Umran Malik
ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକ ଭାରତୀୟ କ୍ରିକେଟ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି । ଏହା କାଶ୍ମୀର ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଉମ୍ରାନଙ୍କୁ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭରତୀୟ ସ୍କ୍ୱାଡରେ ସାମିଲ କରାଯ।ଇଛି । ଚଳିତ ଆଇପିଏଲ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ଉମ୍ରାନ ୨୧ଟି ୱିକେଟ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
Advertisment
ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର । ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏହି ଘୋଷଣା କରିଛନ୍ତି । ଶ୍ରୀନଗରରେ ତାଙ୍କ ବାସଭବନକୁ ଯାଇ ମନୋଜ ସିହ୍ନା ଉମ୍ରାନ ଓ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହା ପରେ ଜମ୍ମୁ କାଶ୍ମୀର ସରକାର ତାଙ୍କ ଦାୟିତ୍ୱ ନେବେ ବୋଲି ସେ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)