• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୁପର ସନ୍‌ଡେରେ ଆଜି ସୁପର ଫାଇନାଲ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ହେବ ଆଇପିଏଲ୍‌ର ଗ୍ରାଣ୍ଡ ଫିନାଲେ । ସାମ୍ନାସାମ୍ନି ହେବେ ଚଳିତ ଥରର ଦୁଇ ହେଭିେୱେଟ୍ ଟିମ୍ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । ୨୦୦୮ ଆଇପିଏଲ୍ ସିଜିନ୍ ୱାନ୍‌ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ ଏଥର ନୂଆ କରି ସାମିଲ ହୋଇଥିବା ଟିମ୍ ଗୁଜରାଟ ଟାଇଟନ୍ସ । ଲିଗ୍ ମ୍ୟାଚ୍‌ରେ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିଲା ଗୁଜରାଟ । ତା ତଳକୁ ଥିଲା ରାଜସ୍ଥାନ । ତେବେ ଟସ୍‌ ଜିତି ରାଜସ୍ଥାନ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ।

ପ୍ରଥମ ପ୍ଲେ ଅଫ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା ଗୁଜରାଟ । ଏହି ମ୍ୟାଚର ଶେଷ ଓଭରରେ ଡେଭିଡ୍ ମିଲର ଲଗାତର ୩ଟି ଛକା ମାରି ଗୁଜରାଟକୁ ଜିତାଇଥିଲେ । ସେପଟେ ରାଜସ୍ଥାନର ଜୋସ୍ ବଟଲର ଚଳିତ ଆଇପିଏଲ୍‌ରେ ଚାରି ଚାରିଟି ଜବରଦସ୍ତ ସେଞ୍ଚୁରି ମାରିଛନ୍ତି । ତେଣୁ ଆଜିର ଫାଇନାଲ ମ୍ୟାଚ୍‌ରେ ଏକ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ପ୍ଲେଇଙ୍ଗ୍‌ ଇଲେଭେନ୍‌ :

ରାଜସ୍ଥାନ ରୟାଲ୍ସ : ଜସ୍‌ ବଟଲର୍‌, ସଞ୍ଜୁ ସାମସନ, ଯଶସ୍ୱି ଜେସୱାଲ୍‌, ସିମରନ୍‌ ହେଟମାୟର, ଦେବଦତ୍ତ ପାଡିକଲ୍‌, ରିୟାନ୍‌ ପରାଗ, ଆର୍‌ ଅଶ୍ୱିନ୍‌, ଟ୍ରେଣ୍ଟ ବୋଲ୍ଟ, ଓବିଡ୍‌ ମାକୋଏ, ୟୁଜଭେନ୍ଦ୍ର ଚାହଲ, ପ୍ରସିଦ୍ଧ କ୍ରିଷ୍ଣା

ଗୁଜରାଟ ଟାଇଟନ୍ସ : ଶୁଭମନ ଗିଲ, ରିଦ୍ଧିମାନ ସାହା , ମାଥ୍ୟୁ ୱେଡ୍‌, ହାର୍ଦ୍ଦିକ ପାଣ୍ଡ୍ୟା , ଡେଭିଡ ମିଲର, ରାହୁଲ ତେୱତିଆ, ରାସିଦ ଖାନ, ଆର ସାଇ କିଶୋର, ୟଶ ଦୟାଲ, ଲକି ଫର୍ଗୁସନ୍, ମହମ୍ମଦ ଶାମି

 ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ । ସଂଧ୍ୟା ୭.୩୦ ରେ ଏହି ମ୍ୟାଚ୍‌ ଖେଳାଯିବ । ତେବେ ଚଳିଚ ସିଜିନ୍‌ରେ ଟସ୍‌ର ମୁଖ୍ୟ ଭୂମିକା ରହିଛି । ପ୍ରାୟ ଟିମ୍‌ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିବାର ଦେଖିବାକୁ ମିଳିଛି ।

ଏଥର ପଏଣ୍ଟ ତାଲିକାର ଶୀର୍ଷରେ ଗୁଜରାଟ ରହିଛି । ପ୍ରଥମରୁ ହିଁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ୍ ଅଡର ବେଶ୍ ଶକ୍ତିଶାଳୀ ରହିଛି । ସେହିପରି ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ବିଶେଷ ନଜର ରହିବ । କ୍ୱାଲିଫାୟାର ୨ ରେ ଜସ୍‌ ବଟଲର ଆରସିବି ବିପକ୍ଷରେ ଶତକ ମାରିବା ସହ ଟିମ୍‌କୁ ଫାଇନାଲରେ ପହଞ୍ଚାଇଥିଲେ ।

ତେବେ ଏହି ମ୍ୟାଚ୍‌ରେ ବିଜୟୀ ଟିମ୍‌କୁ ୨୦ ଲକ୍ଷ ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯିବ । ଏହାସହ ଫାଇନାଲ୍‌ରେ ହାରିବା ଟିମ୍‌କୁ ଗତ ବର୍ଷ ୧୨. ୫ କୋଟି ଟଙ୍କା ଦିଆଯାଉଥିବାବେଳେ ଚଳିତ ବର୍ଷ ଏହି ରାଶିରେ ବୃଦ୍ଧି ହୋଇ ୧୩ କୋଟି ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯିବ । ତେବେ ଚଳିତ ବର୍କିଷ ଆଇପିଏଲ୍‌ରେ କିଏ ବାଜି ମାରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।