• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ବିସିସିଆଇ, ରବିବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଥିବା ଦଳକୁ ଦୀନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳିମାନେ ଫେରିଛନ୍ତି । ଖାଲି ସେତିକି ନୁହେଁ, ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।

ତେବେ ଏହାରି ଭିତରେ ଏମିତି କିଛି ଖେଳାଳି ରହିଯାଇଛନ୍ତି, ଯେଉଁମାନଙ୍କୁ ଦଳରେ ସ୍ଥାନ ମିଳିପାରି ନାହିଁ । ଏହି ଖେଳାଳିଙ୍କ ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦ (SRH) ର ରାହୁଲ ତ୍ରିପାଠୀଙ୍କ ନାୱ ରହିଛି । ଆଇପିଏଲ ୨୦୨୨ରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ ରାହୁଲ ତିପାଠି । ତେବେ ରାହୁଲ ତ୍ରିପାଠିଙ୍କୁ ଦଳରେ ସ୍ଥାନ ମିଳିନଥିବାରୁ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦର ସେହବାଗ ଏବଂ ହରଭଜନ ସିଂହ ନିରାଶା ପ୍ରକାଶ କରିଛନ୍ତି । ହରଭଜନ ଟ୍ୱିଟ କରି କହିଛନ୍ତି ଯେ, ‘ରାହୁଲ ତ୍ରିପାଠୀ ଗୋଟିଏ ସୁଯୋଗର ହକ୍‌ଦାର ଥିଲେ । ତାଙ୍କୁ ଦଳରେ ସାମିଲ କରାଯାଇ ନଥିବାରୁ ମୁଁ ନିରାଶ ।’

ଅନ୍ୟପଟେ, ରାହୁଲ ତ୍ରିପାଠୀଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୁଳନା କରିଛନ୍ତି ବିରେନ୍ଦର ସେହୱାଗ । ଗତ କିଛି ବର୍ଷ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ସୂର୍ଯ୍ୟଙ୍କୁ ଗତ ବର୍ଷ ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ଟି-୨୦ ବିଶ୍ୱକପ ଦଳ ପାଇଁ ମଧ୍ୟ ଚୟନ କରାଯାଇଥିଲା।

କ୍ରିକବଜକୁ ଏକ ସାକ୍ଷାତକାରରେ ସେହୱାଗ କହିଥିଲେ ଯେ, 'ଗତ ବର୍ଷ ସୂର୍ଯ୍ୟକୁମାରଙ୍କ ବିଷୟରେ ଏଭଳି ସାମନ ଆଲୋଚନା କରାଯାଇଥିଲା । ଧର୍ଯ୍ୟ ରଖିବା ଏକ ଗୁଣ । ଦୀର୍ଘ ସମୟ ଧରି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାହୁଲ ତ୍ରିପାଠୀ ଚୟନକର୍ତ୍ତାଙ୍କ ରାଡାରରୁ ଦୂରରେ ରହିଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ରାହୁଲ ତ୍ରିପାଠୀ ୧୪ ମ୍ୟାଚ୍‌ରେ ହାରାହାରି ୩୭.୫୪ ଏବଂ ୧୫୮.୨୩ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୪୧୩ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ତାଙ୍କ ବ୍ୟାଟରୁ ତିନୋଟି ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଛି ।

ସେହିଭଳି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଖେଳାଳି ମାଥ୍ୟୁ ହେଡେନ ମଧ୍ୟ ରାହୁଲ ତ୍ରିପାଠୀଙ୍କ ପାଇଁ ଓକିଲାତି କରିଛନ୍ତି । ସେ କହିଛନ୍ତି ଟି -୨୦ ବିଶ୍ୱକପ ପାଇଁ ରାହୁଲ ତ୍ରିପାଠି ଦଳରେ ସାମିଲ ହେବା ଉଚିତ୍‌ ।