/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650685290.jpg)
Barabati Stadium To Host T20I Against South Africa
ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।
ମ୍ୟାଚ୍ ପାଇଁ ପ୍ରାୟ ୫୦ହଜାର ଲୋକଙ୍କ ସମାଗମ ହେବ । ତଳ ବାଲିଯାତ୍ରା ପଡିଆରେ ପ୍ରାୟ ୧୫ ରୁ ୨୦ ହଜାର ଗାଡ଼ିର ପାର୍କିଂ ପାଇଁ ବ୍ୟବସ୍ଥା କରି, କମିଶନରେଟ୍ ପୋଲିସକୁ ହସ୍ତାନ୍ତର କରିବାରୁ କୁହାଯାଇଛି । ପାର୍କିଂ ଠିକଠାକ୍ ରହିଲେ ମ୍ୟାଚ୍ ଆୟୋଜନ ସଫଳ ଭାବେ ହୋଇପାରିବ ବୋଲି କହିଛନ୍ତି କଟକ ଡିସିପି ପିନାକ୍ ମିଶ୍ର ।
ଅନ୍ୟପଟେ ସିଏମସି କମିଶନର କହିଛନ୍ତି ତଳ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୩୫ଏକର ଜାଗାକୁ ପାର୍କିଂ ପାଇଁ ପ୍ରସ୍ତୁତ କରାଯାଉଛି । ଏହାଛଡ଼ା ଭିଭିଆଇପି ପାର୍କିଂ ପାଇଁ ଉପର ବାଲିଯାତ୍ରା ପଡ଼ିଆ ଏବଂ ଷ୍ଟାଡ଼ିୟମ ଆଖ ପାଖରେ ଥିବା ଖୋଲା ସ୍ଥାନ ତଥା ଖ୍ରୀଷ୍ଟିୟାନ ପଡିଆ ଓ କେମ୍ବ୍ରିଜ୍ ସ୍କୁଲ୍ ପଡିଆକୁ ପାର୍କିଂ ଭାବେ ବ୍ୟବହାର କରାଯିବ । ରାତିରେ ମ୍ୟାଚ ଖେଳାଯାଉଥିବାରୁ ଷ୍ଟାଡ଼ିୟମ ପାଖ ରାସ୍ତାରେ ପର୍ଯ୍ୟପ୍ତ ଆଲୋକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିଏମ୍ସି କମିଶନର ଅନନ୍ୟା ଦାସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)