• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Aparajita Sarangi
ଭୁବନେଶ୍ୱର କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍ ଓଭରବ୍ରିଜ୍, ମିଳିଲା ମଞ୍ଜୁରୀ

ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ।

Vote
ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ସଚିବ ଦେଲେ ସୂଚନା

ନିୟମ ଅନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ । କାହାକୁ ଭୋଟ ଦେଲେ ସଂପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ ।

Ashok Panda - Samir Mohanty
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି ! ମନ୍ତ୍ରୀ କହିଲେ ପାତରଅନ୍ତର ହେଉଛି

ବିଜେପି କହିଛି, ବିକାଶକୁ ବିରୋଧ କରାଯାଉନି ଦେଶରେ ସମ୍ବିଧାନ ଅଛି, ଆଇନ୍ ଅନୁସାରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । 

Nibedita jena
ଧାମନଗର ଏନ୍ଏସିରେ ବିଜେଡିର ବାଜିମାତ

ଧାମନଗର ଏନ୍ଏସିରେ ବିଜେଡିର ବିଜୟ । ଧାମନଗର ଏନ୍ଏସି ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

Vote Counting
ଧାମନଗର ଏନ୍ଏସି ନିର୍ବାଚନର ଆଜି ଭୋଟ୍ ଗଣତି

ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ମତଦାନ ପରେ ଆଜି ଗଣତି ହେବ । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ।

Puri Temple
କେଉଁ ଉଦ୍ଦେଶ୍ୟରେ ହେଉଛି ବିରାଟ ବିରାଟ ପିଲାର୍?

କାହିଁକି ଶ୍ରୀମନ୍ଦିର ଚୌହଦିରେ ଖୋଳା ହେଲା ବଡ଼ ବଡ଼ ଗାତ ? କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ବିରାଟ ବିରାଟ ପିଲାର ? ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ବେଆଇନ ଖନନ ପ୍ରସଙ୍ଗକୁ ନେଇ ଥମୁନି ଅସନ୍ତୋଷ କି ଆରୋପ-ପ୍ରତ୍ୟାରୋପ । ଆମସାର ଆକ୍ଟର ଉଲ୍ଲଂଘନ, ଶ୍ରୀମନ୍ଦିର ପ୍ରତି ଘୋର ବିପଦ ସାଜିପାରେ ବୋଲି ଆଶଙ୍କା କଲେଣି ଉଭୟ ଜଗନ୍ନାଥ ପ୍ରେମୀ ଓ ଐତିହ୍ୟ ବିଶେଷଜ୍ଞ ।

Lekhashree Samant Sinhar
ରୋଷ ଘର ଚୁଲି ଭଙ୍ଗା ଘଟଣା ନେଇ ତେଜିଲାଣି ରାଜନୀତି, ବିଜେପି କହିଲା ସରକାରଙ୍କ ଭୂମିକା ସନ୍ଦେହଜନକ

ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।

Heritage Corridor Controversy
ଶ୍ରୀମନ୍ଦିର ପାଖରେ ଟଏଲେଟ୍‌ ନାହିଁ, ତିଆରି ହେଲେ ଅସୁବିଧା କଣ?: ବର୍ଷା

ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ପୁରୀରୁ ଯାଇ ପାର୍ଲାମେଣ୍ଟରେ ଉଠିଲାଣି।

ULB Polls
ପୌର-ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଛକାପଞ୍ଝା, କଂଗ୍ରେସ-ସ୍ୱାଧୀନ ଉପରେ ନଜର

୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ ।

Aparajita Sarangi
ପୁଣି ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍‌, ପ୍ରମାଣ ସହ କହିଲେ ‘ASI କହିଛି କାମ ବନ୍ଦ କର’

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।

Congress Leader Bapi Sarkhel
‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି।

BJP MLAs Delhi Visit
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

bjd bjd
କେଉଁଠି ପଦାକୁ ଦିଶୁଛି ଫାଟ, କେଉଁଠି ଭିତରେ ଭିତରେ କୁହୁଳୁଛି ନିଆଁ : ପୌର ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ । କିଛି ସ୍ଥାନରେ ଫାଟ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ । ପଂଚାୟତ ଓ ପୌର ନିର୍ବାଚନରେ ଗଣ୍ଡାଗଣ୍ଡା ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ଓ ଅଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାର ଏହା ସ୍ପଷ୍ଟ ହୋଇଛି

Pinaki - Aparajita
କିଏ ସତ କହୁଛି କିଏ ମିଛ ? କ’ଣ ୪ଟି ଟୟଲେଟ୍‌ ପାଇଁ ଖୋଳାଯାଇଛି ୩୦ ଫୁଟ୍‌ର ଖାଲ ?

