Advertisment

ଆଇପିଏଲ୍‌ ୨୦୨୨ ଫାଇନାଲକୁ କିଏ ମାରିବ ଏଣ୍ଟ୍ରି ? ଟସ୍‌ ଜିତି ହାର୍ଦ୍ଦିକଙ୍କ ବୋଲିଂ

ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ।

author-image
Otv Khabar Bureau
ଅଦ୍ୟତନ ହୋଇଛି
RR vs GT

RR vs GT

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ୨୦୨୨ ର ପ୍ରଥମ କ୍ୱାଲିଫାୟାର୍‌ ମ୍ୟାଚ୍‌ । ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲର ଚଳିତ ସିଜିନର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଖେଳାଯାଉଛି । ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

Advertisment

ଆଇପିଏଲ୍‌ ଲିଗ୍‌ରେ ପ୍ରଥମ ଥର ପାଇଁ ଖେଳୁଥିବା ଟିମ୍ ଗୁଜୁରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପ୍ଟେନସିପ୍‌ରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେହିପରି ସଞ୍ଜୁ ସାମସନ୍‌ଙ୍କ ଚମତ୍କାର ପ୍ରଦର୍ଶନ ବଳରେ ରାଜସ୍ଥାନ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ଟି ଦୁଇ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ଆଜି ଯିଏ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଆଜିର ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶାଙ୍କା ରହିଛି। କୌଣସି ବି ମୁହୂର୍ତ୍ତରେ ବର୍ଷା ଖେଳରେ ବିଭ୍ରାଟ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି ହାର୍ଦ୍ଦିକ ବୋଲିଂ ନିଷ୍ପତ୍ତି ନେଇଥିବା କହିଛନ୍ତି।

ପ୍ରଥମ କ୍ୱାଲିଫାୟର ଯେଉଁ ଦଳ ଜିତିବ, ସେ ସିଧାସଳଖ ଚଳିତ ବର୍ଷ ଆଇପିଏଲ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ହାରିବା ଟିମ୍‌ ପାଖରେ ମଧ୍ୟ ଫାଇନାଲ ଯିବାକୁ ଆଉ ଗୋଟିଏ ସୁଯୋଗ ରହିବ। ଏଲିମିନେଟ୍‌ର ମ୍ୟାଚ୍‌ ଯେଉଁ ଦଳ ଜିତିବ, ତା’ ସହ ଆଜି ହାରିଥିବା ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ମଧ୍ୟ କୋଲକାତାରେ ଖେଳାଯିବ।

Advertisment

ଆଜିର ମ୍ୟାଚ୍‌ରେ ଗୁଜରାଟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଲକି ଫର୍ଗୁସନଙ୍କ ବଦଳରେ ୱେଷ୍ଟଇଣ୍ଡିଜ ତାରକା ଅଲଜାରି ଯୋଶେଫ ଦଳକୁ କମବ୍ୟାକ୍‌ କରିଛନ୍ତି । ଗୁଜରାଟ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲ ଭଳି ମେଗା ଇଭେଣ୍ଟରେ ଭାଗ ନେଇଛି। ଏଥିସହ ଡେବ୍ୟୁରି ହିଁ ଦଳ ଫାଇନାଲ ଟିକେଟ ହାସଲ କରିବାର ନିକଟରେ ରହିଛି।

IPL 2022 RR Vs GT
Advertisment
Advertisment