାହିଁ। ସେଥିପାଇଁ ସେମାନେ ଏଠାକୁ ଆସିପାରି ନାହାଁନ୍ତି।
#WATCH | Actor Anupam Kher offers prayers at Hanuman Garhi Mandir in Ayodhya, Uttar Pradesh. pic.twitter.com/gTE6pipicI
— ANI (@ANI) January 22, 2024
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆଜି ୧୨.୨୦ରେ ଆରମ୍ଭ ହେବ। ଅଭିଜିତ ମୁହୂର୍ତ୍ତ ଏବଂ ମୃଗଶିରା ନକ୍ଷତ୍ରର ଶୁଭ ସଂଯୋଗରେ ପ୍ରାଣ-ପ୍ରତିଷ୍ଠା ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋଟ ପାଞ୍ଚ ଜଣ ବ୍ୟକ୍ତି ଗର୍ଭଗୃହରେ ରହିବେ ଏବଂ ପ୍ରଭୁ ଶ୍ରୀରାମ ଅତି ସୁନ୍ଦର ଭାବରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)