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି ।

Pinaki-Aparajita
‘ସାଂସଦ ପିନାକୀ ମିଶ୍ର ଯେଉଁ ଯାହା ଦେଖାଉଛନ୍ତି ତାହା ASIର NOC ନୁହେଁ, କେବଳ NMAର ଚିଠି’

୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।

Pinaki Mishra
ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟକୁ ନେଇ ଯାହା କହିଛି ସତ କହିଛି: ପିନାକୀ ମିଶ୍ର

କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।

Pinaki Misra
'ଆମ ଲୋକଙ୍କର କଙ୍କଡ଼ା ବୁଦ୍ଧି, ନା ନିଜେ କିଛି କରିବେ ନା କରାଇ ଦେବେ'

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର। ସଂସଦରେ ସେ କେବଳ ୪ଟି ଟଏଲେଟ ନିର୍ମାଣ କଥାକହିଥିବା ବେଳେ ସମୟ ଅଭାବରୁ ଅନ୍ୟ ନିର୍ମାଣ କଥା କହିପାରନଥିଲେ ବୋଲି ଆଜି ସଫେଇ ଦେଇଛନ୍ତି ।

Police allegedly lock up and detain samiti members
ଖୋଲିଲା ତାଲା, ମୁକ୍ତ ହେଲେ ସମିତି ସଭ୍ୟ: ଉଦ୍ଧାର ନକଲେ ବାଲ୍‌କୋନିରୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ

ବନ୍ଧକ ଥିବା ୧୨ ସମିତି ସଭ୍ୟଙ୍କୁ ମୁକ୍ତ କଲା ପ୍ରଶାସନ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମିତି ସଭ୍ୟଙ୍କୁ ମୁକ୍ତି କରାଯାଇଥିବା ସୂଚନା ମିଳିଛି। ସମିତି ସଭ୍ୟଙ୍କୁ ହୋଟେଲରେ ପୋଲିସ୍‌ ଅଟକ ରଖିଥିବା ଅଭିଯୋଗ ହୋଇଥିଲା।

Pinaki Misra
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗ: 'ସାଂସଦ ମିଛ କହି ପୁରୀ ସହରବାସୀଙ୍କୁ ଅପମାନିତ କରିଛନ୍ତି'

ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି।

Jayram Pangi
ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି ।

MP Anubhav Mohanty
ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି; ସଂସଦରେ ଟେବୁଲ ବାଡ଼େଇ କହିଲେ Yes Yes..

ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି ।

Odisha Politicians
ଗାଁରୁ ଦିଶିଲା ରାଜନୀତିର ନୂଆ ଧାରା: ନିର୍ବାଚନ ହାରି ମଧ୍ୟ ପ୍ରତିଶ୍ରୁତି କଲେ ପୂରଣ

ଭୋଟ୍‌ରେ ଜିତିଗଲା ପରେ ନେତାଙ୍କ ପଛରେ ଜନତା ଗୋଡ଼ୋଉଥିଲେ, ଏବେ ଜନତାଙ୍କ ଦୂଆର ମୁହଁକୁ ଆସିଛନ୍ତି ନେତା । ହଁ ଆପଣ ଠିକ୍ ଶୁଣୁଛନ୍ତି, ହିତାଧିକାରୀଙ୍କ ପାଖକୁ ଚାଉଳ ଧରି ପହଞ୍ଚିଛନ୍ତି ଲୋକଙ୍କ ଦ୍ୱାରା ଚୟନ ହୋଇଥିବା ସରପଞ୍ଚ ।

Budget 2022
ଏଥର ବଜେଟ୍‌ରେ ଭୋଟ ବ୍ୟାଙ୍କ ପ୍ଲାନ୍‌ ! ମିଶନଶକ୍ତିକୁ ଗୁରୁତ୍ୱ ହେଲେ ଶିଳ୍ପ-ଷ୍ଟାର୍ଟଅପ୍‌କୁ ଅଣଦେଖା

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ ।

The term of three Rajya Sabha members
ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ, ବିଦାୟକାଳୀନ ସମ୍ବୋଧନ ଦେଲେ ପ୍ରଧାନମନ୍ତ୍ରୀ

ଶେଷ ହେଲା ଓଡ଼ିଶାର ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ । ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି ।

Aparajita Sarangi
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ତାତିଲେ ଅପରାଜିତା

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।