• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

crciet
OCA ବିରୋଧରେ CBI ଚାର୍ଜସିଟ୍

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ଚାର୍ଜସିଟ୍ ଦାଖଲ୍‌ ହୋଇଛି। ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଓଡ଼ିଶା କ୍ରିକେଟ ଆସୋସିଏସନ, ଓସିଏର ପୂର୍ବତନ ଅନରାରି ସଂପାଦକ ଓ ଏକ ହୋଟେଲର ଜଣେ ପ୍ରତିନିଧିଙ୍କୁ ମିଶାଇ ମୋଟ ୩ ଜଣଙ୍କ ନାଁରେ ଚାର୍ଜସିଟ୍ ହୋଇଛି। ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା […]

  • Thursday, 22 July 2021
Pramod-Bhagat_
କ୍ରୀଡ଼ା ଜଗତର ବିଭିନ୍ନ ପୁରସ୍କାର ପ୍ରଦାନ ଆଜି; ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ

ଭୁବନେଶ୍ୱର: ଜାତୀୟ କ୍ରୀଡ଼ା ଦିବସ ଅବଶରରେ ଆଜି ନୂଆଦିଲ୍ଲୀରେ କ୍ରୀଡ଼ାଜଗତର ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବ। ରାଜୀବ ଗାନ୍ଧି ଖେଳରତ୍ନ ସହିତ ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯିବ। ଏଥିରେ ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ତା ଆଗରୁ ଭୁବନେଶ୍ୱରରେ ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ପ୍ରମୋଦ ଭଗତଙ୍କ ଅନୁପସ୍ଥିତିରେ ତାଙ୍କ ସାଥୀ ଖେଳାଳି ପାରା ବ୍ୟାଡମିଣ୍ଟନ ଦିଲେଶ୍ୱର ରାଓ ଏହି ପୁରସ୍କାର […]

  • Thursday, 22 July 2021
sidnhu
ଇତିହାସ ରଚିଲେ ପି.ଭି ସିନ୍ଧୁ

ବାସେଲ: କ୍ରମାଗତ ତୃତୀୟ ଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଶଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ରୌପ୍ୟ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ହେଲେ ଏଥର ସିନ୍ଧୁଙ୍କ ଆଖି ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଏହାପୂର୍ବରୁ କୌଣସି ଭାରତୀୟ ଶଟଲର ଏଭଳି କ୍ରମାଗତ […]

  • Thursday, 22 July 2021
national-hellotricity-13
ଜେଟ୍‌ଲୀଙ୍କୁ ହରାଇ ଶୋକରେ କ୍ରୀଡ଼ା ଜଗତ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଜେପି ଭେଟରାନ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ। ଅଗଷ୍ଟ ୯ରୁ ଏମ୍‌ସରେ ଚିକିତ୍ସିତ ହେଉଥିବା ଜେଟଲୀ ଆଜି ଦିନ ପ୍ରାୟ ୧୨.୦୭ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି। ବହୁ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିବିଶେଷମାନେ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜେଟଲୀ କେବଳ ଜଣେ ରାଜନେତା ନଥିଲେ,କ୍ରିକେଟ ପ୍ରତି ତାଙ୍କର ବେଶ୍ ଆଗ୍ରହ ରହିଥିଲା। ଏପରି କି ଜେଟଲୀ ଦିଲ୍ଲୀ […]

  • Thursday, 22 July 2021
bumra
ରେକର୍ଡ କଲେ ବୁମ୍ରା; ସମସ୍ତଙ୍କୁ ପଛରେ ପକାଇଦେଲେ

ଆଣ୍ଟିଗୁଆ: ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ଖୁବ୍‌ କମ୍‌ ଇନିଂସ୍‌ରେ ୫୦ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବର୍ତ୍ତମାନ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଆଣ୍ଟିଗୁଆରେ ପ୍ରଥମ ଟେଷ୍ଟ ଚାଲିଛି। ଗତକାଲି ସେ ଡାରେନ୍‌ ବ୍ରାଭୋଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟର ୫୦ତମ ୱିକେଟ ପାଇଥିଲେ। ବୁମ୍ରା ମାତ୍ର ୧୧ଟି ଇନିଂସ୍‌ରେ […]

