Advertisment

Comet G3 ATLAS: ୧,୬୦,୦୦୦ ବର୍ଷ ପରେ ଏହି ଦିନ ଦେଖାଯିବ ବିରଳ ଧୂମକେତୁ; ଜାଣନ୍ତୁ କିପରି ଦେଖିବେ

ଜାନୁୟାରୀ ୧୩ ତାରିଖ ଦିନ ଏହି ଧୂମକେତୁ ସୂର୍ଯ୍ୟଙ୍କ ଖୁବ୍ ନିକଟରେ ଥିବ। ସେତେବେଳେ ସୂର୍ଯ୍ୟଙ୍କ ଠାରୁ ଏହାର ଦୂରତା ୮.୭ ମିଲିୟନ ମାଇଲ ଦୂରରେ ରହିବ। ତେବେ ଏହି ଧୂମକେତୁ ଦେଖିବା ପାଇଁ ଲୋକଙ୍କୁ ଦୂରବୀକ୍ଷଣର ବ୍ୟବହାର କରିବାକୁ କୁହାଯାଇଛି। ସୂର୍ଯ୍ୟ ଏହାର ଖୁବ ନିକଟରେ ଥିବାରୁ ଏହାକୁ ଦେଖିବାରେ ଅସୁବିଧା ହୋଇପାରେ।

author-image
Sonali Ojha
ଅଦ୍ୟତନ ହୋଇଛି
Comet G3 ATLAS

Comet G3 ATLAS

ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ। ପ୍ରାୟ ୧ଲକ୍ଷ ୬୦ ହଜାର ବର୍ଷ ପରେ ଆକାଶରେ ଦେଖାଯିବ ଧୂମକେତୁ G3 ATLAS (C/2024)। ଆସନ୍ତା ଜାନୁଆରୀ ୧୩ ତାରିଖ ସକାଳେ ସୂର୍ଯ୍ୟୋଦୟର ୩୫ ମିନିଟ୍ ପୂର୍ବରୁ ଆମେ ଏହାକୁ ଆକାଶରେ ଦେଖି ପାରିବା। ଗତ ଦୁଇ ଦଶନ୍ଧିରେ ଦେଖାଯାଇଥିବା ଧୂମକେତୁଙ୍କ ମଧ୍ୟରେ ଏହା ସବୁଠୁ ଅଧିକ ଚମକଦାର ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେବେ ଏକ ବିରଳ ଏବଂ ସମ୍ଭାବ୍ୟ ଚମତ୍କାର ଦୃଶ୍ୟ ଦେଖିବା ନେଇ ଆଶା କରାଯାଉଛି। ଜାନୁୟାରୀ ୧୩ ତାରିଖ ଦିନ ଏହି ଧୂମକେତୁ ସୂର୍ଯ୍ୟଙ୍କ ଖୁବ୍ ନିକଟତର ହେବ। ସେତେବେଳେ ଏହା ସୂର୍ଯ୍ୟଙ୍କଠାରୁ ପ୍ରାୟ ୮.୭ ମିଲିୟନ ମାଇଲ ଦୂରରେ ରହିବ।

Advertisment

ଜାନୁୟାରୀ ୫ ତାରିଖରେ ଚିଲିରେ ଆଟଲାସ୍ ସର୍ଭେ ଧୂମକେତୁ G3 ATLASକୁ ଚିହ୍ନଟ କରିଥିଲା। ଏହାର ତୀବ୍ରତା +୧୯ ଥିଲା, ଯାହା ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଦେଖିବା ପାଇଁ କଷ୍ଟକର ଥିଲା। ଏହି ଧୂମକେତୁ ଜଣାଶୁଣା କିଛି ବଡ଼, ବିସ୍ତାରିତ କକ୍ଷପଥ ଧୂମକେତୁ ମଧ୍ୟରୁ ଗୋଟିଏ। ଧୂମକେତୁଟି ସୂର୍ଯ୍ୟ ଚାରିପାଖରେ ପରିକ୍ରମା କରିବାକୁ ପ୍ରାୟ ୧ଲକ୍ଷ ୬୦ ହଜାର ବର୍ଷ ସମୟ ନେଇଥାଏ। ଏହି ଲମ୍ବା କକ୍ଷପଥ ଧୂମକେତୁ G3 ATLASର ବର୍ତ୍ତମାନ ଆକାଶରେ ଦେଖାଯିବାକୁ ଅତ୍ୟନ୍ତ ବିରଳ ଘଟଣା ବୋଲି କୁହାଯାଉଛି। ଏହି ମହାଜାଗତିକ ଦୃଶ୍ୟ କୌଣସି ବ୍ୟକ୍ତିଙ୍କ ଜୀବନରେ ଥରଟିଏ ଦେଖିବାର ମୁହୂର୍ତ୍ତ ହୋଇପାରେ।

