• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗାଦି ଆଡକୁ ନିକଟତର ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍ । କନଜରଭେଟିଭ୍ ପାର୍ଟିର ତୃତୀୟ ପର୍ଯ୍ୟାୟ ଭୋଟରେ ବି ସୁନକ୍ ଆଗୁଆ ରହିଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂରେ ତାଙ୍କୁ ମିଳିଛି ୧୧୫ ଭୋଟ୍ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ସୁନକ୍ ଆଗରେ ରହିଥିଲେ । ସେକେଣ୍ଡ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୦୧ ଭୋଟ୍ ମିଳିଥିବା ବେଳେ ପ୍ରଥମ ରାଉଣ୍ଡରେ ମଧ୍ୟ ୮୮ ଭୋଟ୍ ସହ ସେ ଶୀର୍ଷରେ ଥିଲେ ।

ରିଷି ସୋନକଙ୍କୁ କଡ୍ଡା ଟକ୍କର ଦେଉଛନ୍ତି ମନ୍ତ୍ରୀ ପେନ୍ନି ମୋରଡଣ୍ଟ ଏବଂ ବୈଦେଶିକ ସଚିବ ଲିଜ୍ ଟ୍ରସ୍ । ଏହି ପର୍ଯ୍ୟାୟ ଭୋଟରେ ପେନ୍ନିଙ୍କୁ ୮୨ ଭୋଟ୍ ମିଳିଥିବା ବେଳେ ଟ୍ରସଙ୍କୁ ମିଳିଛି ୭୧ ଭୋଟ୍ । ଦ୍ୱିତୀୟ ଏବଂ ପ୍ରଥମ ରାଉଣ୍ଡ ଭୋଟିଂରେ ମଧ୍ୟ ଉଭୟ ରିଷିଙ୍କ ଠାରୁ ଢେର୍ ପଛରେ ରହିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ରେସରେ ଏବେ ୪ ଜଣ ଅଛନ୍ତି ।

ତୃତୀୟ ପର୍ଯ୍ୟାୟ ଭୋଟିଂରେ ଆଉ ଜଣେ ଦାବିଦାର ଟମ୍ ଟୁଗେନ୍ଧାତ୍ ରେସରୁ ବାଦ୍ ପଡ଼ିଛନ୍ତି । ଏହି ପଯର୍ୟାୟରେ ଟମଙ୍କୁ ମାତ୍ର ୩୧ଟି ଭୋଟ୍ ମିଳିଥିଲା । ଭୋଟିଂରେ ସେ ସବୁଠୁ ପଛରେ ରହିବାରୁ ପ୍ରଧାନମନ୍ତ୍ରୀ ରେସରୁ ବାଦ୍ ପଡ଼ିଥିବା ଦଳ ଘୋଷଣା କରିଛି ।

କନଜରଭେଟିଭ୍ ପାର୍ଟିରେ ନେତା ଚୟନ ଲାଗି ଏକ କମିଟି ରହିଥାଏ । ଏଥିରେ କନଜରଭେଟିଭ୍ ପାର୍ଟିର ସାଂସଦ ସଦସ୍ୟ ରହିଥାନ୍ତି । ନେତା ଚୟନ ଲାଗି ୩ଟି ପର୍ଯ୍ୟାୟରେ ଚୟନ କରାଯାଇଥାଏ ନୋମିନେସନ, ଏଲିମିନେସନ ଏବଂ ସିଲେକ୍ସନ୍ । ନୋମିନେସନ ସରିଥିବାବେଳେ ଏଲିମିନେସନ ରାଉଣ୍ଡରେ ରିଶି ସୁନକ ଆଗରେ ରହିଛନ୍ତି ।

୨୧ ଜୁଲାଇ ସୁଦ୍ଧା ମାତ୍ର ୨ ଜଣ ପ୍ରାର୍ଥୀ ଏହି ପ୍ରକ୍ରିୟାରେ ରହିବେ । ଏହାପରେ କନଜରଭେଟିଭ୍ ପାର୍ଟିର ୨ ଲକ୍ଷ ସଦସ୍ୟଙ୍କ ସାମନାରେ ପ୍ରଧାନମନ୍ତ୍ରୀ ହେବା ଲାଗି ନିଜର ଦାବି ଉପସ୍ଥାପନ କରିବେ, ଯାହାକୁ ଅଧିକ ଭୋଟ ମିଳିବ ସେ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।