/odishatv-khabar/media/post_attachments/uploadimage/library/16_9/16_9_0/Hockey_1653585443.jpg)
Hockey
ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର । ମ୍ୟାଚ ଜିତି ସୁପର-୪ରେ ଭାରତ । ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ କ୍ୟାପଟେନ୍ସିପ୍ରେ ଭାରତ ଟୁର୍ଣ୍ଣାମେଣ୍ଟର ସୁପର-୪ରେ ପ୍ରବେଶ କରିଛି । ଆଜି ଥିବା କର ବା ମର ମ୍ୟାଚରେ ଟିମ୍ ଇଣ୍ଡିଆ ଆୟୋଜକ ଇଣ୍ଡୋନେସିଆକୁ ଏକତରଫା ଭାବେ ୧୬-୦ ଗୋଲରେ ପରାସ୍ତ କରିଛି ।
Advertisment
ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ । ହ୍ୟାଟ୍ରିକ ସହ ସେ ଏକାକୀ ୫ଟି ଗୋଲ ସ୍କୋର କରି ଭାରତକୁ ନକ୍ ଆଉଟ୍ ପର୍ଯ୍ୟାୟରେ ପହଂଚାଇଛନ୍ତି । ଭାରତର ଏହି ବୃହତ ବିଜୟ ପରେ ପାକିସ୍ତାନ ଟପ୍ ୪ରୁ ବିଦା ହୋଇଛି । ପୁଲ ଏ’ରୁ ଭାରତ ଓ ଜାପାନ ଟପ୍ ୪କୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ପୁଲ ବି’ରୁ ମାଲେସିୟା ଓ ଦକ୍ଷିଣ ଆଫ୍ରିକା କ୍ୱାଲିଫାଏ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)