• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠାରୁ ଆରମ୍ଭ ହେବ ରାମରାଜ୍ୟ । ରାମଲାଲାଙ୍କ ଆସିବା ଫଳରେ ଆଜି ଦେଶରେ ରାମରାଜ୍ୟ ଆରମ୍ଭ ହୋଇଛି । ଏପରି କହିଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ଅବସରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟ ପୁରୋହିତ । ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ସହ ରାମରାଜ୍ୟ ଆରମ୍ଭ ହେବ ଏବଂ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ ।

ଆଜିଠାରୁ ରାମରାଜ୍ୟ ଆରମ୍ଭ ହେବ । ସମାଜରୁ ସମସ୍ତ ପ୍ରକାର ଅସମାନତା ସମାପ୍ତ ହେବ । ସମସ୍ତେ ପ୍ରେମ ବାଣ୍ଟିବେ.. ପ୍ରେମର ସହ ବଞ୍ଚିବେ । ଅଯୋଧ୍ୟା ଠାରୁ ଏହି ପରିବର୍ତ୍ତନ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି । ସମସ୍ତଙ୍କ ଭିତରେ ସୌହାର୍ଦ୍ଦ୍ୟ, ଶାନ୍ତି ରହିବ । ଆନନ୍ଦରେ ସମସ୍ତେ କାଳାତିପାତ କରିବେ । ପ୍ରଭୁ ରାମଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବ ବୋଲି କହିଛନ୍ତି ମୁଖ୍ୟ ପୁରୋହିତ ।

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

ରାମଙ୍କ କୃପାରୁ ସବୁକିଛି ଠିକ୍ ଚାଲିଛି । ରାମ ଭକ୍ତ ଯାହା ଚାହୁଁଥିଲେ, ତାହା ଆଜି ପୂରଣ ହୋଇଛି । ରାମଲାଲାଙ୍କ ଆସିବା ଦ୍ୱାରା ସମସ୍ତ ବିଘ୍ନ ଦୂର ହେବ ବୋଲି କହିଛନ୍ତି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ । 

ଅନ୍ୟପଟେ ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମମନ୍ଦିର ପରିସର । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ରେ ରାମଲାଲାଙ୍କ ବିଗ୍ରହରେ ହୋଇଛି ପ୍ରାଣ ପ୍ରତିଷ୍ଠା। ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ମଙ୍ଗଳ ଧ୍ୱନି । ଶ୍ରୀରାମଙ୍କୁ ୫୬ ପ୍ରକାର ଭୋଗ ଲାଗିହେବ ବୋଲି ଜଣା ପଡ଼ିଛି ।

ନିଜ ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରା ଦେଶ । ପୁର ପଲ୍ଲୀରେ ଶୁଣା ଯାଉଛି ଜୟ ଶ୍ରୀରାମ ନାରା । ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସୂର୍ଯ୍ୟ ଦେବତା ମଧ୍ୟ ଆଜି ନତମସ୍ତକ ହୋଇଛନ୍ତି । ମନୋରମ ପରିବେଶ .. ସବୁଆଡ଼େ ଫୁଲର ସମ୍ଭାର । ଅଯୋଧ୍ୟାର କୋଣେ କୋଣେ ପ୍ରତିଧ୍ୱନିତ ରାମଙ୍କ କମ୍ପନ ।

ଅଧିକ ପଢ଼ନ୍ତୁ: ରାମଙ୍କ ନାମରେ ସବୁଠାରୁ ବଡ଼ ବହି ଲେଖି ଗିନିଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