Advertisment

ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ପରାସ୍ତ କଲେ ୧୬ ବର୍ଷୀୟ ରାମବାବୁ ପ୍ରଜ୍ଞାନାନନ୍ଦା

ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।

author-image
Pramod Behera
ଅଦ୍ୟତନ ହୋଇଛି
R Praggnanandhaa Defeats World Chess Champion Magnus Carlsen

R Praggnanandhaa Defeats World Chess Champion Magnus Carlsen

ଯେଉଁ ବୟସରେ ପିଲାମାନେ ଘର, ସ୍କୁଲ୍ ଓ କଲେଜରେ ନିଜକୁ ସୀମିତ ରଖିଥାନ୍ତି ସେହି ବୟସରେ ଚେସ୍‌ ଖେଳାଳୀ ରାମବାବୁ ପ୍ରଜ୍ଞାନାନନ୍ଦା ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏ ହେଉଛନ୍ତି ସେହି କାର୍ଲସେନ ଯିଏ କିମ୍ବଦନ୍ତୀ ଚେସ୍‌ ଖେଳାଳି ପାଞ୍ଚ ଥରର ବିଶ୍ୱ ଚାମ୍ପିୟନ ବିଶ୍ୱନାଥ ଆନନ୍ଦଙ୍କୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ।

Advertisment

ଚେଜେବଲ୍ ମାଷ୍ଟର୍ସର ପଞ୍ଚମ ରାଉଣ୍ଡରେ ୧୬ ବର୍ଷୀୟ ରାମବାବୁ ପ୍ରଜ୍ଞାନାନନ୍ଦା ବିଶ୍ୱ ଚାମ୍ପିଅନ୍ କାର୍ଲସେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏହା ହେଉଛି ଇଣ୍ଡିଆନ୍ ଗ୍ରାଣ୍ଡ୍ ମାଷ୍ଟର ପ୍ରଜ୍ଞାନାନନ୍ଦା ରମେଶପ୍ରଭୂଙ୍କ କାର୍ଲସେନ୍‌ଙ୍କ ଉପରେ ଦ୍ୱିତୀୟ ବିଜୟ। ଏହାପୂର୍ବରୁ ଏହି ଯୁବ ଖେଳାଳି ଫେବୃଆରୀରେ ଖେଳାଯାଇଥିବା ଏୟାରଥିଙ୍ଗ୍ସ ମାଷ୍ଟର୍ସରେ ବିଶ୍ୱ ଚାମ୍ପିଅନ୍ କାର୍ଲସେନ୍‌ଙ୍କୁ ପରାସ୍ତ କରିଥିଲେ।

ତେବେ ଚେଜେବଲ୍ ମାଷ୍ଟର୍ସର ପଞ୍ଚମ ରାଉଣ୍ଡରେ ନରୱେର କାର୍ଲସେନ୍ ଏକ ବଡ ଭୁଲ୍ କରିଥିଲେ ଏବଂ ଭାରତୀୟ ତାରକା ଏହାର ଫାଇଦା ଉଠାଇ ତାଙ୍କୁ ପରାସ୍ତ କରିଥିଲେ। ପ୍ରଥମେ ମ୍ୟାଚ୍ ଡ୍ର ଆଡକୁ ଯାଉଥିଲା, କିନ୍ତୁ ୪୦ତମ ମୁଭ୍‌ରେ କାର୍ଲସେନ୍ ତାଙ୍କ କଳା ଘୋଡାକୁ ଭୁଲ୍ ଜାଗାରେ ରଖିଦେଇଥିଲେ। ଏହି ପଦକ୍ଷେପ ପରେ, ଭାରତୀୟ ଖେଳାଳି ତାଙ୍କୁ ଫେରିବାର ସୁଯୋଗ ଦେଇ ନଥିଲେ ଏବଂ ହଠାତ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ବିଜୟ ପରେ ଭାରତୀୟ ଖେଳାଳି କହିଛନ୍ତି ଯେ ସେ ଏହି ବିଜୟ ସହିତ, ଅନ୍‌ଲାଇନ୍ ରାପିଡ୍ ଚେସ୍ ଟୁର୍ନାମେଣ୍ଟରେ ନକ୍ଆଉଟ୍‌ରେ ପହଞ୍ଚିବା ପାଇଁ ତାଙ୍କର ଆଶା ରହିଛି।

Advertisment

୧୫୦ ହଜାର ଆମେରିକୀୟ ଡଲାର (୧.୧୬ କୋଟି) ପୁରସ୍କାର ରାଶି ଥିବା ଏହି ଟୁର୍ନାମେଣ୍ଟର ଦ୍ୱିତୀୟ ଦିନ ପରେ ଭାରତୀୟ ତାରକା ପ୍ରଜ୍ଞାନାନନ୍ଦାଙ୍କ ପାଖରେ ୧୨ ପଏଣ୍ଟ ରହିଛି। ତେବେ ୨୦୨୨ ବିଶ୍ୱ ଚାମ୍ପିୟନ କାର୍ଲସେନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ଟୁର୍ନାମେଣ୍ଟରେ ଚାଇନାର ୱି ୟି ପ୍ରଥମ ସ୍ଥାନରେ ଅଛନ୍ତି। ବିଶ୍ୱର ସର୍ବ କନିଷ୍ଠ ଗ୍ରାଣ୍ଡ୍‌ମାଷ୍ଟର୍‌ ଅଭିମନ୍ୟୁ ମିଶ୍ର ମଧ୍ୟ ଏହି ଟୁର୍ନାମେଣ୍ଟର ଏକ ଅଂଶ ହୋଇଥିବା ବେଳେ ଏଥିରେ ୧୬ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

Chess Praggnanandhaa Defeats Magnus Carlsen
Advertisment
Advertisment