Advertisment

ଏସିଆ କପ୍‌ରେ ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।

author-image
Otv Khabar Bureau
IND vs PAK

IND vs PAK

ଏସିଆ କପ୍-୨୦୨୨ ପାଇଁ ଖେଳସୂଚୀ ଘୋଷଣା ହୋଇଛି । ଆସନ୍ତା ୨୮ ତାରିଖରେ ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ତାରିଖ ଭିତରେ ଏସିଆ କପ୍‌ର ସମସ୍ତ ମ୍ୟାଚ୍ ଖେଳାଯିବ । ଦୁବାଇରେ ହିଁ ସମସ୍ତ ମ୍ୟାଚ୍ ଖେଳାଯିବ ।

Advertisment

ଅଗଷ୍ଟ ୨୮ ରେ ଗ୍ରୁପ୍ ଏ ରେ ଥିବା ଭାରତ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ । ଏହା ପରେ ପୁଣି ଥରେ ସୁପର ଫୋର୍ ଷ୍ଟେଜ୍‌ରେ ମଧ୍ୟ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ହେବା ସମ୍ଭାବନା ରହିଛି । ଅଗଷ୍ଟ ୨୭ରେ ଓପନିଂ ମ୍ୟାଚ୍‌ରେ ଶ୍ରୀଲଙ୍କା ଆଫଗାନିସ୍ତାନ ମଧ୍ୟରେ ଲଢ଼େଇ ହେବାକୁ ଥିବା ବେଳେ ସେପ୍ଟେମ୍ବର ୧୧ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏସିଆ କପ୍‌ର ସମସ୍ତ ମ୍ୟାଚ୍ ଟି-୨୦ ଫର୍ମାଟ୍‌ରେ ଖେଳାଯିବ ।

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ଏ ଗ୍ରୁପରେ ରହିଛନ୍ତି। ଏହି ମ୍ୟାଚଟି ଦୁବାଇରେ ଖେଳଯିବ। ଏହାପରେ ଭାରତ ଏସିଆ କପକୁ କ୍ୱାଲିଫାଏ କରିବାକୁ ଥିବା ଗୋଟିଏ ଦଳ ସହ ମ୍ୟାଚ ଖେଳିବ। ଗ୍ରୁପ ବିରେ ଶ୍ରୀଲଙ୍କା ସହ ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୨୭ରେ ଖେଳାଯିବ। ଶ୍ରୀଲଙ୍କାର ମୁକାବିଲା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ସହ ହେବ।

Advertisment

ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ପରେ ସୁପର ୪ ଆରମ୍ଭ ହେବ। ଅର୍ଥାତ ଗ୍ରୁପ ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବେ। ଏହି ଦଳଗୁଡ଼ିକ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ଏହି ସୁପର ୪ର ଦୁଇ ଶ୍ରେଷ୍ଠ ଦଳ ସେପ୍ଟମ୍ବର ୧୧ରେ ହେବାକୁ ଥିବା ଫାଇନାଲରେ ଟ୍ରଫି ପାଇଁ ଲଢ଼େଇ କରିବେ।

ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ୱିଟ କରି ଏସିଆ କପ ମ୍ୟାଚ୍‌ ସୂଚୀ ଜାରି କରିଛନ୍ତି। ଏଥିସହ ଟି-୨୦ ବିଶ୍ୱକପ ପ୍ରସ୍ତୁତି ପାଇଁ ୧୫ତମ ଏସିଆ କପର ମ୍ୟାଚ୍‌ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଭାରତ ଓ ପାକିସ୍ତାନ ଗ୍ରୁପ ଏରୁ ସୁପର ୪କୁ ଯାଆନ୍ତି, ତା’ହେଲେ ଉଭୟ ସେଠାରେ ପୁଣି ପରସ୍ପରକୁ ଭେଟିବାର ସୁଯୋଗ ପାଇବେ। ସେହିପରି ଫାଇନାଲରେ ମଧ୍ୟ ଉଭୟ ଦଳ ଆଉ ଥରେ ଲଢ଼େଇ କରିପାରନ୍ତି।

Ind Vs Pak Asia Cup 2022
Advertisment
Advertisment