  • Thursday, 22 July 2021
dhoni1
ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର ଧୋନି; ବଂଶୀ ବଜାଇଲେ

ଅଗଷ୍ଟ ୨୩ ଆଉ ୨୪ ଦୁଇଦିନ ଧରି ଜନ୍ମାଷ୍ଟମୀ ପାଳନ କରାଯାଉଥିବାରୁ ସାରାଦେଶ ଏବେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିଭୋର। ଏଥିରୁ ବାଦ୍ ପଡି ନାହାଁନ୍ତି ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ସିଏ ବି ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳାରେ ବୁଡ଼ିଥିବା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ସହିତ ବଂଶୀ ବି ବଜାଇଛନ୍ତି ଧୋନି। ଧୋନିଙ୍କ ବଂଶୀ ବଜାଇବା ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଧୋନି ବଂଶୀ ବଜାଉଥିବା […]

  • Thursday, 22 July 2021
rathor
ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ !

ମୁମ୍ବାଇ: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ୍ ଟିମର ନୂଆ ବ୍ୟାଟିଂ କୋଚ୍ ହେବେ। ସେ ସଞ୍ଜୟ ବାଙ୍ଗରଙ୍କ ସ୍ଥାନ ନେବେ। ତେବେ ଭରତ ଅରୁଣ ଓ ଆର୍ ଶ୍ରୀଧର ଯଥାକ୍ରମେ ବୋଲିଂ ଓ ଫିଲ୍ଡିଂ କୋଚ୍ ଭାବେ ସ୍ଥାନ ବଜାୟ ରଖିବେ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଜାତୀୟ ଚୟନ କମିଟି ସପୋର୍ଟ ଷ୍ଟାଫର ଏହି ତିନୋଟି ମହତ୍ତ୍ୱପୂର୍ଣ୍ଣ ପଦବୀ ପାଇଁ ତିନିଜଣ ଲେଖାଏ ନାଁ ସୁପାରିସ୍ କରିଛି। ତେବେ ଦ୍ୱୈତ ସ୍ୱାର୍ଥ […]

  • Thursday, 22 July 2021
sve
ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବପର୍ଯ୍ୟୟ

ନର୍ଥ ସାଉଣ୍ଡ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍। ଦୁଇମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପ୍ଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମଧ୍ୟାହ୍ନ ଭୋଜନ ଶେଷ ସୁଦ୍ଧା ଭାରତ ୨୪ ଓଭରରେ ୩ ୱିକେଟ୍ ହରାଇ ୬୮ […]

  • Thursday, 22 July 2021
ss-5
ସଚିନଙ୍କ ଏହି ରେକର୍ଡ ଭାଙ୍ଗିପାରିବେନି ବିରାଟ୍ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ବର୍ତ୍ତମାନ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ନିଜ କ୍ୟାରିୟରରେ ସେ ବ୍ୟାଟିଂର ଅନେକ କୀର୍ତ୍ତିମାନ ଭାଙ୍ଗି ସାରିଲେଣି, ଏବଂ ଆଗକୁ ଆହୁରି ରେକର୍ଡ ମଧ୍ୟ କରିବେ। ସାରା ବିଶ୍ୱରେ ତାଙ୍କ ନିରନ୍ତର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ବିରାଟଙ୍କର ଜଣେ ବଡ଼ ପ୍ରଶଂସକ। ବିରାଟଙ୍କ ପ୍ରଶଂସା କରି ସେହ୍ୱାଗ କହିଛନ୍ତି, ଆଗାମୀ ଦିନରେ ବିରାଟ୍ କ୍ରିକେଟର ସବୁ […]

  • Thursday, 22 July 2021
sindhu
ସିନ୍ଧୁ ବିଜୟଧାରା ଜାରି; ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡରେ ସିନ୍ଧୁ

ବାସେଲ୍: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ବିଜୟଧାରା ଅବ୍ୟାହତ ରଖି ଚଳିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିୟନଶିପର ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ ୨୧-୧୪, ୨୧-୧୫ ଗେମରେ ଚାଇନିଜ୍ ତାଇପେଇର ପାଇ ୟୁ-ପୋ’ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ୫ ନମ୍ବର ଖେଳାଳି ସିନ୍ଧୁ ଏହି ମୁକାବିଲାକୁ ମାତ୍ର ୪୫ ମିନିଟରେ ହିଁ ଜିତି ନେଇଥିଲେ। ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ସିନ୍ଧୁ ମ୍ୟାଚର ପ୍ରଥମ ଗେମରୁ ଆକ୍ରମଣ […]

