• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫୦୦ ବର୍ଷର ସ୍ୱପ୍ନ ସାକାର ହୋଇଛି । ରାମ ଭକ୍ତଙ୍କ ଆଖିରେ ଆଜି ଖୁସିର ଲୁହ ରହିଛି । ସବୁ ପ୍ରତିକ୍ଷାର ଅନ୍ତ ଘଟିଛି, ସବୁ ସ୍ୱପ୍ନ ସାକାର ହୋଇଛି । ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହୋଇଛି । ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିଛନ୍ତି । ଆଉ ତାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ଶେଷ ହୋଇଛି କାଳ କାଳର ପ୍ରତୀକ୍ଷା । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ।

୮୪ ସେକେଣ୍ତର ଶୁଭ ମୂହୁର୍ତ୍ତରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଆଉ ଏହାର ମୁଖ୍ୟ ଜଜମାନ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜଜମାନ ଦାୟିତ୍ୱ ତୁଲାଇବା ପାଇଁ ଗତ ୧୧ ଦିନ ଧରି କଠୋର ବ୍ରତ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୨.୧୫ ରୁ ୧୨.୪୫ ରହିଥିଲା ପ୍ରାଣ ପ୍ରତିଷ୍ଠା ପାଇଁ ମାହେନ୍ଦ୍ର ବେଳା ।  

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

ଏହି ଅବସରରେ ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମମନ୍ଦିର ପରିସର । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା । ସକାଳ ୧୦ଟାରୁ ଆରମ୍ଭ ହୋଇଛି ମଙ୍ଗଳ ଧ୍ୱନି । ଶ୍ରୀରାମଙ୍କୁ ୫୬ ପ୍ରକାର ଭୋଗ ଲାଗି ହୋଇଛି । ନିଜ ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ପୁରା ଦେଶ । ପୁର ପଲ୍ଲୀରେ ଶୁଭୁଛି ଜୟ ଶ୍ରୀରାମ ନାରା । ଭଗବାନଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସୂର୍ଯ୍ୟ ଦେବତା ମଧ୍ୟ ଆଜି ନତମସ୍ତକ ହୋଇଛନ୍ତି ।

'ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ । ହଜାର ନାମ ସହ ସମାନ ଏହି ରାମନାମ .. ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ସ୍ୱାଗତ ପାଇଁ ଯେତେ ସବୁ ପ୍ରସ୍ତୁତି । ନବବଧୂ ଭଳି ସଜେଇ ହୋଇଛି ଭବ୍ୟ ରାମମନ୍ଦିର । ସମୟ ଯେତିକି ପାଖେଇ ଆସୁଛି, ଅଧିକରୁ ଅଧିକ ସୁନ୍ଦର ହୋଇଉଠୁଛି ତାର ରୂପ । ସତେ ଯେମିତି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅପେକ୍ଷାରେ ବ୍ୟଗ୍ର ହୋଇ ଉଠୁଛି ସୁସଜ୍ଜିତ ମନ୍ଦିର । ଫୁଲରେ ଫୁଲରେ କେଉଁଠି ରାମନାମ ଲେଖାଯାଇଛି, ତ ଆଉ କେଉଁଠି ଓମ୍ ଏବଂ ସ୍ୱସ୍ତିକ ଚିହ୍ନ ।

ଅଧିକ ପଢ଼ନ୍ତୁ: 'ରାମଲାଲାଙ୍କ ଆସିବା ଦ୍ୱାରା ଦେଶରେ ଆଜିଠାରୁ ରାମରାଜ୍ୟର ଆରମ୍ଭ'