• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

neeraj-chopra
ଟୋକିଓ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ପଦକ ହାସଲ : ସାରା ଦେଶରେ ଖୁସିର ଲହରି

ଟୋକିଓ ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ୍ ୭ଟି ପଦକ ଜିତିଛି ଭାରତ । ଅଲିମ୍ପିକ୍ସ ଇତିହାସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ । ଚଳିତ ଟୋକିଓ ଅଲିମ୍ପିକ୍ସରେ ପ୍ରଥମେ ମୀରାବାଇ ଚାନୁ ଭାରୋତ୍ତଳନରେ ରୌପ୍ୟ ପଦକ ସହ ଭାରତର ମେଡାଲ୍ ଯାତ୍ରା ଆରମ୍ଭ କରିଥିଲେ

Tokyo Olympics
ଆଜି ସରୁଛି ଟୋକିଓ ଅଲିମ୍ପିକ୍ସ : ମହିଳା ବାସ୍କେଟବଲ ଓ ଇନଡୋର ଭଲିରେ ଶେଷ ହେବ କ୍ରୀଡ଼ା ମହାକୁମ୍ଭ

କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ

Milkha Singh
ପୂରା ହେଲା କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ୱପ୍ନ

ସ୍ପ୍ରିଣ୍ଟ କୁଇନ୍ ପିିଟି ଉଷା ମଧ୍ୟ ଟୁଇଟ୍ କରିଛନ୍ତି ଯେ, ୩୭ ବର୍ଷ ପରେ ମୋ ଅପୂରଣୀୟ ସ୍ବପ୍ନ ସାକାର ହେଲା। ମିଲଖା ସିଂ ଓ ପିଟି ଉଷା ଆଥଲେଟିକ୍ସରେ ଅଲିମ୍ପିକ୍ସ ପଦକର ଅତି ନିକଟକୁ ଆସି ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇନଥିଲେ।

Neeraj Chopra
Tokyo Olympics: ନୀରଜଙ୍କ ସହ ରହିଛି ଭୁବନେଶ୍ୱରର ଭାବ

ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କ ରହିଛି ଭୁବନେଶ୍ୱର ଲିଙ୍କ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ନୀରଜ । ନୀରଜଙ୍କ ସହ ପୂରା ଜାଭେଲିନ୍ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଥିଲେ ।

Neeraj Chopra
Tokyo Olympics: ଦ୍ୱିତୀୟ ରାଉଣ୍ଡ ପରେ ଧୀମା ପଡ଼ିଗଲେ ନୀରଜ, ଶେଷ ଦୁଇ ରାଉଣ୍ଡ ଥ୍ରୋ ଫାଉଲ୍‌ ..

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ବିଜୟୀ ହୋଇ ନୀରଜ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।

Neeraj Chopra
Tokyo Olympics: ଗତ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ଭାରତ ପାଇଁ ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ । ଗତ ୧୦୦ ବର୍ଷ ମଧ୍ୟରେ ଆଥଲେଟିକ୍ସରେ ଭାରତ ଜିତିନଥିଲା ସ୍ୱର୍ଣ୍ଣ ।

Niraj Chopra
Tokyo Olympics: ଇତିହାସ ରଚିଲା ଭାରତ, ନୀରଜ ଦେଲେ ସ୍ୱର୍ଣ୍ଣ ଉପହାର

ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ । ଟୋକିଓରେ ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ନୀରଜ ଚୋପ୍ରା ।

Bajrang Punia
Tokyo Olympics: ଭାରତକୁ ଆଉ ଏକ ବୋଞ୍ଜ ପଦକ ଉପହାର ଦେଲେ ପୁନିଆ

ଭାରତକୁ ଆଉ ଏକ ପଦକ ଉପହାର । ରେସଲିଂରେ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ । ରେସଲର ବଜରଙ୍ଗ ପୁନିଆ ଜିତିଲେ ବ୍ରୋଞ୍ଜ ପଦକ । ୬୫ କେଜି ବର୍ଗରେ କାଜାକସ୍ଥାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ବଜରଙ୍ଗ ପୁନିଆ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି ।

Indian Women Hockey Team coach shored Marine
ମହିଳା ହକି ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ ସୋର୍ଡ ମାରିନ