  • Thursday, 22 July 2021
women
ପୁରୁଷ ପରେ ମହିଳା ହକି ଟିମ୍‌ ବି ଜିତିଲା ଟାଇଟଲ୍‌

ଟୋକିଓ: ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ପୁରୁଷ ଓ ମହିଳା ଦଳ ଟାଇଟଲ୍ ଜିତିଛନ୍ତି। ଭାରତୀୟ ପୁରୁଷ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହରାଇଥିବା ବେଳେ ମହିଳା ଦଳ ୨-୧ ଗୋଲରେ ଆୟୋଜକ ଜାପାନକୁ ହରାଇ ଚାମ୍ପିୟନ୍ ହୋଇଛି। ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମହିଳା ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପକ୍ଷରୁ ନଭଜୋତ୍ କୌର୍ (୧୧ତମ) ଓ ଲାଲରେମସିଆମି (୩୩ତମ) ଗୋଲ୍ ଦେଇଥିବା ବେଳେ ଜାପାନ ପକ୍ଷରୁ ମିନାନି ଶିମିଜୁ (୧୨ତମ) […]

  • Thursday, 22 July 2021
ash
ଗୁରୁବାର ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ

ନର୍ଥ ସାଉଣ୍ଡ୍: ଭାରତୀୟ ଟିମ୍ ଗୁରୁବାରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ କରିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସଠିକ୍ ସଂଯୋଜନ ସହ ମଇଦାନକୁ ଓହ୍ଲାଇବାକୁ ଚାହିଁବେ। ଭାରତ ଯଦି ଏହି ମ୍ୟାଚ୍ ଜିତେ, ତାହେଲେ କ୍ୟାପଟେନ୍ ଭାବେ କୋହଲିଙ୍କର ଏହା ୨୭ତମ ଟେଷ୍ଟ ବିଜୟ ହେବ ଏବଂ ଏହା ସହ ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ସହ ବରାବର କରିନେବେ। ଏହାଛଡ଼ା ମ୍ୟାଚରେ […]

  • Thursday, 22 July 2021
BBOct97
ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି; ଆଜୀବନ ବାସନ୍ଦ ହଟିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ଫଳରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନ୍ ୧୩ ସେପ୍ଟେମ୍ବର, ୨୦୨୦ରେ ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ […]

  • Thursday, 22 July 2021
cricet
କେବେ ହେବ ଓସିଏ ନିର୍ବାଚନ ?

କଟକ: ପୁଣି ଅନିଶ୍ଚିତତା ଭିତରେ ଓସିଏ ନିର୍ବାଚନ। ପୂର୍ବରୁ ସେପ୍ଟେମ୍ବର ୧୪ ତାରିଖ ଦିନ ଧାର୍ଯ୍ୟ ହୋଇଥିବାବେଳେ, ଠିକ୍ ସମୟରେ ନିର୍ବାଚନ ହେବ କି ନାହିଁ ତାକୁ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି।  ରାଜ୍ୟରେ କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତି କରୁଥିବା କ୍ଲବ୍ଗୁଡ଼ିକୁ ରାଜ୍ୟ ସଂଘ ଅନୁବନ୍ଧିତ କରୁ ବୋଲି ଗତ ସପ୍ତାହରେ ବିସିସିଆଇ ପ୍ରଶାସକ କମିଟି ନିର୍ଦ୍ଦେଶ ଦେଇଥିଲା। ଏହାପରେ ଓସିଏ ଏବେ ନିର୍ବାଚନକୁ ଭୁଲି ତାର ସଦସ୍ୟତା କଳେବରକୁ ବଢ଼ାଇବା ପାଇଁ ପ୍ରୟାସ […]

