Advertisment

ISRO Successfully Germinates Cowpea Seeds: ଇସ୍ରୋର ବଡ଼ ସଫଳତା; ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
ISRO Successfully Germinates Cowpea Seeds

ISRO Successfully Germinates Cowpea Seeds

ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି। ଏ ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ଇସ୍ରୋ। ଖୁବଶୀଘ୍ର ଏଥିରେ ପତ୍ର ଆସିବ। କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମଧ୍ୟ ମପାଯିବ । 

Advertisment

ସ୍ପେଡେକ୍ସ ମିଶନ ଜରିଆରେ ଗତ ଡିସେମ୍ବର ୩୦ ତାରିଖରେ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଯାଇଥିଲା। ସେଥି ମଧ୍ୟରୁ କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜି ମହାକାଶକୁ ପଠାଯାଇଥିଲା। ମାତ୍ର ୪ ଦିନରେ ହିଁ ମହାକାଶରେ ଗଜା ହୋଇଛି ଝୁଡଙ୍ଗ ମଞ୍ଜି। 

Advertisment

ଅଧିକ ପଢ଼ନ୍ତୁ: ଚଳିତବର୍ଷ ମୋଟ୍ ୪ଟି ପରାଗ-ଗ୍ରହଣ, ଭାରତରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍‌ର ଚତୁର୍ଥ ଷ୍ଟେଜରେ ପଠାଯାଇଛି ମୋଟ୍ ୨୪ଟି ପେଲୋଡ୍ ବା ଯନ୍ତ୍ର। ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି। ୨୪ଟି ପେଲୋଡ୍‌ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ, ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ବାରା ତିଆରି କରାଯାଇଛି । 

 RV ସାଟ୍-1 ପେଲୋଡ୍‌ରେ ମହାକାଶକୁ ଯାଇଛି ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ। ମହାକାଶରେ ସେଗୁଡ଼ିକ କିପରି ବଂଶବୃଦ୍ଧି କରୁଛି ତାର ଅନୁଧ୍ୟାନ କରାଯାଉଛି। ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟର ମଧ୍ୟ ପରୀକ୍ଷଣ କରାଯାଉଛି ପଏମ୍ ଏକ୍ସପେରିମେଣ୍ଟରେ । ଆଗାମୀ ଦିନରେ ହେବାକୁ ଥିବା ମାନବ ମିଶନରେ ଏହିସବୁ ତଥ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ରଖାଯାଇଛି । 

ଅଧିକ ପଢ଼ନ୍ତୁ: ୨୦୨୫ର ପ୍ରଥମ ମିଶନ ହେବ ଶ୍ରୀହରିକୋଟାରୁ ଇସ୍ରୋର ୧୦୦ ତମ ମିଶନ, ଜାଣନ୍ତୁ କେଉଁ ସାଟେଲାଇଟ ହେବ ଉତକ୍ଷେପଣ

ISRO Space
Advertisment
Advertisment