• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାରବାଟୀ ଟି-୨୦ ପାଇଁ ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ । ପେଟିଏମ୍ ଇନ୍‌ସାଇଡର୍‌ ଆପ୍, ପେଟିଏମ୍ ଆପ୍‌ରେ ଲୋକମାନେ ବୁକିଂ କରିପାରିବେ । WWW.insider.in ୱେବସାଇଟ୍‌ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ । ଦିନ ୧୧ଟାରେ ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟିକେଟ୍ ମିଳିବ ।

ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । ଏଥିସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍‌ରେ ଟିକେଟ ମିଳିବ । ବାରବାଟୀରେ ଆସନ୍ତା ଜୁନ ୧୨ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-20 ମ୍ୟାଚ୍ ।

ଜୁନ୍ ୧୨ରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ ପାଲଟିଛି । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।

ମ୍ୟାଚ୍ ପାଇଁ ପ୍ରାୟ ୫୦ହଜାର ଲୋକଙ୍କ ସମାଗମ ହେବ । ତଳ ବାଲିଯାତ୍ରା ପଡିଆରେ ପ୍ରାୟ ୧୫ ରୁ ୨୦ ହଜାର ଗାଡ଼ିର ପାର୍କିଂ ପାଇଁ ବ୍ୟବସ୍ଥା କରି, କମିଶନରେଟ୍ ପୋଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ପାର୍କିଂ ଠିକଠାକ୍ ରହିଲେ ମ୍ୟାଚ୍ ଆୟୋଜନ ସଫଳ ଭାବେ ହୋଇପାରିବ ବୋଲି କହିଛନ୍ତି କଟକ ଡିସିପି ପିନାକ୍ ମିଶ୍ର ।