  • Thursday, 22 July 2021
ravi
ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ମୁମ୍ବାଇ: ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ହେଡ୍ କୋଚ୍। ପୂର୍ବତନ ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ ଗଠିତ କ୍ରିକେଟ୍ ପରାମର୍ଶଦାତା କମିଟି ଆଜି ରବି ଶାସ୍ତ୍ରୀଙ୍କ ନାଁରେ ମୋହର ମାରିଛି। ଫଳରେ ଆହୁରି ୨ ବର୍ଷ ପାଇଁ ଅର୍ଥାତ୍ ୨୦୨୧ ପର୍ଯ୍ୟନ୍ତ ଶାସ୍ତ୍ରୀ କୋଚ୍ ଦାୟିତ୍ୱରେ ରହିବେ। ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଲାଗୁଥିଲା, ଶାସ୍ତ୍ରୀଙ୍କୁ ଦ୍ୱିତୀୟ ଥର କୋଚ୍ ଦାୟିତ୍ୱ ମିଳିବା ମୁସ୍କିଲ ହେବ। କିନ୍ତୁ ବିସିସିଆଇ ୫୭ ବର୍ଷୀୟ […]

  • Thursday, 22 July 2021
ff
ତୃତୀୟ ଦିନିକିଆ ବି ଭାରତ ଜିତିଲା; ସଚିନଙ୍କଠାରୁ ଆଉ ମାତ୍ର ୬ଟି ଶତକ ପଛରେ କୋହଲି

ପୋର୍ଟ ଅଫ୍‌ ସ୍ପେନ୍‌: ଅଧିନାୟକ ବିରାଟ୍‌ କୋହଲିଙ୍କ ରେକର୍ଡ ୪୩ତମ ଶତକ ବଳରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ୱିକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌କୁ ଟିମ୍‌ ଇଣ୍ଡିଆ ୨-୦ରେ କବ୍‌ଜା କରିଛି। ଦମ୍‌ଦାର ଶତକ ପାଇଁ ବିରାଟ୍‌ ମ୍ୟାନ୍‌ ଅଫ୍‌ଦି ମ୍ୟାଚ୍‌ ଓ ସିରିଜ୍‌ରେ ସବୁଠାରୁ ଅଧିକ ରନ୍‌ ହାସଲ କରିଥିବାରୁ ମ୍ୟାନ୍‌ ଅଫ୍ ଦି ସିରିଜ୍‌ ପାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଏହା ବିରାଟଙ୍କ କ୍ରମାଗତ ଦ୍ୱିତୀୟ ଶତକ। […]

  • Thursday, 22 July 2021
cricket
ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ପୋର୍ଟ ଅଫ୍ ସ୍ପେନରେ ଏହି ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିଲା। ଦ୍ୱିତୀୟ ଦିନିକିଆକୁ ଭାରତ ଜିତି ୧-୦ରେ ସିରିଜ୍ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ ଦିନିକିଆ ସିରିଜ ବିଜୟୀ ହେବ। ଅନ୍ୟପଟେ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ୍ ହାରିଥିବା କାରିବିଆନ ଟିମ୍‌ ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ। ତେବେ […]

  • Thursday, 22 July 2021
nada
ନାଡା ଅଧୀନକୁ ଆସିବ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ଧରି ନା ନା କରିଆସୁଥିବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ନ୍ୟାଶନାଲ୍ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସି (ନାଡା) ଅଧୀନରେ ଆସିବାକୁ ପ୍ରସ୍ତୁତ ହୋଇଛି। କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲାନିୟା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଫଳରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ଦେଶର ଅନ୍ୟ କ୍ରୀଡ଼ା ସଂଘ ଭଳି ନାଡା ଅଧୀନରେ ହିଁ ଡୋପ୍ ଟେଷ୍ଟ ଦେବ। ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ସହ ଶୁକ୍ରବାର ସାକ୍ଷାତ […]

  • Thursday, 22 July 2021
RohitSharma_virat fight
ରୋହିତ ଓ ବିରାଟଙ୍କ ମଧ୍ୟରେ ଫାଟ; ଗାଭାଷ୍କର କହିଲେ ଏମିତି

