/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659580743.jpg)
Special story
ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗତକାଲି ଷଷ୍ଠ ଦିନରେ ଭାରତ ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ସହ ୫ଟି ପଦକ ହାସଲ କରିଛି । ମହିଳା ଜୁଡୋ ୭୮କେଜି ବର୍ଗରେ ତୁଳିକା ମନ୍ ରୌପ୍ୟ ପଦକ ହାସଲ କରିଛନ୍ତି । ଆଥଲେଟିକ୍ସରେ ଭାରତକୁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦକ ମିଳିଛି । ତେଜସ୍ୱିନ ଶଙ୍କର ୨.୨୨ମିଟର ଅତିକ୍ରମ କରି ହାଇଜମ୍ପରେ ବ୍ରୋଞ୍ଜ ପଦକ ପାଇଛନ୍ତି ।
ପୁରୁଷ ସ୍କ୍ୱାଶରେ ସୌରଭ ଘୋଷଲ ବ୍ରୋଞ୍ଚ ପଦକ ପାଇଛନ୍ତି । ଭାରତର ଭାରୋତ୍ତୋକମାନେ ତାଙ୍କର ଚମତ୍କାର ଫର୍ମ ବଜାୟ ରଖିଛନ୍ତି । ଲଭପ୍ରିତ ସିଂ ଓ ଗୁରଦୀପ ସିଂ ଭାରତ ପାଇଁ ବ୍ରୋଞ୍ଚ ପଦକ ଜିତିଛନ୍ତି । ଉଭୟ ପୁରୁଷ ଓ ମହିଳା ହକିରେ ଭାରତୀୟ ଖେଳାଳିମାନେ କାନାଡାକୁ ହରାଇଛନ୍ତି । ତୀବ୍ର ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ କାନାଡା ବିପକ୍ଷ ମ୍ୟାଚକୁ ୩-୨ଗୋଲରେ ଜିତି ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ପହଞ୍ଚିଛି ।
ପୁରୁଷ ବିଭାଗରେ ଭାରତ ୮-୦ଗୋଲରେ କାନାଡାକୁ ହରାଇଛି । ମହିଳା ଟି ଟ୍ୱେଣ୍ଟି କ୍ରିକେଟରେ ଭାରତୀୟ ଟିମ୍ ବାର୍ବାଡୋସକୁ ହରାଇ ସେମି ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି । ବକ୍ସର ନିଖତ ଜରିନ୍, ନିତୁ ଗଙ୍ଗାସ ଓ ହୁସାମ୍ ମହମ୍ମଦ ସେମିଫାଇନାଲରେ ପହଞ୍ଚିଥିବାରୁ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ୫ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସହ ୧୮ଟି ପଦକ ପାଇଁ ତାଲିକାର ସପ୍ତମ ସ୍ଥାନରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)