/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659840222.jpg)
India Vs West Indies
ବିଦେଶ ମାଟିରେ ୱେଷ୍ଟଇଣ୍ଡିଜ୍କୁ ହରାଇ ସିରିଜ୍ କବ୍ଜା କଲା ଭାରତ । ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ରେ ୩ଟି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇଛି । ଆମେରିକାର ଫ୍ଲୋରିଡ଼ାରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ୱେଣ୍ଟଇଣ୍ଡିଜ୍କୁ ୫୯ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଛାଡ଼ିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୯୧ ରନ୍ କରିଥିଲା । ଭାରତ ପକ୍ଷରୁ ରିଶବ ପନ୍ତ ସର୍ବାଧିକ ୪୪ ରନ୍ କରିଥିଲେ ।
Advertisment
୧୯୨ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ୱେଣ୍ଟଇଣ୍ଡିଜ୍ ମାତ୍ର ୧୩୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ୍, ଅକ୍ଷର ପଟ୍ଟେଲ ଓ ରବି ବିଷ୍ଣୋଇଙ୍କୁ ଦୁଇଟି ଲେଖାଏଁ ଓ୍ୱିକେଟ୍ ମିଳିଥିଲା । ଆଜି ସିରିଜ୍ର ପଞ୍ଚମ ମ୍ୟାଚ୍ ଖେଳାଯିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)