• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ବା କମେୱେଲଥ୍ ଗେମ୍ସ । ବ୍ରିଟେନର ବର୍ମିଂହାମ୍‌ରେ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଚଳିତ ସଂସ୍କରଣ ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟନ ହେବ । ସ୍ଥାନୀୟ ଆଲେକଜଣ୍ଡାର ଷ୍ଟାଡିୟମରେ ଆଜି ଏହି କ୍ରୀଡା ମହାକୁମ୍ଭର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।

୭୨ଟି ରାଜ୍ୟଗୋଷ୍ଠୀ ଦେଶର ପ୍ରାୟ ୫ ହଜାର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଭାରତ ପକ୍ଷରୁ ମୋଟ ୨୧୫ ଜଣିଆ ଶକ୍ତିଶାଳୀ ସ୍କ୍ୱାଡ ଏଥିରେ ଅଂଶଗ୍ରହଣ କରି ୧୫ଟି କ୍ରୀଡ଼ାରେ ମେଡାଲ ପାଇଁ ଲଢ଼େଇ କରିବ । ବ୍ୟାଡମିଣ୍ଟନ, ବକ୍ସିଂ, ମହିଳା କ୍ରିକେଟ୍, ଆଥଲେଟିକ୍ସ, ଜୁଡୋ, ରେସଲିଂ, ସ୍କ୍ୱାଶ୍, ସାଇକେଲିଂ, ଭାରୋତ୍ତୋଳନ, ହକି, ସ୍ୱିମିଂ ଏବଂ ଟେବୁଲ୍ ଟେନିସ ଭଳି କ୍ରୀଡାରେ ଭାରତୀୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ ।

ଏଥର ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମହିଳା କ୍ରିକେଟ୍‌କୁ ସାମିଲ କରାଯାଇଛି । ଉଦଘାଟନୀ ସମାରୋହରେ ହେବାକୁ ଥିବା ମାର୍ଚ୍ଚପାଷ୍ଟରେ ବ୍ୟାଡ୍‌ମିଣ୍ଟନ ଷ୍ଟାର୍ ପିଭି ସିନ୍ଧୁ ଜାତୀୟ ପତାକା ଧରିବେ । ୨୦୧୮ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ହୋଇଥିବା ଶେଷ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଚ ସହିତ ମୋଟ ୬୪ ପଦକ ପାଇ ତୃତୀୟ ସ୍ଥାନରେ ରହିଥିଲା ।