• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

India Team World Cup
T20 World Cup: ନିରାଶ ! ଜିତିଗଲା ନ୍ୟୁଜିଲ୍ୟାଣ୍ଡ, ବିଦା ହେଲା ଭାରତ..

ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା ।

Team India
T20 World Cup: ଟିମ୍‌ ଇଣ୍ଡିଆର ଭାଗ୍ୟକୁ ନେଇ ଅଜବ ଉତ୍ତର ଦେଲେ ଜାଡେଜା

ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ।

T20 World Cup
ଟିମ୍‌ ଇଣ୍ଡିଆର ରାସ୍ତା କ୍ଲିୟର କରିବ ଆଫଗାନିସ୍ତାନ ନା ଭାରତର ଅଭିଯାନ ଶେଷ ହେବ?

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।

Aus vs Wi
ଚତୁର୍ଥ ବିଜୟ ସହ ସେମିଫାଇନାଲର ନିକଟତର ହେଲା ଅଷ୍ଟ୍ରେଲିଆ

ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |

Team India
T20 World Cup: ଏମିତି ହେଲେ ଭାରତ ଯିବ ସେମିଫାଇନାଲ୍‌କୁ...

ସେମିଫାଇନାଲ୍‌ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।

India
ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି

odisha-lost-to-tamilnadu-by-one-runs-syed-mushtaq-ali-trophy
ତାମିଲନାଡୁ ଠାରୁ ମାତ୍ର ଗୋଟିଏ ରନ୍‌ରେ ହାରିଲା ଓଡ଼ିଶା

ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା।

virat kohli birthday
୩୩ ରେ ପାଦ ଦେଲେ ବିରାଟ

୩୩ ବର୍ଷରେ ପଦାର୍ପଣ କଲେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି । ଏହି ଅବସରରେ ସାରା ବିଶ୍ୱରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଛୁଟିଛି । ବିସିସିଆଇ ପକ୍ଷରୁ ମଧ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଯାଇଛି ।

dwayne bravo retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଡ୍ୱେନ୍ ବ୍ରାଭୋ

ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ଅଲରାଉଣ୍ତର ଡ୍ୱେନ୍ ବ୍ରାଭୋ । ଟି -୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି ବ୍ରାଭୋ । ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ଦୋଦରୁ ବାହାରି ଯାଇଛି ୱେଷ୍ଟେଣ୍ତିଜ୍‌।

India vs Scotland
T20 World Cup: ମୁହାଁମୁହିଁ ହେବେ ଟିମ୍ ଇଣ୍ତିଆ ଓ ସ୍କଟଲାଣ୍ତ

ଟି-୨୦ ବିଶ୍ୱକପ୍‌ରେ ଆଜି ଟିମ ଇଣ୍ଡିଆ ସହ ମୁହାଁମୁହିଁ ହେବ ସ୍କଟଲ୍ୟାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ପୂର୍ବମ୍ୟାଚରେ ଆଫଗାନିସ୍ତାନଠାରୁ ୬୬ ରନରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ମାତ ଦେବାକୁ ପଡ଼ଇାକୁ ଓହ୍ଲାଇବ ।

odisha cricket team win against goa
ବହୁଦିନ ପରେ ଜିତିଲା ଓଡିଶା

ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଛି । ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟି କ୍ରିକେଟରେ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ କରିଛି । ଲକ୍ଷ୍ନୌରେ ଅନୁଷ୍ଠିତ ମ୍ୟାଚରେ ଗୋଆକୁ ୪ ଓ୍ବିକେଟରେ ହରାଇଛି ଓଡ଼ିଶା ।

India-Afghanistan
ଫର୍ମକୁ ଫେରିଛି ଭାରତ, ଟି-୨୦ ବିଶ୍ୱକପ୍‌ରେ ଦଳର ପ୍ରଥମ ବିଜୟ

ଫର୍ମକୁ ଫେରିଛି ଭାରତ । ଆଫ୍‌ଗାନିସ୍ତାନ ବିରୋଧରେ ଦମ୍‌ଦାର ପ୍ରଦର୍ଶନ । ଟି-୨୦ ବିଶ୍ୱକପ୍‌ରେ ଭାରତର ପ୍ରଥମ ବିଜୟ । ଆଫ୍‌ଗାନିସ୍ତାକୁ ୬୬ ରନ୍‌ରେ ହରାଇଲା ଭାରତ ।

Rahul dravid
ରାହୁଲ ଦ୍ରାବିଡ଼ ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ହେଲେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ବିସିସିଆଇ ପକ୍ଷରୁ ତାଙ୍କୁ ବିଦ୍ଧିବଦ୍ଧ ଭାବେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି ।