ଧୂମକେତୁଟି ଗତ କିଛି ସପ୍ତାହ ଧରି ଉଜ୍ଜ୍ୱଳ ହେଉଛି। ଜାନୁଆରୀ ୧୩ ତାରିଖରେ ଏହା ସୂର୍ଯ୍ୟଙ୍କ ନିକଟତମ ହେବ। ଅର୍ଥାତ ଏହା ସୂର୍ଯ୍ୟଠାରୁ ମାତ୍ର ୮.୭ ନିୟୁତ ମାଇଲ ଦୂରତାରେ ପହଞ୍ଚିବ । ସୂର୍ଯ୍ୟର ନିକଟତର ହେବା ଫଳରେ ଧୂମକେତୁଟି ଅତ୍ୟଧିକ ଉଜ୍ଜ୍ୱଳ ଦେଖାଯିବ। କାରଣ ସୌର ବିକିରଣ ଏବଂ ତାପ ବରଫାକାର ନ୍ୟୁକ୍ଲିୟସର କିଛି ଅଂଶକୁ ବାଷ୍ପୀଭୂତ କରିବା ଫଳରେ ଏହା ଅଧିକ ଚମକ ସୃଷ୍ଟିକରିବ ଓ ଲାଞ୍ଜ ଦୃଶ୍ୟମାନ ହେବ। ଜ୍ୟୋତିର୍ବିଜ୍ଞାନୀମାନେ ଧୂମକେତୁଗୁଡିକୁ ସେମାନଙ୍କ ପେରିହେଲିଅନରେ ଅତି ନିକଟରୁ ଦେଖନ୍ତି କାରଣ ଏହିଠାରେ ସେମାନେ ସବୁଠାରୁ ଉଜ୍ଜ୍ୱଳ ହୋଇଥାନ୍ତି। ଏହା ସେହି ସ୍ଥାନ ଯେଉଁଠାରେ ଧୂମକେତୁଗୁଡ଼ିକ ସବୁଠାରୁ ଅସ୍ଥିର ହୋଇପାରନ୍ତି, କିଛି ଧୂମକେତୁ ସୂର୍ଯ୍ୟ ନିକଟତର ହେବା ଭାଙ୍ଗି ପଡ଼ନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ପୂର୍ବାନୁମାନ କରାଯାଇଛି ଯେ ଧୂମକେତୁ G3 ଆଟଲାସ ସମ୍ଭବତଃ -୩.୨ ପରିମାଣରେ ଉଜ୍ଜ୍ୱଳ ହେବ, ଯାହା ଶୁକ୍ର ଅପେକ୍ଷା ଅଧିକ ଉଜ୍ଜ୍ୱଳ ହେବ। ଏହି କ୍ଷେତ୍ରରେ, ଏହା ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ଉତ୍କୃଷ୍ଟ ଦୃଶ୍ୟ ହେବ। ବିଶେଷଜ୍ଞମାନେ କହିଛନ୍ତି ଯେ, ଧୂମକେତୁ, ବିଶେଷକରି ସୂର୍ଯ୍ୟ ପାଖକୁ ଆସୁଥିବା ବିସ୍ଫୋରକ ଏବଂ ଅସ୍ଥିର ଧୂମକେତୁଗୁଡ଼ିକ ଅତ୍ୟନ୍ତ ଅନିଶ୍ଚିତ। ତୀବ୍ର ଉତ୍ତାପ ଏବଂ ସୌର ବିକିରଣ ଯୋଗୁଁ G3 ଆଟଲାସ ଭଳି ବିଶାଳ ଧୂମକେତୁଗୁଡ଼ିକ ସାଧାରଣତଃ ସେମାନଙ୍କର ଆକାର ପରିବର୍ତ୍ତନ କରୁଛନ୍ତି ।

ଧୂମକେତୁ G3 ATLAS ଜାନୁଆରୀ ମାସରେ ଆକାଶରେ ଏକ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ। ଯାହା କିଛି ମୁହୂର୍ତ୍ତ ପାଇଁ, ଆମ ସୌରମଣ୍ଡଳର ସବୁଠାରୁ ଅସାଧାରଣ ଘଟଣା ମଧ୍ୟରୁ ଗୋଟିଏ ହେବ, ଏବଂ ଏପରି ଏକ ସୁଯୋଗ ଯାହାକୁ ପର୍ଯ୍ୟବେକ୍ଷକମାନେ ଜୀବନକାଳରେ ଥରେ ମାତ୍ର ଦେଖିବାର ସୁଯୋଗ ପାଇବେ । ତେବେ ଏହି ଧୂମକେତୁ ଦେଖିବା ପାଇଁ ଲୋକଙ୍କୁ ଦୂରବୀକ୍ଷଣର ବ୍ୟବହାର କରିବାକୁ କୁହାଯାଇଛି। ସୂର୍ଯ୍ୟ ଏହାର ଖୁବ ନିକଟରେ ଥିବାରୁ ଏହାକୁ ଦେଖିବାରେ ଅସୁବିଧା ହୋଇପାରେ। ସୂର୍ଯ୍ୟଙ୍କ ଉଜ୍ୱଳତା ବୃଦ୍ଧି ପାଇବା ସହ ଧୂମକେତୁ ଦେଖାଯିବା ବନ୍ଦ ହୋଇଯିବ।

ଅଧିକ ପଢ଼ନ୍ତୁ: ୮୦ ହଜାର ବର୍ଷ ପରେ ଚମକିବ ଆକାଶ; ଦେଖାଯିବ ଦୁର୍ଲ୍ଲଭ ଧୂମକେତୁ

Comet
Advertisment
Advertisment