Special story
ଲାଜ ବିଗାଡ଼ି ଦେଲା ଖେଳ । ଖେଳାଳିଙ୍କ ପାଇଁ କାଳ ସାଜିଲା ଢିଲା ପ୍ୟାଣ୍ଟ୍ । ରେସରେ ଏଥିପାଇଁ ତାଙ୍କୁ ପରାଜିତ ହେବାକୁ ପଡ଼ିଛି । କେବଳ ଏତିକି ନୁହେଁ ପ୍ୟାଣ୍ଟ୍ ସମ୍ଭାଳୁ ସମ୍ଭାଳୁ ସେ ତାଙ୍କ ଖେଳ ଉପରେ ପୂରା ଗୁରୁତ୍ତ୍ୱ ଦେଇପାରୁ ନଥିବା ଭିଡିଓରେ ଦେଖିବାକୁ ମିଳୁଛି । ରେସ୍ ସାରା ତାଙ୍କୁ ପ୍ୟାଣ୍ଟକୁ ଟାଣି ଧରିବାକୁ ପଡ଼ିଥିଲା ।
ଇଟାଲୀର ୧୮ ବର୍ଷୀୟ ଆଲବର୍ଟୋ ନିନୋଙ୍କ ସହିତ ଏପରି ଘଟଣା ଘଟିଛି । ଜିତିବାର ଜିଦ୍ ନେଇ ସେ ଖେଳ ପଡ଼ିବାକୁ ଓହ୍ଲାଇଥିଲେ । ୪୦୦ ମିଟର୍ ରେସରେ ଭାଗ ନେଇଥିଲେ ଆଲବର୍ଟୋ । ହେଲେ ସେ ପିନ୍ଧିଥିବା ସର୍ଟସ୍ (ପ୍ୟାଣ୍ଟ) ସମସ୍ତଙ୍କ ସାମ୍ନରେ ତାଙ୍କୁ ବେଜ୍ଜିତ୍ କରିବ ବୋଲି ସେ ଜାଣିନଥିଲା । ଅନ୍ୟ ଖେଳାଳି ମାନେ କ୍ଷିପ୍ର ବେଗରେ ଧାଉଁଥିବା ବେଳେ ତାଙ୍କ ନଜର କିନ୍ତୁ ଥିଲା ପିନ୍ଧିଥିବା ପ୍ୟାଣ୍ଟ୍ ଉପରେ । ବାରମ୍ବାର ଢ଼ିଲା ପ୍ୟାଣ୍ଟ୍ ଖସିଯାଉଥିଲା । ଏଥିପାଇଁ ସେ କେବଳ ରେସରେ ହାରିଗଲେନି ବରଂ ସର୍ବସମ୍ମୁଖରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା । ସେ ରେସରେ ସବୁଠାରୁ ପଛରେ ପଡ଼ିଗଲେ ।
Mundial de atletismo sub20, Cali (Colombia). Última serie de los 400 metros del decatlón.
El italiano Alberto Nonino (18 años), por la calle cinco, empieza muy bien pero acaba entrando último.
Iba con la minga fuera. Literalmente #WorldAthleticsU20pic.twitter.com/u3Jx8yLaz0
— David Sánchez de Castro (@SanchezdeCastro) August 3, 2022
ଆଲବର୍ଟୋଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ରେସ ମଝିରେ ପ୍ୟାଣ୍ଟ ଆଡଜଷ୍ଟ କରୁଥିବା ଦେଖିବାକୁ ମିଳିଛି । ଆଲବର୍ଟୋ ପ୍ୟାଣ୍ଟକୁ ପ୍ରାୟ ୬ ଥର ଆଡଜଷ୍ଟ କରିଥିବା କ୍ୟାମେରାରେ ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)