/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653621333.jpg)
RR vs RCB Match Prediction- Who Will Win Today’s IPL Match Between Rajasthan Royals vs Royal Challen
ଆଜି ଆଇପିଏଲ୍ରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାସାମ୍ନି ହେବେ । ଆଜିର ମ୍ୟାଚରେ ଯେଉଁ ଟିମ୍ ଜିତିବ, ସେହି ଟିମ୍ ୨୯ରେ ହେବାକୁ ଥିବା ଫାଇନାଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ ।
ତେବେ ଆରସିବିର ରଜତ ପଟିଦାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ପଟିଦାର ଲକ୍ଷ୍ନୌ ବିପକ୍ଷ ଏଲିମିନେଟରରେ ଏକ ଜବରଦସ୍ତ ସେଞ୍ଚୁରି ମାରିଥିଲେ । ସେପଟେ ରାଜସ୍ଥାନ ପାଇଁ ଜୋସ୍ ବଟଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଅଧିନାୟକ ସଞ୍ଜୁ ସାମ୍ସନ୍ ମଧ୍ୟ ନିଜ ଫର୍ମକୁ ସଜାଡ଼ିବାକୁ ପଡିବ।
ଅନ୍ୟପକ୍ଷେ, ଗତ ମ୍ୟାଚ୍ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବର୍ଷା ହେତୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ୨୦ ଓଭର ଖେଳାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)