Advertisment

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ: ଭାଗ ନେଲେ ୭୨ ଦେଶର କ୍ରୀଡ଼ାବିତ୍ ଓ ଅଧିକାରୀ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Commonwealth Games 2022 In Birmingham Declared Open In Grand Ceremony

Commonwealth Games 2022 In Birmingham Declared Open In Grand Ceremony

ଇଂଲଣ୍ଡର ବର୍ମିଂହାମ୍‌ରେ ଉଦ୍‌ଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ ହୋଇଛି । ଭାରତୀୟ ସମୟ ରାତି ୧୧ଟା ୩୦ରେ ଆରମ୍ଭ ହୋଇଥିବା ଏହି ବର୍ଣ୍ଣାଢ୍ୟ ଉତ୍ସବରେ ୭୨ ଦେଶର କ୍ରୀଡ଼ାବିତ୍ ଓ ଅଧିକାରୀ ଅଂଶଗ୍ରହଣ କରିଥିଲେ ।କ୍ରୀଡ଼ାଗ୍ରାମରେ ତ୍ରିରଙ୍ଗା ଭାରତୀୟ ଉଡ଼ିଥିଲା । ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଏହି ମହାସମର ୧୧ ଦିନ ଧରି ଚାଲିବ ।

Advertisment

ସୂଚନା ଅନୁସାରେ, ଭାରତ ପକ୍ଷରୁ ମୋଟ ୨୧୫ ଜଣିଆ ଶକ୍ତିଶାଳୀ ସ୍କ୍ୱାଡ ଏଥିରେ ଅଂଶଗ୍ରହଣ କରି ୧୫ଟି କ୍ରୀଡ଼ାରେ ମେଡାଲ ପାଇଁ ଲଢ଼େଇ କରିବେ । ବ୍ୟାଡମିଣ୍ଟନ, ବକ୍ସିଂ, ମହିଳା କ୍ରିକେଟ୍, ଆଥଲେଟିକ୍ସ, ଜୁଡୋ, ରେସଲିଂ, ସ୍କ୍ବାଶ୍, ସାଇକେଲିଂ, ଭାରୋତ୍ତୋଳନ, ହକି, ସ୍ୱିମିଂ ଏବଂ ଟେବୁଲ୍ ଟେନିସ ଭଳି କ୍ରୀଡାରେ ଭାରତୀୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ ।

ତେବେ ଚଳିତ ଥର ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମହିଳା କ୍ରିକେଟ୍‌କୁ ସାମିଲ କରାଯାଇଛି । ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍‌ଡ କୋଷ୍ଟରେ ହୋଇଥିବା ଶେଷ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଚ ସହିତ ମୋଟ ୬୪ ପଦକ ପାଇ ତୃତୀୟ ସ୍ଥାନରେ ରହିଥିଲା ।

Advertisment

ଅନ୍ୟପକ୍ଷେ, ତାମିଲନା଼ଡୁର ଚେନ୍ନାଇ ନିକଟ ମାମଲ୍ଲାପୁରମ୍‌ରେ ୪୪ତମ ଚେସ୍ ଅଲମ୍ପିୟାଡ୍ ଆରମ୍ଭ ହୋଇଛି । ରଙ୍ଗାରଙ୍ଗ ଉଦଘାଟନୀ ସହ ଏହାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାର ଉଦ୍‌ଘାଟନ କରିଛନ୍ତି ।

ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ଆୟୋଜିତ ଏହି ସମାରୋହରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ପ୍ରଧାନମନ୍ତ୍ରୀଙ୍କୁ ରିଲେ ଟର୍ଚ୍ଚ ପ୍ରଦାନ କରିଥିଲେ । ପରେ ପ୍ରଜ୍ଞାନାନନ୍ଦ ଏହାକୁ ପ୍ରଜ୍ଜ୍ୱଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।

ବିଶ୍ୱ ଚେସ୍‌ରେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ ହେଉଛି । ରୁଷିଆର ମସ୍କୋର ଏହି ପ୍ରତିଯୋଗିତା ହେବାର ଥିଲା । କିନ୍ତୁ ପରେ ଫିଡେ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରିଥିଲା । ଟୁର୍ଣ୍ଣାମେଣ୍ଟରେ ୧୮୭ଟି ଦେଶର ୩୪୩ ଟିମ୍ ଭାଗ ନେଉଛନ୍ତି । ଏଥର ରୁଷିଆ କି ଚୀନ୍ ଭାଗ ନେଉନଥିବାରୁ ସ୍ୱର୍ଣ୍ଣପଦକର ଦାବିଦାର ହେଉଛି । ଭାରତ ଘରୋଇ ପରିବେଶରେ ଭରତୀୟ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଭାରତର ଅଛନ୍ତି ୨୫ ଜଣ ପ୍ରତିଯୋଗୀ ତେବେ ନିକଟରେ ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମ୍ୟାଗନସ କାର୍ଲସନଙ୍କୁ ପରାସ୍ତ କରି ହଇଚଇ ସୃଷ୍ଟି କରିଥିବା ପ୍ରଜ୍ଞାନାନନ୍ଦଙ୍କ ଉପରେ ନଜର ରହିବ ।

Birmingham 2022 Commonwealth Games
Advertisment
Advertisment