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଲଗାତାର ଚର୍ଚ୍ଚା ହେଉଛି ଯେ, ଟିମ୍ ଇଣ୍ଡିଆରେ ଏବେ କିଛି ବି ଠିକଠାକ୍ ଚାଲିନାହିଁ। ଟିମର କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ମଧ୍ୟରେ ମତଭେଦ ଅଛି, ଯେଉଁକାରଣରୁ ଟିମ୍ ବିଭାଜନ ହୋଇଛି। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବା ପୂର୍ବରୁ ଏହା ଉପରେ ସଫେଇ ଦେଇଥିଲେ ଏବଂ କହିଥିଲେ ଟିମରେ ସବୁକିଛି ଠିକ୍ ଅଛି। ଏପରିକି ରୋହିତଙ୍କ ସହ ମତଭେଦ ଖବରକୁ ମଧ୍ୟ ବିରାଟ୍ ଖଣ୍ଡନ କରିଥିଲେ। ଏବେ […]

  • Thursday, 22 July 2021
ଦୋଲୂ
ଧୋନିଙ୍କୁ ପଛରେ ପକାଇଲେ ପନ୍ତ

ଗାଏନା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଧୋନି ୨୦୧୭ରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷ […]

  • Thursday, 22 July 2021
ରାହୁଲ୍‌ଙ୍କୁ ବିସିସିଆଇର ନୋଟିସ୍‌; ଗାଙ୍ଗୁଲି, ହରଭଜନଙ୍କ ସମାଲୋଚନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଦୁଇଟି ଲାଭଜନକ ପଦବୀ(କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ)ରେ ଥିବା ଅଭିଯୋଗରେ ବିସିସିଆଇ ରାହୁଲ ଡ୍ରାଭିଡଙ୍କୁ ନୋଟିସ୍‌ ପଠାଇଛି। ବିସିସିଆଇର ଏଭଳି ନୋଟିସକୁ ନୂଆ ଫ୍ୟାଶନ ବୋଲି କହି ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗଲି ଟ୍ୱିଟ୍ କରି ଆଜି ବିସିସିଆଇକୁ କଡ଼ା ସମାଲୋଚନା କରିଛନ୍ତି। ନିକଟରେ ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ […]

  • Thursday, 22 July 2021
bb
ଏସିଆନ୍‌ ରଗବୀ ସେଭେନ୍ସ ଟ୍ରଫି; ଭାରତୀୟ ମହିଳା ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ଏସିଆନ୍‌ ରଗବୀ ସେଭେନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ମହିଳା ଦଳରେ ସ୍ଥାନ ପାଇଲେ ୪ ଜଣ ଓଡ଼ିଆ ଖେଳାଳି। ମହିଳା ଦଳରେ ଓଡ଼ିଶାରୁ ଶୁଭଲକ୍ଷ୍ମୀ ବାରିକ୍,  ସୁମିତ୍ରା ନାୟକ, ହୁପି ମାଝି ଏବଂ ମୀରାରାଣୀ ହେମ୍ବ୍ରମ ସ୍ଥାନ ପାଇଛନ୍ତି।  ଆସନ୍ତା ୧୦ ଓ ୧୧ତାରିଖରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏହି ଟୁର୍ଣ୍ଣାମେଣ୍ଟ ହେବ। ଏଥିପାଇଁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ରଗବୀ ଫେଡରେସନ୍ ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ  ଘୋଷଣା […]

  • Thursday, 22 July 2021
31Steyn
ଅବସର ନେଲେ ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନ୍‌

କେପ୍ ଟାଉନ୍: ଟେଷ୍ଟ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍। କାରଣ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ମହାନ ପେସ୍ ବୋଲର ଷ୍ଟେନ୍ ସୋମବାର ଆନୁଷ୍ଠାନିକ ଭାବେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, “ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ […]

  • Thursday, 22 July 2021
wi_vs_inda_630_630
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ।  ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍‌ଜା କରିସାରିଛି ବିରାଟ ବାହିନୀ।  ପ୍ରଥମ ମ୍ୟାଚରେ ୪ ଓ୍ୱିକେଟରେ ଜିତିବା ପରେ ଦ୍ୱିତୀୟ ମ୍ୟାଚକୁ ଡିଏଲ୍ ନିୟମରେ ୨୨ ରନରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ। ଅନ୍ୟପଟେ ଶେଷ ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋରଦାର ଉଦ୍ୟମ […]

  • Thursday, 22 July 2021