Advertisment

ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

author-image
Otv Khabar Bureau
undefined

Barabati Stadium To Host T20I Against South Africa

କଟକ ବାରବାଟରେ ହେବାକୁ ଥିବା ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଜୁନ୍-୧ରୁ ଟିକେଟ ବିକ୍ରି ହେବ । ୯ ଏବଂ ୧୦ ତାରିଖରୁ ଅଫଲାଇନ୍‌ରେ ଟିକେଟ ବିକ୍ରି କରାଯିବ । ଏଥିସହ ପେ-ଟିଏମ ଜରିଆରେ ମଧ୍ୟ ଟିକେଟ ବିକ୍ରି ହୋଇପାରିବ । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Advertisment

ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ଉପସ୍ଥିତ ରହିବେ । ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକଙ୍କ ପାଇଁ ଗାଡି ପାର୍କିଂ ସୁବିଧା କରାଯିବ । ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । OCA ବୈଠକରେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ବୈଠକ ପରେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ ଏହି ମ୍ୟାଚ୍ ପାଇଁ ଖେଳାଳି ଆସିବା ଠାରୁ ଯିବା ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ୪୦ ହଜାର ଦର୍ଶକ ଖେଳ ଦେଖିବାକୁ ଆସିବେ। ଏଣୁ ପ୍ରାୟ ୧୫ ହଜାର ଗାଡ଼ି ଏଠାକୁ ଆସିବ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯିବ।

Advertisment

ଜୁନ୍‌ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ। ଜୁନ୍‌ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍‌ ୧୭ରେ ଗୁଜରାଟରେ ଚତୁର୍ଥ ଓ ଜୁନ୍‌ ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ପଞ୍ଚମ ମ୍ୟାଚ୍‌।

Barabati Stadium India-South Africa T20
Advertisment
Advertisment