• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ସ୍ୱର୍ଣ୍ଣ ପଦକ । ଦେଶ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି ନିଖତ ଜରିନ୍ । ଇସ୍ତାନବୁଲରେ ଆୟୋଜିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପର ୫୨ କିଲୋଗ୍ରାମ ବର୍ଗରେ ଜରିନ୍‌ଙ୍କୁ ଐତିହାସିକ ସ୍ୱର୍ଣ୍ଣ ପଦକ ମିଳିଛି । ଫାଇନାଲରେ ଥାଇଲାଣ୍ଡର ଜିପଙ୍ଗ ଜୁଟାମସଙ୍କୁ ମାତ୍ ଦେଇଛନ୍ତି ୨୫ ବର୍ଷିୟ ଜରିନ୍ ।

ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି । ନିଖତଙ୍କ ସଫଳତାକୁ ନେଇ ପରିବାର ଲୋକେ ବେଶ ଖୁସି ହୋଇଛନ୍ତି । ଇସ୍ତାନବୁଲ୍‌ରେ ଖେଳ ଚାଲିଥିବା ବେଳେ ନିଖତଙ୍କ ମାଆ ହାଇଦ୍ରାବାଦରେ ଘରେ ବସି ଖେଳ ଦେଖୁଥିଲେ । ଝିଅ ସଫଳତା ପାଇବା ପରେ ସେ ଖୁସିରେ ନାଚି ଉଠିଥିଲେ ।

ଫାଇନାଲ ମ୍ୟାଚ୍‌ରେ ତେଲେଙ୍ଗାନା ବକ୍ସର ଜରୀନ ତାଙ୍କ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ଜିତିଛନ୍ତି । ଏହି ବାଉଟରେ ଜଜମାନେ ଜରୀନଙ୍କ ସପକ୍ଷରେ ୩୦-୨୭, ୨୯-୨୮, ୨୯-୨୮, ୩୦-୨୭ ଓ ୨୯-୨୮ରେ ରେଜଲ୍ଟ ଘୋଷଣା କରିଛନ୍ତି । ଜରୀନଙ୍କ ପୂର୍ବରୁ ମ୍ୟାରି କମ ୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮, ୨୦୦୬ରେ ସରିତା ଦେବୀ, ୨୦୦୬ରେ ଜେନ୍ନୀ ଆରଏଲ ବିଭିନ୍ନ ବର୍ଗରେ ଭାରତ ପାଇଁ ବିଶ୍ୱ ବିଜେତା ହୋଇଥିଲେ।

ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।