• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ମିଂହାମରେ ଅନୁଷ୍ଠିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ସହ ଖାତା ଖୋଲିଛି ଭାରତ । ଯୁବ ଭାରତ୍ତୋଳକ ସଙ୍କେତ ସାଗର ୫୫ କେଜି ବର୍ଗରେ ଭାରତ ଲାଗି ରୌପ୍ୟ ପଦକ ଜିତିଛନ୍ତି । ସମୁଦାୟ ୨୪୮ କେଜି ଭାର ଉଠାଇ ସେ ଏହି ପଦକ ହାସଲ କରିଛନ୍ତି । ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲା । ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ । ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଥିଲେ । ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଥିଲା । ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି ।

ସେପଟେ ମଲେସିଆ ପ୍ରତିପକ୍ଷ ତାଙ୍କ ଠାରୁ ମାତ୍ର ୧ କେଜି ଅଧିକ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ମୋଟ ୨୪୯ କେଜି ଓଜନ ଉଠାଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଛନ୍ତି । ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୨୨୫ କେଜି ଓଜନ ଉଠାଇଛନ୍ତି ।