Advertisment

ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।

author-image
Chandan Shishu
Vinesh Phogat

Vinesh Phogat

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ। ଆଜି ପୁଣି ଥରେ ସାରା ବିଶ୍ୱ ସମ୍ମୁଖରେ ଚମକିଛନ୍ତି ଭାରତୀୟ ଖେଳାଳି। କୁସ୍ତିରେ ଭାରତକୁ ଆଜି ମିଳିଛି ଦୁଇ ଦୁଇଟି ଗୋଲ୍ଡ ମେଡାଲ୍। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ତିନିଟି କମନୱେଲ୍ଥ ଗେମ୍ସରେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି ଭିନେଶ୍। ୨୦୧୪ ଗ୍ଲାସଗୋ, ୨୦୧୮ ଗୋଲ୍ଡ କୋଷ୍ଟ ଏବଂ ୨୦୨୨ ବର୍ମିଂହାମ୍‌ରେ ବି ସ୍ୱର୍ଣ୍ଣ ହାସଲ କରିଛନ୍ତି।

Advertisment

ଖାଲି ଏତିକି ନୁହେଁ ଭିନେଶ, ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଯିଏ କମନୱେଲ୍ଥ ଓ ଏସିଆନ୍ ଗେମସ୍‌ରେ ସ୍ୱର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି। ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ। ୫୭ କେଜି ପୁରୁଷ ବର୍ଗର ପ୍ରଥମ ରାଉଣ୍ଡରେ ହିଁ ନାଇଜେରିଆନ୍ କୁସ୍ତି ଯୋଦ୍ଧାଙ୍କୁ ଚିତପଟାଙ୍ଗ କରିଛନ୍ତି ରବି।

ଖେଳ ଆରମ୍ଭରୁ ହିଁ ରବିଙ୍କ ଦବଦବା ଥିଲା, ଯାହା ଶେଷ ଯାଏଁ ବଜାୟ ରହିଥିଲା। ଆଜିର ସଫଳତା ପରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୨ ଓ ମୋଟ୍ ପଦକ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି।  

Advertisment

ମହିଳା ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ଗୋସ୍ବାମୀ ଜିତିଛନ୍ତି ରୌପ୍ୟ ପଦକ। ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ୧୦ ହଜାର ମିଟର ପାର କରି ବ୍ୟକ୍ତିଗତ ରେକର୍ଡ ଭାଙ୍ଗିଛନ୍ତି ପ୍ରିୟଙ୍କା। ପ୍ରଥମ ଭାରତୀୟ ମହିଳା ଭାବେ ରେସ ଓ୍ୱାକ୍ ବା ଚାଲି ଇଭେଣ୍ଟରେ ପଦକ ଜିତିଛନ୍ତି ପ୍ରିୟଙ୍କା। ରେସ ଜିତିବା ପରେ ପ୍ରିୟଙ୍କା ତାଙ୍କର ଏହି ପଦକ ଳଡ୍ଡୁ ଗୋପାଳଙ୍କୁ ଉତ୍ସର୍ଗ କରିଛନ୍ତି।

ସେପଟେ ବକ୍ସିଂରେ ଜାସମିନ୍ ଲାମ୍ବୋରିୟା ବ୍ରୋଞ୍ଜ ପଦକ ଜିତିଛନ୍ତି। ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ପୂଜା ଗେହଲଟ୍। ସେହିପରି ନିଜ ନିଜ ବର୍ଗରେ ଫାଇନାଲକୁ ଯାଇଛନ୍ତି ଭାରତର ତିନି ତିନି ଜଣ ବକ୍ସର ମହିଳା। ମିନିମମ ୱେଟ୍ ବର୍ଗରେ ନୀତି ଗଙ୍ଘାସ ଏବଂ ଲାଇଟ୍ ଫ୍ଲାଇୱେଟ୍ ବର୍ଗରେ ନିଖତ ଜରୀନ୍ ଫାଇନାଲକୁ ଯାଇଛନ୍ତି।

ସେହିପରି ପୁରୁଷ ଫ୍ଲାଇୱେଟ୍ ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଛନ୍ତି। ସେପଟେ ଫାଇନାଲରେ ପହଁଚିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସେମିରେ ଇଂଲଣ୍ଡକୁ ୪ ରନ୍‌ରେ ମାତ୍ ଦେଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲକୁ କ୍ୱାଲିଫାଇ କରିଛି।

Commonwealth Games 2022
Advertisment
Advertisment