ଶ୍ରୀହରିକୋଟାରୁ ନୂଆବର୍ଷରେ ସେଞ୍ଚୁରି କରିବ ଇସ୍ରୋ । ଚଳିତବର୍ଷର ପ୍ରଥମ ମିଶନ ହେବ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ । ଏଇ ଜାନୁଆରୀ ମାସରେ ହିଁ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ୧୦୦ ତମ ଉତକ୍ଷେପଣ କରିବ ଇସ୍ରୋ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏହା ସ୍ପଷ୍ଟ କରିଥିଲେ ବି, ମିଶନ ଲଞ୍ଚିଂ ତାରିଖ ସ୍ପଷ୍ଟ ହୋଇନାହିଁ ।
Also Read
ସୂଚନା ଅନୁସାରେ, ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ । GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K । ଏବେ ପ୍ରାୟ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି GPS ବ୍ୟବହାର କରାଯାଉଛି । ତେବେ ଭାରତ ନିଜସ୍ବ ସ୍ବଦେଶୀ ନାଭିଗେସନ୍ ସିଷ୍ଟମ୍ 'ନାଭିକ୍' ପ୍ରତିଷ୍ଠା ପାଇଁ ଯୋଜନା ରଖିଛି । ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ଜାନୁଆରୀରେ ହେବାକୁ ଥିବା ୨୦୨୫ର ପ୍ରଥମ ମିଶନ । ୟ
ଅଧିକ ପଢ଼ନ୍ତୁ: ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା, ଦିଶିବ 'କଳା ଜହ୍ନ'
ସୂଚନା ଯୋଗ୍ୟ ଯେ, ଡିସେମ୍ବର ୩୦ରେ ସ୍ପେଡେକ୍ସ ଲଞ୍ଚିଂ ଥିବା ଶ୍ରୀହରିକୋଟାରୁ ଇସ୍ରୋର ୯୯ତମ ଉତକ୍ଷେପଣ । ଏଥିରେ ମହାକାଶକୁ ଯାଇଥିବା ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ଜାନୁଆରୀ ୭ରେ ଡକିଂ କରିବାକୁ ବା ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ । ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ ।
ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ । ଏହା ଖୁବ୍ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ ।
ଚନ୍ଦ୍ରଯାନ-୪ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନରେ ଏହି ଟେକନୋଲୋଜି ଖୁବ୍ ସହାୟକ ହେବ । ସୂଚନା ଯୋଗ୍ୟ ଯେ ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କେବଳ ଏତିକି ନୁହେଁ, PSLV-C60 ରକେଟ୍ ର ଚତୁର୍ଥ ଷ୍ଟେଜ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଇବ ଇସ୍ରୋ ।
ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ । ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ପଏମ୍ ଏକ୍ସପେରିମେଣ୍ଟରେ ।