• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଲିମ୍ପିକ୍ ପାଇଁ ସ୍କୁଲ ସ୍ତରରୁ ହେବ ପ୍ରସ୍ତୁତି । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ ।

ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ଅଲିମ୍ପିକ ଶିକ୍ଷାଦାନ ଚୀନ ଓ ଜାପାନ ଭଳି ଖେଳାଳି ସୃଷ୍ଟି ଉଦେଶ୍ୟରେ ଆରମ୍ଭ ହୋଇଛି । ଏହି କସରତ ତୃଣମୂଳ ସ୍ତରରୁ ପିଲାଙ୍କୁ ଅଲିମ୍ପିକ୍ ସମ୍ପର୍କରେ ଶିକ୍ଷା ଦିଆଯିବ । ସାରା ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତି ନେଇଛି ।

ଅଲିମ୍ପିକ ସହ ବିଭିନ୍ନ ଗୋଷ୍ଠୀ କ୍ରୀଡା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦେଶ୍ୟରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାର ୯୦ ଟି ସ୍କୁଲରେ ଆରମ୍ଭ ହୋଇଛି । ଏହି ଯୋଜନା ରାଉରକେଲାର ୨୭ ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହୋଇଛି ।