• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଇପିଏଲ୍‌ର ୬୮ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଡିଫେଣ୍ତିଙ୍ଗ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । ମୁମ୍ବାଇର ବ୍ରେବର୍ନ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଚେନ୍ନାଇ ସୁପରକିଙ୍ଗ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୦ ରନ୍ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନ ୧୯.୪ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇର ପରାଜୟ ସହିତ ସିଜିନ୍‌ରୁ ବାଦ ପଡ଼ିଛି ।

ରାଜସ୍ଥାନ ୧୪ ଟି ମ୍ୟାଚରେ ୯ ଟି ମ୍ୟାଚ୍‌ରେ ବିଜୟ ହାସଲ କରି ୧୮ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ୨୪ ମେ’ରେ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ୱାଲିଫାୟର-୧ ରେ ରାଜସ୍ଥାନ ରୟାଲ୍ସ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ।

ରାଜସ୍ଥାନ ପାଇଁ ଓପନର୍ ଯଶସ୍ୱି ଜେସୱାଲ ସର୍ବାଧିକ ୫୯ ରନ୍ କରିଥିଲେ। ସେ ୪୪ ବଲ୍‌ରୁ ୮ ଟି ଚୌକା ଓ ୧ ଟି ଛକା ମାରିଥିଲେ । ତାଙ୍କ ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ୱିନ୍ ମହତ୍ୱପୂର୍ଣ୍ଣ ୪୦ ରନ୍‌ର ଯୋଗଦାନ ଦେଇଥିଲେ । ସେ ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ୨୩ ବଲରେ ୨ ଟି ଚୌକା ଓ ୩ ଟି ଛକା ମାରିଥିଲେ । ଚେନ୍ନାଇ ପାଇଁ ପ୍ରଶାନ୍ତ ସୋଲଙ୍କି ୨ଟି ୱିକେଟ୍ ନେଇଥିବାବେଳେ ସିମରଜିତ ସିଂହ , ମିଚେଲ ସାଣ୍ଟନର୍ ଏବଂ ମୋଏନ୍ ଅଲିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।