/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653446523.jpg)
Gujarat Titans
ପ୍ରଥମ ଟିମ୍ ଭାବେ ଫାଇନାଲ୍ରେ ପ୍ରବେଶ କରିଛି ଟେବୁଲ ଟପ୍ପର ଗୁଜରାଟ ଟାଇଟନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟ୍ରେ ହରାଇ ଫାଇନାଲ୍ରେ ପହଞ୍ଚିଛି। ଗୁଜରାଟ କୋଲକାତା ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍ରେ ଗୁଜରାଟ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ଛାଡ଼ିଥିଲା।
ଜୋ ବଟଲରଙ୍କ ୮୯ ରନ୍ର ଭାଗିଦାରୀ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ୧୮୯ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଗୁଜରାଟ ୩ ଓ୍ୱିକେଟ୍ ହରାଇ ୩ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।
ଦଳ ପକ୍ଷରୁ ଡେଭିଡ୍ ମିଲର ସର୍ବାଧିକ ୬୮ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରି ଅପରାଜିତ ରହିଥିଲେ। ଆଜି ଏଲିମିନେଟର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର। ଆଜି ଯେଉଁ ଟିମ୍ ଜିତିବ ଫାଇନାଲ୍ ପାଇଁ ଦ୍ୱିତୀୟ କ୍ୱାଲିଫାୟାରରେ ରାଜସ୍ଥାନ ସହ ମୁକାବିଲା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)