 Pramod Bhagat Receive Major Dhyan Chand Khel Ratna Award
ପ୍ରଥମ ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ

ପ୍ରମୋଦ ଭଗତ ପାଇବେ ଖେଳରତ୍ନ । ପ୍ରଥମ ଓଡ଼ିଆ ଭାବେ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ୧୨ ଜଣ ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ । ଏ ଅବସରରେ ପ୍ରମୋଦଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

India vs Afghanistan
T20 World Cup: ଆତ୍ମସମ୍ମାନ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ବିପକ୍ଷରେ ଜୋର ଲଗାଇବ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍‌ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ ।

Pramod Bhagat
ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

yuvraj singh
ଫେବୃଆରୀରେ ପୁଣି ପିଚ୍‌କୁ ଓହ୍ଲାଇବେ ଯୁବରାଜ

ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ।

Virat kohli DCW
ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ, ରାଗିଲେ ମହିଳା କମିଶନ ! ଦିଲ୍ଲୀ ପୋଲିସକୁ ମାଗିଲେ କୈଫିୟତ

ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।

Virat Kohli
T20 World Cup: ବିରାଟଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ସପୋର୍ଟ, ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା

ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ମଧ୍ୟ ମଇଦାନରେ ଚମତ୍କାର ପ୍ରଦର୍ଶନ କରୁଛି । ଦଳର ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡୟମରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍‌ରେ ଦଳ ଜବରଦସ୍ତ ବିଜୟ ହାସଲ କରିଛି ।

Anurag Thakur
ଜାତୀୟ କ୍ରୀଡା ପୁରସ୍କାର ୨୦୨୦

ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଜେତାମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୦ ଅବସରରେ ପୁରସ୍କାର ଦିଆଯାଇଛି । ଗତବର୍ଷ କୋଭିଡ ମହାମାରୀ କାରଣରୁ କାର୍ଯ୍ୟକ୍ରମଟି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା । ତେଣୁ ଏବର୍ଷ ବିଜେତାମାନଙ୍କୁ ନଗଦ ରାଶି ପୁରସ୍କାର ସହ ଟ୍ରଫି ମଧ୍ୟ ଦିଆଯାଇଛି ।

Virat Kohli
T20 World Cup: ୨ଟି ପରାଜୟ ପରେ ବି ରହିଛି ଭାରତର ସେମିଫାଇନାଲ ଆଶା, ଜାଣନ୍ତୁ କ’ଣ କହୁଛି ଗଣିତ ?

ଦଳର ଲଗାତର ଦୁଇଟି ମ୍ୟାଚ୍‌ରେ ପରାଜୟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏବେ ଭାରତକୁ କିଏ ସମବେଦନା ଜଣାଉଛି ତ କିଏ କହୁଛି ଭଗବାନ ହିଁ ଏବେ ସାହାଭରସା । କାରଣ ପୂର୍ବରୁ ଭାରତକୁ ହିଁ ବିଶ୍ୱକପ୍‌ର ଏକମାତ୍ର ଦାବିଦାର ବୋଲି କୁହାଯାଉଥିଲା ।

VVS Laxman
ପରିବାରର ଇଚ୍ଛା ଥିଲା ଡାକ୍ତର, କିନ୍ତୁ ହେଲି କ୍ରିକେଟର

ଭାରତୀୟ କ୍ରିକେଟ ଇତିହାସରେ ଭି.ଭି.ଏସ ଲକ୍ଷ୍ମଣ ଏପରି ଏକ ନାମ, ଯାହାଙ୍କର ପ୍ରଶଂସା କଲେ ସରିବ ନାହିଁ । ଆଜି ହେଉଛି ସେଇ ପ୍ରତିଭାଶାଳୀ କ୍ରିକେଟରଙ୍କ ୪୭ ତମ ଜନ୍ମଦିବସ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ମାନଙ୍କରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ସାରା ବିଶ୍ୱ ମନେ ରଖିଛି ।

ନ୍ୟୁଜିଲାଣ୍ଡଠୁ ହାରିଲା ଭାରତ
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି। 

T20 World Cup | India To Take On New Zealand Today
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା

ଟି-୨୦ ବିଶ୍ୱକପରେ ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକାବିଲା । ଦୁଇ ଦଳ ପାଇଁ କର ବା ମର ମ୍ୟାଚ ହେବ ।

India vs New Zealand
T20 World Cup: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଦମ୍‌ଦାର୍‌ ମ୍ୟାଚ୍‌

ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।