ଟୋକିଓରେ ମଉଳି ଯାଇଛି ଭାରତୀୟ ମହିଳା ହକି ଟିମ୍‌ର ପଦକ ଆଶା। ବ୍ରୋଞ୍ଜ ମେଡାଲ ପାଇଁ ବ୍ରିଟେନଠାରୁ ହାରି ଇତିହାସ ଲେଖିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଦଳ।  ଏହା ପରେ ଇସ୍ତଫା ଦେଇଛନ୍ତି ଟିମ୍‌ର କୋଚ୍‌ ସୋର୍ଡ ମାରିନ।

womens Hockey Team
ମ୍ୟାଚ୍ ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଲା ମହିଳା ହକି ଟିମ୍

ମ୍ୟାଚ ହାରିବା ପରେ ନିରାଶ ହୋଇପଡିଥିଲେ ଭାରତୀୟ ଖେଳାଳି। ସେମାନଙ୍କ ମୁହଁରେ ହତାଶାର ଭାବ ସ୍ପଷ୍ଟ ବାରି ହୋଇପଡୁଥିଲା। ମେଡାଲ ଜିତିବାରୁ ସୁଯୋଗ ଅଳ୍ପକେ ହାତଛଡ଼ା ହେବା ପରେ ଖେଳାଲିମାନେ ମ୍ରିୟମାଣ ହୋଇପଡିଥିଲେ। ବ୍ରିଟିଶ ଖେଳାଳି ମଧ୍ୟ ଆସି ଏମାନଙ୍କୁ ସାନ୍ତ୍ୱନା ଦେଇଥିଲେ।

Ravi Dhaiya
ଅଲିମ୍ପିକ୍ସରେ ରବିଙ୍କ ସହ ଘଟିଥିଲା ଏମିତି କିଛି, ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଲା

ଅଲିମ୍ପିକ୍ସର ଏମିତି କିଛି ଦୃଶ୍ୟ । ଯାହା ବିଚଳିତ କରିଛି ସାରା ଦେଶବାସୀଙ୍କୁ । ପୁରୁଷ କୁସ୍ତି ସେମିଫାଇନାଲ୍ ମୁକାବିଲାରେ କାଜକିସ୍ତାନର କୁସ୍ତି ଯୋଦ୍ଧା ନୁରିସ୍ଲାମ ସାନାୟେଭ ଏବଂ ଭାରତର କୁସ୍ତି ଯୋଦ୍ଧା ରବି ଦହିୟା ମୁହଁମୁହିଁ ହୋଇଥିଲେ ।

Naveen Patnaik
ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭାରତୀୟ ମହିଳା ହକି ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍‌ଫରେନସିଂ ଜରିଆରେ କଥା ହେଲେ ଓ ଅଭିନନ୍ଦନ ଜଣାଇଲେ । 

Tokyo olympics 2020 india vs great britain
ଟୋକିଓ ଅଲମ୍ପିକ: ମହିଳା ହକିରେ ବ୍ରିଟେନକୁ ବ୍ରୋଞ୍ଜ

ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ ।

Amit Rohidas and Birendra Lakra
'ଜାତୀୟ ଦଳକୁ ଆସିବେ ଅଧିକ ଓଡ଼ିଆ ଖେଳାଳି'

ଭାରତୀୟ ହକି ଦଳର ଦୁଇ ଓଡିଆ ସଦସ୍ୟ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହ ପଡ଼ିଆରେ ଅମିତ ରୋହିଦାସଙ୍କ ଶକ୍ତି ଓ ସାମର୍ଥ୍ୟକୁ  ପ୍ରଶଂସା କରିଛନ୍ତି ମୋଦି।

Hockey India
ଚାରିଆଡ଼େ ଉତ୍ସବର ମାହୋଲ, ମିନି ଇଣ୍ଡିଆ ପାଲଟିଥିଲା ଶ୍ରୀଜେସ୍ ପିଆର୍‌ଙ୍କ ଘର

ଦୀର୍ଘ ୪ ଦଶନ୍ଧିର ଅପେକ୍ଷା ପରେ ଅଲିମ୍ପିକ୍ସ ହକିରେ ଭାରତକୁ ପଦକ । ଖୁସିରେ ବୁଡ଼ିଛି ସାରା ଭାରତ । କରୋନା ଭଳି ମାହାମାରୀ ସମୟରେ ଦେଶବାସୀ ତ୍ରସ୍ତ ଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଦେଶବାସୀଙ୍କ ମୁହଁରେ ଆଣିଛି ହସର ଫୁଆରା ।

Ravi Dmahiya
Tokyo Olympics: ଭାରତକୁ ରୌପ୍ୟ ପଦକ ଉପହାର ଦେଲେ ରେସଲର ରବି ଦହିୟା

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ରୌପ୍ୟ ପଦକ । ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତକୁ ରୌପ୍ୟ ପଦକ ଉପହାର ଦେଇଛନ୍ତି ରେସଲର ରବି ଦହିୟା ।

