• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଙ୍ଗାଲୋର ଆଉଟ୍। ଫାଇନାଲରେ ଏଣ୍ଟ୍ରି ମାରିଲା ରାଜସ୍ଥାନ। ବାଙ୍ଗାଲୋରକୁ ହରାଇ ରାଜସ୍ଥାନ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି।ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୧୧ଟି ବଲ୍‌ ବାକିଥାଇ ୭ ୱିକେଟ୍‌ରେ ମ୍ୟାଚ୍‌କୁ କବ୍‌ଜା କରିନେଇଛି ରାଜସ୍ଥାନ। ତେବେ ଫାଇନାଲ୍‌ରେ ଶକ୍ତିଶାଳୀ ଗୁଜରାଟକୁ ଭେଟିବ।

ଆଜିର ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଦଳର ମୁଖ୍ୟ ବ୍ୟାଟ୍ୟମ୍ୟାନ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଫାଫ ଡୁପ୍ଲେସିସ ଓ ରଜତ ପଟିଦାର ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ଉଭୟଙ୍କ ମଧ୍ୟରେ ୭୦ ରନର ପାର୍ଟନରସିପ ଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ପଟିଦାର ଏହି ମ୍ୟାଚରେ ୫୮ ରନ କରିଥିଲେ । ବଟଲରଙ୍କ ଧୂଆଁଦାର ଶତକ ବଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ କରିଥିଲା। ତେବେ ଫାଇନାଲ୍‌ରେ ଶକ୍ତିଶାଳୀ ଗୁଜରାଟକୁ ଭେଟିବ ରାଜସ୍ଥାନ। ଏହି ମ୍ୟାଚ ଆସନ୍ତା ରବିବାର ଖେଳାଯିବ।