• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍ ୨୦୨୨ ର ଏଲିମିନେଟର ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ବର୍ଷା ହେତୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ୨୦ ଓଭର ଖେଳାଯାଇଥିଲା ।

କେ ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟପ୍ରଦେଶର ଯୁବ ତାରକା ରଜତ ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା । ଫଳରେ ଏଲିମିନେଟର ମ୍ୟାଚ୍‌ ଜିତିବା ପାଇଁ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୨୦୮ ରନ୍‌ର ଟାର୍ଗେଟ ମିଳିଥିଲା ।

୨୦୮ ରନ୍‌ର ଟାର୍ଗେଟ୍‌ର ପିଚ୍ଛା କରି ଲକ୍ଷ୍ନୌ ୬ ୱିକେଟ୍ ହରାଇ ୧୯୩ ରନ୍ ସ୍କୋର କରିପାରିଥିଲା । ଅଧିନାୟକ ରାହୁଲ ସର୍ବାଧିକ ୭୯ ରନ୍ ସ୍କୋର କରିଥିଲେ । ବର୍ତ୍ତମାନ ଆରସିବି ୨୭ ମେ ରେ ଅହମ୍ମଦାବାଦରେ କ୍ୱାଲିଫାୟର -୨ ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ଏହି ମ୍ୟାଚ୍ ଯିଏ ଜିତିବ ଦଳ ୨୯ ମେ ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ।

ଆରସିବି ପକ୍ଷରୁ ପାଟିଦାର ମାତ୍ର ୫୪ ବଲରେ ଅପରାଜିତ ୧୧୨ ରନ୍‌ର ଇନିଂସ ଖେଳି ନିଜର ଜଳୱା ଦେଖାଇଥିଲେ । ଅଧିନାୟକ ଫାଫ ଡୁପ୍ଲେସିସ ଖାତା ଖୋଲି ପାରିନଥିଲେ । ମୋହଶିନ ଖାନ ତାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।