Advertisment

ଭାରତ ପାଇଁ ଗର୍ବର ଦିନ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବକ୍ସିଂରେ ଦୁଇଟି ଓ ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ମିଳିଲା ଦୁଇଟି ସ୍ୱର୍ଣ୍ଣ। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଜିତିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Boxer Amit Panghal And Nitu Ganghas Wins gold

Indian Boxer Amit Panghal And Nitu Ganghas Wins gold

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବକ୍ସିଂରେ ଭାରତକୁ ମିଳିଲା ଦୁଇଟି ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ଜିତି ଥିବାବେଳେ ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ଅମିତ ପଙ୍ଗଲ ସ୍ୱର୍ଣ୍ଣ ପଦକ ପାଇଛନ୍ତି। 

Advertisment

ଫାଇନାଲରେ ଇଂଲଣ୍ଡର ଡେମି ଜେଡେଙ୍କୁ ହରାଇ ନିତୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ଇଲଣ୍ଡ ପ୍ରତିପକ୍ଷଙ୍କୁ ହରାଇ ଅମିତ ପଙ୍ଗଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। 

ମହିଳା ହକି ଟିମ୍‌ ବ୍ରୋଞ୍ଜ ପଦକ ଜିତିଛି। ନ୍ୟୁଜଲାଣ୍ଡକୁ ପେନାଲଟି ସୁଟ୍‌ ଆଉଟରେ ହରାଇ ଭାରତୀୟ ମହିଳା ଟିମ୍‌ ବ୍ରୋଞ୍ଜ ପଦକ ପାଇଛି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରିପଲ୍ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଭାରତ ପାଇଁ ଏଲଧସ୍‌ ପୌଲ୍ ସ୍ୱର୍ଣ୍ଣ ପଦକ ଜିତି ଥିବାବେଳେ ଅବଦୁଲ୍ଲା ଆବୁବାକର ରୌପ୍ୟ ପଦକ ଜିତିଛନ୍ତି। 

Advertisment

୧୦ ହଜାର ମିଟର ରେସ୍ ୱାକ୍‌ରେ ଭାରତକୁ ବ୍ରୋଞ୍ଜ୍ ପଦକ ମିଳିଛି। ସନ୍ଦୀପ କୁମାର ଭାରତ ପାଇଁ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୪୫ରେ ପହଞ୍ଚିଛି। ଭାରତକୁ ୧୬ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୮ଟି ବ୍ରୋଞ୍ଜ ପଦକ ମିଳିଛି। 

Commonwealth Games Commonwealth Games 2022
Advertisment
Advertisment