Advertisment

କମନୱେଲ୍ଥ ଗେମ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ, ଜିତିଲା ମହିଳା ଟେବୁଲ ଟେନିସ୍‌ ଟିମ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ ଗ୍ରୁପ ବିର ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ।

author-image
Otv Khabar Bureau
Commonwealth Games 2022

Commonwealth Games 2022

କମନୱେଲ୍ଥ ଗେମ୍ସ ଟେବୁଲ ଟେନିସ ଉଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଦୁଇ ଭାରତୀୟ ମହିଳା ଖେଳାଳି । ପ୍ରଥମ ମ୍ୟାଚରେ ତେଲେଙ୍ଗାନାର ଶ୍ରେଜା ଆକୁଲା ଦକ୍ଷିଣ ଆଫ୍ରିକାର ଦାନିଶା ପଟେଲଙ୍କୁ ସିଧାସଳଖ ୧୧-୫, ୧୧-୩, ୧୧-୬ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେହପିର ଅନ୍ୟ ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ମେରିକ୍ୟୁ ଏଲାମଙ୍କୁ ସିଧାସଳଖ ୧୧-୫, ୧୧-୩, ୧୧-୨ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଭାରତର ଟେବୁଲ ଟେନିସ ସେନସେସନ ମନିକା ବାତ୍ରା । ମୋନିକା ଏହି ମ୍ୟାଚର ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରି ଏଲାମଙ୍କ ଉପରେ ଚାପ ପକାଇଥିଲେ । ପରେ ଦୁଇଟି ସେଟ୍‌କୁ ସେ ସହଜରେ ଜିତି ନେଇଥିଲେ । 

Advertisment

ଇଂଲଣ୍ଡର ବର୍ମିଂହାମ୍‌ରେ ଉଦ୍‌ଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ ହୋଇଛି । ଭାରତୀୟ ସମୟ ରାତି ୧୧ଟା ୩୦ରେ ଆରମ୍ଭ ହୋଇଥିବା ଏହି ବର୍ଣ୍ଣାଢ୍ୟ ଉତ୍ସବରେ ୭୨ ଦେଶର କ୍ରୀଡ଼ାବିତ୍ ଓ ଅଧିକାରୀ ଅଂଶଗ୍ରହଣ କରିଥିଲେ । କ୍ରୀଡ଼ାଗ୍ରାମରେ ଉଡ଼ିଥିଲା ତ୍ରିରଙ୍ଗା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ।

ଏହି ମହାସମର ୧୧ ଦିନ ଧରି ଚାଲିବ । ଭାରତ ପକ୍ଷରୁ ମୋଟ ୨୧୫ ଜଣିଆ ଶକ୍ତିଶାଳୀ ସ୍କ୍ୱାଡ୍‌ ଏଥିରେ ଅଂଶଗ୍ରହଣ କରି ୧୫ଟି କ୍ରୀଡ଼ାରେ ମେଡାଲ ପାଇଁ ଲଢ଼େଇ କରିବେ । ବ୍ୟାଡମିଣ୍ଟନ, ବକ୍ସିଂ, ମହିଳା କ୍ରିକେଟ୍, ଆଥଲେଟିକ୍ସ, ଜୁଡୋ, ରେସଲିଂ, ସ୍କ୍ୱାଶ୍, ସାଇକେଲିଂ, ଭାରୋତ୍ତୋଳନ, ହକି, ସ୍ୱିମିଂ ଏବଂ ଟେବୁଲ୍ ଟେନିସ ଭଳି କ୍ରୀଡାରେ ଭାରତୀୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବେ ।

Advertisment

ଏଥର ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମହିଳା କ୍ରିକେଟ୍‌କୁ ମଧ୍ୟ ସାମିଲ କରାଯାଇଛି । ୨୦୧୮ରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ହୋଇଥିବା ଶେଷ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଚ ସହିତ ମୋଟ ୬୪ ପଦକ ପାଇ ତୃତୀୟ ସ୍ଥାନରେ ରହିଥିଲା ।

Commonwealth Games 2022
Advertisment
Advertisment