India won bronze
ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ

୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ।  ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌।  

Rabi Dahiya
ଅନ୍ତ ହେବ ଭାରତର ୧୩ ବର୍ଷର ପ୍ରତୀକ୍ଷା ! ଆଶା ପୂରଣ କରିବେ ରବି ଦହିୟା

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଶା । ଫ୍ରି-ଷ୍ଟାଇଲ୍ କୁସ୍ତି ଫାଇନାଲରେ ରବି ଦହିୟା ଫାଇନାଲରେ ପହଂଚି ରୌପ୍ୟ ପଦକ ପକ୍କା କରିବା ସହ ଏହି ଆଶା ଦେଖାଇଛନ୍ତି । ମହିଳା ବକ୍ସିଂରେ ଲଭଲିନା ଆଜି ବ୍ରୋଞ୍ଜ ପଦକ ପାଇଛନ୍ତି ।

Rabi Dahiya
ସ୍ୱର୍ଣ୍ଣ ପଦକ ଆଶା ଦେଖାଇଲେ ଭାରତୀୟ ରେସଲର ରବି ଦହିୟା, ଫାଇନାଲରେ କଲେ ଏଣ୍ଟ୍ରି

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଆଶା ଦେଖାଇଛନ୍ତି ଭାରତୀୟ ରେସଲର ରବି ଦହିୟା । ରେସଲିଂ ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି ଦହିଆ । ସେମି ଫାଇନାଲରେ କାଜାଖସ୍ତାନର ନୁରିସ୍ଲାମକୁ ହରାଇଛନ୍ତି ରବି ।

Argentina
Tokyo Olympics: ମହିଳା ହକିରେ ଭାରତର ସ୍ୱର୍ଣ୍ଣ ଆଶା ମଉଳିଲା, ଏବେ ବ୍ରୋଞ୍ଜ ଉପରେ ନଜର

ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍‌ । ୨-୧ରେ ପରାଜୟ ବରଣ କଲା ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଲା ।

Lovlina Wins Bronze Medal
ଟୋକିଓ ଅଲମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ଲଭଲିନା

ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ୦-୫ ପଏଣ୍ଟରେ ହାରି ଯାଇଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାତେଇ ପାରିଛନ୍ତି।

Athlet Neeraj Chopra
ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

Women Hockey team
ବ୍ରୋଞ୍ଜ ପାଇଁ ହେବ ଜୋରଦାର ଲଢ଼େଇ, ମହିଳା ଟିମ୍‌ଠାରୁ ସ୍ୱର୍ଣ୍ଣ ଆଶା

ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣିମ ସ୍ପପ୍ନ ଆଶା ଧୂଳିସାତ୍ । ୪ ଦଶନ୍ଧି ପରେ ପୁଣି ଥରେ ଗୋଲ୍ଡ ଜିତିବା ଆଶାରେ ଥିବା ଭାରତୀୟ ହକି ଟିମ୍‌କୁ ଝଟ୍‌କା ଦେଇଛି ଓ୍ୱାର୍ଲଡ ଚାମ୍ପିୟନ୍ ବେଲ୍‌ଜିୟମ୍ ।

Indian Hockey Team
ଟୋକିଓ ଅଲିମ୍ପିକ୍ସ: ହକିରେ ହାରିଲା ଭାରତ, ମଉଳିନି ପଦକ ଆଶା

ପ୍ରଥମ କ୍ୱାର୍ଟରରେ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ଗୋଲ ସୁଝାଇବାକୁ ବାରମ୍ବାର ଉଦ୍ୟମ କରିଥିଲା।ବେଲଜିୟମର ଆଲେକଜାଣ୍ଡାର ହେଣ୍ଡେରିକ୍ସ ୧୯ତମ ମିନିଟରେ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ।

India Hockey
୪୯ ବର୍ଷର ରେକର୍ଡ ଭାଙ୍ଗିଲା ଭାରତୀୟ ପୁରୁଷ ହକି ଟିମ୍‌, ସେପଟେ ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ

ଟୋକିଓରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଲାଗି ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ। ସେହିପରି ଦୀର୍ଘ ୪୯ ବର୍ଷ ପରେ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ଦଳ ବେଲଜିୟମକୁ ହରାଇ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଉଭୟ ପୁରୁଷ ଓ ମହିଳା ହକି। ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଦେଶବ୍ୟାପୀ ଉତ୍କଣ୍ଠା ବଢିଥିବା ବେଳେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।