• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୦୨୨ରେ ଭାରତ ହାସଲ କରିଛି ପଞ୍ଚମ ପଦକ । ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି । ମିଜୋରାମର ୧୯ ବର୍ଷର ଜେରମି ଲାଲରିନ୍ନୁଙ୍ଗାଙ୍କୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୬୭ କିଲୋ ବର୍ଗରେ ଜେରମିଙ୍କୁ ଗୋଲ୍ଡ ମେଡାଲ୍ ପ୍ରଦାନ କରାଯାଇଛି । ପ୍ରଥମ ସ୍ନାଚରେ ସେ ୧୩୬ ଓ ଦ୍ୱିତୀୟରେ ୧୪୦ କିଲୋ ଇଠାଇଲେ ଜେରମି । ମୋଟ୍‌ ୩୦୦ କିଲୋ ଉଠାଇ ନିଜ ନାଁରେ ଏକ ରେକର୍ଡ କରିଛନ୍ତି ।

୨୦୧୮ ଗ୍ରୀଷ୍ମକାଳୀନ ୟୁଥ୍‌ ଅଲିମ୍ପିକ୍ସରେ ପୁରୁଷଙ୍କ ୬୨ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଥିଲେ । ର୍ତ୍ତମାନ ସୁଦ୍ଧା ଭାରୋତ୍ତୋଳନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମଳିଛି ।

ଗତକାଲି ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମିରବାଇ ଚାନୁ ଭାରୋତ୍ତୋଳନର ୪୯ କେଜି ବର୍ଗରେ ମୀରାବାଈ ଚାନୁ ଜିତିଛନ୍ତି ସ୍ୱର୍ଣ୍ଣ । ଗତକାଲି ଇଭେଣ୍ଟରେ ସମସ୍ତଙ୍କୁ ପଛରେ ପକାଇବା ସହ ବ୍ୟାକ୍ ଟୁ ବ୍ୟାକ୍ ରେକର୍ଡ କରିଥିଲେ ଚାନୁ । ସ୍ନାଚ୍‌ରେ ୮୮ କିଲୋ, କ୍ଲିନ୍ ଆଣ୍ଡ ଜର୍କରେ ୧୧୩ କିଲୋ ଉଠାଇଥିଲେ । ତାଙ୍କର ସଫଳତା ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ମୀରାବାଈଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଗର୍ବର ଦିନ ବୋଲି କହିଥିଲେ ।