/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658986984.jpg)
India vs West Indies 3rd ODI Highlights: Shubman Gill Stars With 98* As India Sweep West Indies
ପୁଣି ଥରେ ଆଉ ଏକ ରେକର୍ଡ କଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍କୁ କ୍ଲିନ୍ ସୁଇପ୍ କଲା ଭାରତ । ତିନି ଟିକିଆ ସିରିଜ୍କୁ ୩-୦ରେ ନିଜ ନାଁରେ କରିଛି ଭାରତୀୟ ଟିମ୍ । ବର୍ଷା ବାଧିତ ଯୋଗୁଁ ଗତକାଲି ଖେଳାଯାଇଥିବା ଦିନିକିଆ ୩୫ ଓଭରରେ ସୀମିତ ରଖାଯାଇଥିଲା ।
/odishatv-khabar/media/post_attachments/uploadimage/library/free_files/others/1500x500-1_2022_07_28_111433.webp)
ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୫୭ ରନ୍ର ଟାଗେର୍ଟ ଦେଇଥିଲା । ଏହାର ପିଛା କରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୩୭ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଶୁଭମନ୍ ଗିଲ୍ଙ୍କ ଦମଦାର ୯୮ ରନ୍ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍ରେ ସମ୍ମାନିତ କରାଯାଇଛି । ଏହି ସିରିଜ୍ ପରେ ଭାରତୀୟ ଦଳ ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୧୨ଟି ଦିନିକିଆକୁ ନିଜ ନାଁରେ କରିଛି ।
𝗧𝗵𝗮𝘁 𝗪𝗶𝗻𝗻𝗶𝗻𝗴 𝗙𝗲𝗲𝗹𝗶𝗻𝗴! 🏆
Congratulations #TeamIndia on winning the #WIvIND ODI series! 👏 👏
Over to T20Is now! 👍 👍 pic.twitter.com/kpMx015pG1
— BCCI (@BCCI) July 27, 2022
IND-WI ଦିନିକିଆ ସିରିଜ୍ର ହାଇଲାଇଟ୍:-
- 3-0 ରେ କ୍ଲିନ୍ ସୁଇପ୍ କଲା ଇଣ୍ଡିଆ
- ୯୮ ବଲ୍ରେ ୯୮ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହେଲେ ଶୁଭମନ ଗିଲ୍
- ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ମୋଟ୍ ୨୦୫ ରନ୍ କରି ମ୍ୟାନ୍ ଅଫ୍ ଦ ସିରିଜ୍ ମଧ୍ୟ ହୋଇଛନ୍ତି ସୁଭମନ୍
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଏହା ଲଗାତାର ଦ୍ୱିତୀୟ କ୍ଲିନ୍ ଚିଟ୍
- ଏହି ସିରିଜ୍ ବିଜୟ ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଲଗାତାର ୧୨ଟି ସିରିଜ୍ ଜିତିଲା
- ୱେଷ୍ଟଇଣ୍ଡିଜ୍ ମୌଦାନ୍ରେ ଭାରତର ଏହା ସବୁଠାରୁ ବଡ଼ ବିଜୟ
- ଲଗାତାର ଭାବେ ୱେଷ୍ଟଇଣ୍ଡିଜ୍ର ନବମ ପରାଜୟ
ସେହିପରି ଗତ ରବିବାର ଦିନ ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା। ତ୍ରିନିଦାଦରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ଘରୋଇ ଦଳକୁ ୨ ଓ୍ୱିକେଟରେ ପରାସ୍ତ କରିଛି। ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ ହରାଇ ୩୧୧ ରନ କରିଥିଲା। ଦଳ ପକ୍ଷରୁ ସାଇ ହୋପ୍ ୧୧୫ ରନ କରିଥିଲେ। ସେହିଭଳି ପୁରନ ୭୪ ରନ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)