ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ PSLV C60 ରକେଟ୍ ସହାୟତାରେ ସ୍ପେଡେକ୍ସକୁ ଲଞ୍ଚ କରାଯାଇଥିଲା ।
ଏହି ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ମାଟିରେ ମାତ୍ର ୧୦ ମିନିଟ ମଧ୍ୟରେ ମିଶି ଯାଇଥାଏ । ସେତିକି ନୁହେଁ, ବିଘଟନ ପ୍ରକ୍ରିୟା ସମୟରେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୋଇଥାଏ । ପ୍ଲାଷ୍ଟିକ ଯେତିକି ଯେତିକି ମାଟିରେ ମିଶୁଥାଏ ଏହା ଜୈବିକ ପଦାର୍ଥରେ ବଦଳି ଯାଇଥାଏ । ଏହା ମାଟିକୁ ଆବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ କରିଥାଏ । ମାଟିର କାର୍ବନ ସାମଗ୍ରୀକୁ ପୁନଃସ୍ଥାପିତ କରିଥାଏ ।
୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାର ପଞ୍ଚମ ସ୍ଥାନରେ ରହିଛି।
ଅଧିକାଂଶ ନଦୀର ପାଣି ସମୁଦ୍ରରେ ମିଶିଥାଏ । ପୃଥିବୀ ପୃଷ୍ଠର ପାଖାପାଖି ୭୧ ପ୍ରତିଶତ ଭାଗ ସମୁଦ୍ର । ମାତ୍ର ୨୯ ପ୍ରତିଶତ ସ୍ଥଳଭାଗ । ସେହିପରି ସମୁଦ୍ରର ଗଭୀରତା ୩,୬୮୮ ମିଟର ଅର୍ଥାତ ୧୨, ୧୦୦ ଫୁଟ । କହିବାକୁ ଗଲେ, ନଦୀଠାରୁ କାହିଁ କେତେ ଗୁଣା ଅଧିକ ଗଭୀର ସମୁଦ୍ରର ଗଭୀରତା । ସମୁଦ୍ର ଏତେ ବିଶାଳ ପରିମାଣର ପାଣିକୁ ନିଜ ଗର୍ଭରେ ଧାରଣ କରିପାରେ ଯେ, ଜୋର ବର୍ଷା କିମ୍ବା ନଦୀର ଅତିରିକ୍ତ ପାଣି ତା ଉପରେ ବିଶେଷ ପ୍ରଭାବ ପକାଇ ପାରେନାହିଁ ।
ରଚିପାରେ ପ୍ରଳୟ, ଗିଳିପାରେ ସହର ! ଭାରତର ୭ ରାଜ୍ୟକୁ ମହାବିପଦ ଆଶଙ୍କା ! ଆଷ୍ଟରଏଡ୍ ୨୦୨୪ YR4। ଆକାର ୧୩୦ରୁ ୩ଶହ ଫୁଟ୍। ପୃଥିବୀରେ ଖସିବା ବେଳେ ସ୍ପିଡ୍ ରହିପାରେ- ଘଣ୍ଟାପ୍ରତି ୬୫ ହଜାର କିଲୋମିଟର।
ବିବାଦୀୟ ଏବଂ ସମ୍ବେଦନଶୀଳ ସୂଚନାକୁ ନେଇ ଦ୍ୱନ୍ଦ ଉପୁଜିଲେ ସୁଦ୍ଧା ମଣିଷ କିପରି ବୁଦ୍ଧିମାନ ନିଷ୍ପତ୍ତି ଗ୍ରହଣ କରେ, ସେ ସମ୍ପର୍କରେ ଦୀର୍ଘ ସମୟ ଧରି ଅଧ୍ୟୟନ କରାଯାଇଥିଲା । ତଥାପି ଏହା ଏକ ରହସ୍ୟ କହିଲେ ଚଳେ । ନେଚର ନ୍ୟୁରୋସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ ହେଉଛି ସେହି କ୍ଷେତ୍ର, ଯାହା ମସ୍ତିଷ୍କକୁ ନିଷ୍ପତ୍ତି ନେବା ପାଇଁ ଇଙ୍ଗିତ କରିଥାଏ । ଏହି କ୍ଷେତ୍ର ଆଖିର ଠିକ ପଛରେ ସ୍ଥିତ ଏବଂ ଏହାକୁ ଉଚ୍ଚ ସଜ୍ଞାନର କେନ୍ଦ୍ର ମଧ୍ୟ କୁହାଯାଏ ।
ମହାକାଶରେ ପୋଷାକ ଆଷ୍ଟ୍ରୋନଟଙ୍କ ପାଇଁ ଏକ ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନର ବାଟ ଏଯାଏ ବାହାରି ପାରିନାହିଁ । ଏବେ ମହାକାଶଚାରୀମାନେ ମଙ୍ଗଳ ଗ୍ରହକୁ ଯିବାକୁ ବସିଲେଣି । ସେମାନେ ଭଲ ଭାବେ ଜାଣନ୍ତି, ଏତେ ବେଶୀ ପୋଷାକ ନେଇ ମହାକାଶକୁ ଯିବା ଅର୍ଥ ଯେଉଁ ଯାନରେ ମହାକାଶଚାରୀମାନେ ଯାଉଛନ୍ତି ସେହି ଯାନର କେବଳ ଓଜନ ବଢାଇବା । ତେଣୁ ମହାକାଶରେ କିପରି ପୋଷାକ ଧୁଆ ଯାଇ ପାରିବ ତାହାର ଉପାୟ ବାହାର କରିବାକୁ ପଡିବ ।
ଇଂରାଜୀ ବର୍ଣ୍ଣମାଳା ଶିକ୍ଷା ଦେବାବେଳେ, ଜେବ୍ରା Z ଅକ୍ଷରରୁ ଆରମ୍ଭ ହୋଇଥିବା ନାଁ ଭାବରେ ପଢାଯାଏ। ତେଣୁ, ଅଧିକାଂଶ ଲୋକ ଜାଣନ୍ତି ଯେ ଜେବ୍ରା ହେଉଛି ଘୋଡା ପରି ଏକ ଚାରିଗୋଡିଆ ପ୍ରାଣୀ, ଯାହାର ଶରୀରରେ ଧଳା ଏବଂ କଳା ରଙ୍ଗର ଚିହ୍ନ ଥାଏ। କିନ୍ତୁ ଆପଣ ଏହି ପଶୁ ବିଷୟରେ ଆଉ କ’ଣ ଜାଣନ୍ତି କି?
ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଷ୍ଟାରସିପର ପରୀକ୍ଷଣ ବିଫଳ ହୋଇଛି। ଗୁରୁବାର ଷ୍ଟାରସିପର ସପ୍ତମ ପରୀକ୍ଷଣ ବିଫଳ ହୋଇଛି। ମଝି ଆକାଶରେ ଷ୍ଟାରସିପରେ ବିସ୍ଫୋରଣ ହୋଇଥିବା ବେଳେ ଶହ ଶହ ଖଣ୍ଡରେ ଏହା ପରିଣତ ହୋଇଥିଲା।
ଜାନୁୟାରୀ ୧୩ ତାରିଖ ଦିନ ଏହି ଧୂମକେତୁ ସୂର୍ଯ୍ୟଙ୍କ ଖୁବ୍ ନିକଟରେ ଥିବ। ସେତେବେଳେ ସୂର୍ଯ୍ୟଙ୍କ ଠାରୁ ଏହାର ଦୂରତା ୮.୭ ମିଲିୟନ ମାଇଲ ଦୂରରେ ରହିବ। ତେବେ ଏହି ଧୂମକେତୁ ଦେଖିବା ପାଇଁ ଲୋକଙ୍କୁ ଦୂରବୀକ୍ଷଣର ବ୍ୟବହାର କରିବାକୁ କୁହାଯାଇଛି। ସୂର୍ଯ୍ୟ ଏହାର ଖୁବ ନିକଟରେ ଥିବାରୁ ଏହାକୁ ଦେଖିବାରେ ଅସୁବିଧା ହୋଇପାରେ।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।
ଚଳିତବର୍ଷ ହେବ ମୋଟ୍ ୪ଟି ପରାଗ ଓ ଗ୍ରହଣ । ଏଥିମଧ୍ୟରୁ ଦୁଇଟି ଆଂଶିକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।
ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ । GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K ।
ଆକାଶରେ ଦିଶିବ କଳା ଜହ୍ନ। ହଠାତ୍ ଜହ୍ନ ହେଇଯିବ କି କଳା ?
ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ ।
ବିଶ୍ୱସ୍ତରୀୟ ସ୍ପେସ୍ ଷ୍ଟେସନରେ କରାଯାଇଥିବା ବିଶାଳ ଜୈବିକ ପରୀକ୍ଷଣ ତୁଳନାରେ ଏ ପରୀକ୍ଷଣ ଛୋଟ ଲାଗିପାରେ । କିନ୍ତୁ ମହାକାଶରେ ଜୀବନ କିପରି କାର୍ଯ୍ୟ କରୁଛି, ସେଥିପାଇଁ ମଝିରେ ହିଁ ଇସ୍ରୋକୁ ଅଧ୍ୟୟନ ଆରମ୍ଭ କରିବାର ଆବଶ୍ୟକତା ପଡ଼ିଲା।
ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।
ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ।
ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ ।
ବଢୁଛି ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ଓ୍ୱିଲମୋରଙ୍କ ସଂକଟ । ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି ।
ଆମର ମସ୍ତିଷ୍କ ଏକ ମେମୋରୀ ଚିପ୍ ପରି, ଯେଉଁଥିରେ ଅନଲିମିଟେଡ ଡାଟା ସେଭ ହୋଇପାରିବ । ଏ ସବୁରେ ସାହାଯ୍ୟ କରେ ମସ୍ତିଷ୍କର ବ୍ଲାକ ବକ୍ସ । ଏଇଥି ପାଇଁ ଜୀବନଯାକର ସୁଖଦୁଃଖର ସ୍ମୃତିକୁ ସାଇତି ରଖିବାରେ ସକ୍ଷମ ମଣିଷର ମସ୍ତିଷ୍କ ।
ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି ।
ପ୍ରୋବା-୩ ସ୍ପେସ୍କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା । ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ ।